)
Bus Fire Update: ହାଇଦ୍ରାବାଦ୍-ବେଙ୍ଗାଲୁରୁ ଜାତୀୟ ରାଜପଥରେ ବସ୍ ରେ ନିଆଁ ଲାଗିବା ଘଟଣା। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଉଛନ୍ତି। ଏନେଇ ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ନେତାମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ତେଲ୍ ରେ ଲେଖିଛନ୍ତି ଯେ, 'ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ହୋଇଥିବା ବସ୍ ଅଗ୍ନିକାଣ୍ତ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯାହାକୁ ନେଇ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ ପରିବାର ସହସ୍ୟଙ୍କ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି'। ସେପଟେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଘଟଣାକୁ ନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରକୁ ୨ ଲକ୍ଷର ସହାୟତା ରାଶି ଘୋଷଣା କରିବା ସହିତ ଆହତଙ୍କୁ୫୦ ହଜାର ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
The loss of lives in a tragic bus fire accident in Kurnool, Andhra Pradesh is deeply unfortunate. I extend my heartfelt condolences to the bereaved family members and pray for the speedy recovery of those injured.
— President of India (@rashtrapatibhvn) October 24, 2025
Extremely saddened by the loss of lives due to a mishap in Kurnool district of Andhra Pradesh. My thoughts are with the affected people and their families during this difficult time. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be…
— PMO India (@PMOIndia) October 24, 2025
ସୂଚନା ଅନୁସାରେ, ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ରେ ବସ୍ ସହ ଧକ୍କା ହେବାକୁ ନିଆଁ ଲାଗି ଯାଇଥିଲା। କ୍ଷଣିକ ମଧ୍ୟରେ ବସ୍ ଟି ପୂରା ଜଳି ଯାଇଥିଲା। ବସ୍ ରେ ଥିବା ୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨ ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଏବଂ ୨୦ ଜଣ ଆହତଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି।