Advertisement
Article Detail0/zeeodisha/odisha673371
Zee OdishaOdisha National-Internationalସଂକ୍ରମଣରେ ପ୍ରାଣ ହରାଇଲେ ଆଉ ଜଣେ ପୋଲିସ କର୍ମୀ

ସଂକ୍ରମଣରେ ପ୍ରାଣ ହରାଇଲେ ଆଉ ଜଣେ ପୋଲିସ କର୍ମୀ

ଅନ୍ୟପକ୍ଷେ ଗତକାଲି(ରବିବାର) ମୁମ୍ବାଇରେ ୨ ଜଣ ହେଡ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ରାଜ୍ୟରେ ୧୦୦ରୁ ଅଧିକ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଲକଡାଉନ ସମୟରେ ରାଜ୍ୟରେ ପ୍ରାୟ ୧୫୦ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇସାରିଛି । ଏହି ମାମଲାରେ ୪୮୨ ଜଣଙ୍କୁ ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଦେଶରେ ଚାଲିଥିବା କୋରୋନା ସଙ୍କଟ ମଧ୍ୟରେ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୮ ହଜାର ଅତିକ୍ରିମ ସାରିଛି । ଏପର୍ଯ୍ୟନ୍ତ ୮୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ଦେଶର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ଏଠାରେ ସବୁଠାରୁ ଅଧିକ ଲୋକ କୋରୋନା ଭୂତାଣୁ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଗତ ୩ ଦିନ ମଧ୍ୟରେ କୋରୋନାରେ ମହାରାଷ୍ଟ୍ରରେ ୩ ଜଣ ପୋଲିସ କର୍ମୀ ମୃତ୍ୟୁବରଣ କରିଛନ୍ତି । ଟୁଇଟ୍ କରି ମୁମ୍ବାଇ ପୋଲିସ ଏହି ସୂଚନା ଦେଇଛି । ମୁମ୍ବାଇ ପୋଲିସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଟ୍ୱିଟ କରି କହିଛି ଯେ, "କୁର୍ଲା ଟ୍ରାଫିକ୍ ଡିଭିଜନରୁ ଏଚ୍.ସି ଶିବାଜୀ ନାରାୟଣ ସୋନବନେ (୫୬)ଙ୍କ ମୃତ୍ୟୁ ବରଣ କରିଛନ୍ତି । ସୋନବତେ କୋରୋନା ଭାଇରସ୍ ସହିତ ଯୁଦ୍ଧ କରୁଥିଲେ । ଆମେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ ।"
 
ଅନ୍ୟପକ୍ଷେ ଗତକାଲି(ରବିବାର) ମୁମ୍ବାଇରେ ୨ ଜଣ ହେଡ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ରାଜ୍ୟରେ ୧୦୦ରୁ ଅଧିକ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଲକଡାଉନ ସମୟରେ ରାଜ୍ୟରେ ପ୍ରାୟ ୧୫୦ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇସାରିଛି । ଏହି ମାମଲାରେ ୪୮୨ ଜଣଙ୍କୁ ପୋଲିସ ଗିରଫ କରିଛି ।

ମହାରାଷ୍ଟ୍ରରେ କୋରୋନା ଭୂତାଣୁ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ରାଜ୍ୟର ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ କୋରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି । ରବିବାର ସୁଦ୍ଧା ରାଜ୍ୟରେ ୧୦୭ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ୨ ଜଣ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୁଁ ବାରମ୍ବାର ସଂଯମତା ରକ୍ଷା କରିବା ବିଷୟରେ କହୁଛି । ଯେତେବେଳେ ସବୁ ଜାଗାରେ କିଛି ଘଟେ, ଲୋକମାନେ ପ୍ରଥମେ ପୋଲିସ ଉପରେ ଅଭିଯୋଗ କରନ୍ତି । ଏହି ପୋଲିସ ଦିନରାତି ଆମ ପାଇଁ କାମ କରୁଛି । କୋରୋନା ସହ ସଂଘର୍ଷ କରି ସେମାନେ ମୃତ୍ୟୁ ବରଣ କରିଛନ୍ତି ।

Add Zee News as a Preferred Source
About the Author