Advertisement
Article Detail0/zeeodisha/odisha681579

ଆମାଜନ ଜଙ୍ଗଲରୁ ଆସିବ ଆଉ ଏକ ମହାମାରୀ !

ବିଶ୍ୱର ସବୁଠୁ ବଡ଼ ଘଞ୍ଚ ଜଙ୍ଗଲ କ୍ଷୟ ହେବାରେ ଲାଗିଛି..

ଆମାଜନ ଜଙ୍ଗଲରୁ ଆସିବ ଆଉ ଏକ ମହାମାରୀ !

ବିଶ୍ୱର ସବୁଠୁ ବଡ଼ ଘଞ୍ଚ ଜଙ୍ଗଲ କ୍ଷୟ ହେବାରେ ଲାଗିଛି.. ରାଷ୍ଟ୍ରପତି ଜେର ବୋଲସନାରୋର କାର୍ଯ୍ୟକାଳର ପ୍ରଥମ ବର୍ଷରେ ବ୍ରାଜିଲ ଆମାଜନ ଜଙ୍ଗଲ କ୍ଷୟ ୮୫ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଛି। ଚଳିତ ବର୍ଷ ବିପୁଳ ପରିମାଣରେ ବୃକ୍ଷକାଟ ହୋଇଛି ।

ଜିନୁ ଜେନା, ନୂଆଦିଲ୍ଲୀ: କୋରନା ସଂକଟ ଏବେ ଜାରି ଏବଂ ଏହା କେବେ ହଟିବ ତାର କିଛି ନିଶ୍ଚିତତା ନାହିଁ । ଏମିତିରେ ବୈଜ୍ଞାନିକ ଏବଂ ଗବେଷକଙ୍କ ଶ୍ୱାସ ଆଉଏକ ମହାମାରୀକୁ ରୋକିବାରେ ସଫଳ ହୋଇଛନ୍ତି । ତେବେ ଏବେ ଏଭଳି ଅନୁଭୂତ ହେଉଛି ଯେ ପ୍ରକୃତିର କ୍ରୋଧ ପ୍ରଶମିତ ହୋଇନାହିଁ ଏବଂ ମାନବ ସଭ୍ୟତାର ଅଧିକରୁ ଅଧିକ ବରବାଦ କରିବା ଲାଗି ସେ ଯେମିତି ସଂକଳ୍ଫ କରିନେଇଛି । ଏଥିପାଇଁ ପରବର୍ତ୍ତୀ ମହାମାରୀ ଯେଉଁଠୁ ଆସିବା ସଂକେତ ମିଳୁଛି ଯାହାକୁ ପୃଥିବୀର ଫୁସ୍ ଫୁସ୍ ବୋଲି କୁହାଯାଉଛି । ଆଗାମୀ ଦିନରେ ଆମାଜୋନ ଜଙ୍ଗଲରୁ କୌଣସି ପ୍ରକାରର ଭୟଙ୍କର ବିମାରୀ ବ୍ୟାପିପାରେ।   

ଏମିତି ଆକଳନ କାହିଁକି?
ଏହାର ବଡ଼ କାରଣ ଏହା ଯେ, ଜଙ୍ଗଲରୁ ବିପୁଳ ପରିମାଣରେ ଗଛ କଟାଯାଉଛି। ବୈଜ୍ଞାନିକ ଜଙ୍ଗଲ କାଟର ପରିଣାମ ସମ୍ପର୍କରେ ଚେତାଇ ଦେଇଛନ୍ତି । ତାଙ୍କ କହିବା ହେଲେ ଏହାଦ୍ୱାରା ଜଙ୍ଗଲି ପଶୁଙ୍କ ଆବାସସ୍ଥଳୀରେ ସ୍ଥାନେ ସ୍ଥାନେ ଆକ୍ରମଣ ହେଉଛି । ଯାହାର ବିପଦଜ୍ଜନକ ପରିଣତି ଦେଖିବାକୁ ମିଳିପାରେ । ପରିବେଶ ଉପରେ ଗବେଷଣା କରୁଥିବା ବିଜ୍ଞାନୀ କହିଛନ୍ତି ସହରୀକରଣ ଯୋଗୁଁ ଜୁନୋଟିକ୍ ବିମାରୀ ବିପଦ ବଢିଯାଇଛି । ଜୁନୋଟିକ୍ ବିମାରୀରେ ପଶୁଙ୍କୁ ବିମାର ହୁଏନି ବରଂ ମଣିଷଙ୍କୁ ସଂକ୍ରମିତ କରିବା କ୍ଷମତା ରହିଛି ।

Add Zee News as a Preferred Source

ପଶୁ ଦେହରୁ ମଣିଷକୁ ଡେଇଁବ ସଂକ୍ରମଣ
ଏହି ବିମାରୀର ଅର୍ଥ ଏହା ହେଲା ଯେ ସଂକ୍ରମଣ ପଶୁ ପାଖରୁ ମଣିଷ ପର୍ଯ୍ୟନ୍ତ ଆସିଯିବ । ଏହି ଶ୍ରେଣୀରେ କୋରନା ଭାଇରସ ବି ସାମିଲ ଅଛି । ଏ ସମ୍ପର୍କରେ ବୈଜ୍ଞାନିକଙ୍କ ଆକଳନ ହେଉଛି କି ଅସଲରେ ଏହା ମଣିଷ ପୂର୍ବରୁ ବାଦୁଡ଼ି ଦେହରେ ସଂକ୍ରମିତ ହୋଇଥିଲା ଏବଂ ପୁଣି ଚୀନର ୱୁହାନରେ ସଂକ୍ରମଣ ଭୟଙ୍କର ରୂପ ଧାରଣ କଲା । ମଣିଷର ଗତିବିଧି ଉପରେ ଅଧ୍ୟୟନ କରୁଥିବା ବ୍ରାଜିଲର ବୈଜ୍ଞାନିକ ଡେଭିଡ୍ ଲପୋଲା କହନ୍ତି, ଟ୍ରପିକାଲ ଫରେଷ୍ଟର ଭବିଷ୍ୟରେ ପରିବେଶଗତ ଅସନ୍ତୁଳନ ବିପଦ ବଢିଯାଇଛି। ଯାହାର ପ୍ରଭାବ ଆମାଜୋନ ଜଙ୍ଗଲରେ ନଜର ଆସିଛି ।

ଆମାଜନ ଲଗାତାର ବୃକ୍ଷକାଟ ବଡ଼ କାରଣ
ବିଶ୍ୱର ସବୁଠୁ ବଡ଼ ରେନ୍ ଫରେଷ୍ଟ କ୍ଷୟ ହେବାରେ ଲାଗିଛି.. ରାଷ୍ଟ୍ରପତି ଜେର ବୋଲସନାରୋର କାର୍ଯ୍ୟକାଳର ପ୍ରଥମ ବର୍ଷରେ ବ୍ରାଜିଲ ଆମାଜନ ଜଙ୍ଗଲ କ୍ଷୟ ୮୫ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଛି। ଚଳିତ ବର୍ଷ ବିପୁଳ ପରିମାଣରେ ବୃକ୍ଷକାଟ ହୋଇଛି । ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ବ୍ରାଜିଲର ଜାତୀୟ ଅନ୍ତରୀଣ ଗବେଷଣା ସଂସ୍ଥାନ(ଆଇଏନପିଇ) ଚଳିତ ବର୍ଷର ପ୍ରଥମ ଚାରିମାସରେ ନୂଆ ରେକର୍ଡ ସୃଷ୍ଟି କରି ୧୨୦୨ ବର୍ଗ କିମି ପର୍ଯ୍ୟନ୍ତ ବୃକ୍ଷ କାଟି ସଫା କରିଦେଇଛି । ଲାପୋଲା କହନ୍ତି ଏହା କେବଳ ଏହି ଗ୍ରହପାଇଁ ନୁହଁ ମାନବ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଖରାପ ଖବର ।

ଭାଇରସର ଭଣ୍ଡାର ଅଟେ ଆମାଜନ ଜଙ୍ଗଲ
ଆମାଜନ ଜଙ୍ଗଲ ଭାଇରସର ଭଣ୍ଡାର ଅଟେ । ଦୁନିଆର ସବୁଠୁ ବଡ଼ ରେନ୍ ଫରେଷ୍ଟ ବିପଦଜ୍ଜନକ ଭାବେ ଅବକ୍ଷୟ ହେବାରେ ଲାଗିଛି । ଗତ ୧୦ ହଜାର ସ୍କୋୟାର କିମିଠୁ ଅଧିକ ବ୍ରାଜିଲରେ ଆମାଜନ ଜଙ୍ଗଲ କଟାଯାଇଥିବା ଦେଖାଦେଇଛି ।
ବ୍ରାଜିଲର କେମ୍ପିନସ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଥିବା ଲପୋଲାଙ୍କ କହିବା ହେଲା ଯେତେବେଳେ ପରିବେଶ ଅସନ୍ତୁଳନ ହେଲେ ସେତେବେଳେ କୌଣସି ଭାଇରସ୍ ପଶୁ ଦେହରୁ ମଣିଷ ଦେହକୁ ପ୍ରବେଶ କରିପାରେ । ତାଙ୍କ କହିବା ଅନୁଯାୟୀ ଏମିତିରେ HIV, ଇବୋଲା ଏବଂ ଡେଙ୍ଗୁ ମାମଲାରେ ଏମିତି ହିଁ ହୋଇଛି ।

ପରିବେଶ ଅସନ୍ତୁଳରୁ ବ୍ୟାପିଛି ଭାଇରସ୍
ଏହା ସମସ୍ତ ପଦାକୁ ଆସିଥିବା ଭାଇରସ୍ ପରିବେଶ ଅସନ୍ତୁଳନ କାରଣରୁ ବେଶୀମାତ୍ରାରେ ବ୍ୟପିଛି। ତାଙ୍କ କହିବା ହେଲା ଏ ପର୍ଯ୍ୟନ୍ତ ବିମାରୀର ପ୍ରକୋପ ଦକ୍ଷିଣ ଏସିଆ ଏବଂ ଆଫ୍ରିକା ମହାଦେଶରେ କେନ୍ଦ୍ରିତ ଥିଲା। ଯାହାର ସମ୍ପର୍କ ବାଦୁଡ଼ିର ବିଶେଷ ପ୍ରଜାତି ସହ ଯୋଡ଼ା ଯାଉଛି ।

କିନ୍ତୁ ଆମାଜନ ଉତ୍କୃଷ୍ଟ ଜୈବ ବିବିଧତା କ୍ଷେତ୍ରକୁ ଦୁନିଆର ସବୁଠୁ ବଡ଼ କୋରନା ଭାଇରସ୍ ଠିକଣା ବନାଇପାରେ। ଏହାର ସମାଧାନ ହେଉଛି ସମାଜ ଏବଂ ରେନ୍ ଫରେଷ୍ଟ ମଧ୍ୟରେ ସମ୍ପର୍କ ପୁଣି ମଜଭୁତ ହୋଇ ଗଢିଉଠୁ । 

About the Author