ଏହି ଦୁଇ ଖେଳାଳିଙ୍କୁ ପଡ଼ିଆରେ ଭୟ କରନ୍ତି କୁଲଦୀପ
Advertisement
Article Detail0/zeeodisha/odisha705488

ଏହି ଦୁଇ ଖେଳାଳିଙ୍କୁ ପଡ଼ିଆରେ ଭୟ କରନ୍ତି କୁଲଦୀପ

ପୂର୍ବତନ ଅଧିନାୟକ ତଥା ଓ୍ୱିକେଟ କିପର ମହେନ୍ଦ୍ର ସିଂ ଧୋନି ପାଖାପାଖି ବର୍ଷେ ହେବ କ୍ରିକେଟ ମୈଦାନରୁ ଦୁରେଇ ରହିଛନ୍ତି। ତେବେ ତାଙ୍କୁ ମନେ ପକାଇଛନ୍ତି ଭାରତର ବର୍ତ୍ତମାନ ଲେଗ ସ୍ପିନର କୁଲଦୀପ ଯାଦବ। କୁଲଦୀପ କହିଛନ୍ତି କି, ମାହି ଭାଇଙ୍କଠାରୁ ମୁଁ ଅନେକ କିଛି ରଣକୌଶଳ ଶିଖିବାକୁ ପାଇଛି। ମାହି ଓ୍ୱିକେଟ ପଛରେ ରହିଥିବା ସମୟରେ ମୁଁ ନିର୍ଭୟରେ ବୋଲ

ଏହି ଦୁଇ ଖେଳାଳିଙ୍କୁ ପଡ଼ିଆରେ ଭୟ କରନ୍ତି କୁଲଦୀପ

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ତଥା ଓ୍ୱିକେଟ କିପର ମହେନ୍ଦ୍ର ସିଂ ଧୋନି ପାଖାପାଖି ବର୍ଷେ ହେବ କ୍ରିକେଟ ମୈଦାନରୁ ଦୁରେଇ ରହିଛନ୍ତି। ତେବେ ତାଙ୍କୁ ମନେ ପକାଇଛନ୍ତି ଭାରତର ବର୍ତ୍ତମାନ ଲେଗ ସ୍ପିନର କୁଲଦୀପ ଯାଦବ। କୁଲଦୀପ କହିଛନ୍ତି କି, ମାହି ଭାଇଙ୍କଠାରୁ ମୁଁ ଅନେକ କିଛି ରଣକୌଶଳ ଶିଖିବାକୁ ପାଇଛି। ମାହି ଓ୍ୱିକେଟ ପଛରେ ରହିଥିବା ସମୟରେ ମୁଁ ନିର୍ଭୟରେ ବୋଲିଂ କରିପାରିଥାଏ। ମାତ୍ର ଓ୍ୱିକେଟ ପଛରେ ତାଙ୍କର ଅନୁପସ୍ଥିତିକୁ ମୁଁ ବେଶ ଭଲ ଭାବେ ଅନୁଭବ କରିପାରୁଛି ବୋଲି ସେ କହିଥିଲେ। 

ଗତବର୍ଷ ବିଶ୍ୱକପ ପରଠାରୁ ଧୋନି କ୍ରିକେଟ୍ ଖେଳି ନାହାଁନ୍ତି। ଆଇପିଏଲ୍ ମାଧ୍ୟମରେ ତାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ କଳ୍ପନାଜଳ୍ପନା କରାଯାଇଥିଲା କିନ୍ତୁ କୋରୋନା ଜୀବାଣୁ ମହାମାରୀ ହେତୁ ଆଇପିଏଲ୍ ସ୍ଥଗିତ ରହିଯାଇଛି। କୁଲଦୀପ କହିଛନ୍ତି ଯେ ପଡ଼ିଆରେ ଧୋନିଙ୍କ ଅଭାବ ହିଁ ୱିକେଟ୍ ପଛରୁ ତାଙ୍କୁ ବ୍ୟଥିତ କରିଛି ବୋଲି କୁଲଦୀପ କହିଥିଲେ। 

ସେ କହିଥିଲେ ଯେ ମୁଁ ଯେତେବେଳେ ମୋର କ୍ୟାରିଅର୍ ଆରମ୍ଭ କଲି, ସେତେବେଳେ ମୁଁ ପିଚ୍ ଚିହ୍ନଟ କରିପାରିନଥିଲି । ଧୋନିଙ୍କ ସହିତ ଖେଳିବା ପରେ ମୁଁ ଜାଣିଲି । ବଲକୁ କେଉଁଠାରେ ସ୍ପିନ କରିବାକୁ ହେବ ସେ କହୁଥିଲେ । ସେ କ୍ଷେତ୍ର ମାହିଭାଇ ମଧ୍ୟ ଜଣେ ପାରଦର୍ଶୀ ଥିଲେ। ସେ ଜାଣିଥିଲେ ବ୍ୟାଟ୍ସମ୍ୟାନ୍ କେଉଁଠାରେ ସଟ୍ ଖେଳିବେ ଏବଂ ସେହି ଅନୁଯାୟୀ ଫିଲ୍ଡିଂ କରୁଥିଲେ।

କୁଲଦୀପ କହିଛନ୍ତି ଯେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଏବଂ ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ଏହି ଦୁଇ ଜଣଙ୍କୁ ପିଚରୁ ହଟାଇବା ବେଶ କାଠିକର ପାଠ। ଗତବର୍ଷ ଲମ୍ବା ସମୟ ପାଇଁ ଆହତ ସମସ୍ୟାର ସମ୍ମୁଖୀନ ହୋଇଥିବା ଯାଦବ କହିଛନ୍ତି ଯେ ଉଭୟ ବ୍ୟାଟ୍ସମ୍ୟାନଙ୍କର ବେଶ ଅଭିଜ୍ଞତା ରହିଛି। ସେ କହିଛନ୍ତି ଯେ ସ୍ମିଥ୍ ପ୍ରାୟତଃ ବ୍ୟାକଫୁଟରେ ଖେଳନ୍ତି ଏବଂ ବହୁତ ସମୟ ଧରି ମଧ୍ୟ ଖେଳନ୍ତି, ତେଣୁ ତାଙ୍କୁ ବୋଲିଂ କରିବା ଚ୍ୟାଲେଞ୍ଜ ଅଟେ।

ସେ ଆହୁରି ମଧ୍ୟ କହିଛନ୍ତି, ଏବି ଡି ଭିଲିୟର୍ସ ଦିନିକିଆ ଖେଳାଳି। ସେମାନଙ୍କର ଏକ ଭିନ୍ନ ଶୈଳୀ ଅଛି । ବର୍ତ୍ତମାନ ସେ ଖେଳକୁ ବିଦାୟ ଦେଇଛନ୍ତି ଯାହା ଏକ ଭଲ କଥା । ଏମାନଙ୍କ ବ୍ୟତୀତ ମୁଁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଭୟ କରି ନଥିଲି ବୋଲି ସେ କହିଥିଲେ। 

ଗତ ବର୍ଷର ଖରାପ ଫର୍ମରେ ସେ କହିଥିଲେ ଯେ ତାଙ୍କ କ୍ୱିଭରରେ କିଛି ତୀର ଅଛି ଏବଂ ଦଳରେ ସ୍ଥିର ନହେବା ମଧ୍ୟ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଛି। ସେ କହିଛନ୍ତି, “ବିଶ୍ୱକପ 2019 କୁ ଯିବା ପୂର୍ବରୁ ମୋର ବହୁତ ପ୍ରସ୍ତୁତି ଥିଲା କିନ୍ତୁ ମୁଁ ଆଇପିଏଲ ବିଫଳତାକୁ ଦୂର କରିବାକୁ ଚାହୁଁଥିଲି । ମୁଁ ଅଧିକ ୱିକେଟ୍ ନେଇ ନଥିଲି କିନ୍ତୁ ବିଶ୍ୱକପ୍‌ରେ ଭଲ ବୋଲିଂ କରିଥିଲି ବୋଲି ସେ ସୂଚନା ଦେଇଛନ୍ତି।

;