ନୂଆଦିଲ୍ଲୀ: ପୁଣି ଫସର ଫାଟିଲା ପିଲାଙ୍କ ପରିଶ୍ରମ। CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ପରି JEE (Main) 2021କୁ ମଧ୍ୟ ବାତିଲ କରାଯାଇଛି। ଲଗାତାର ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର National Testing Agency (NTA) ଏହି ଘୋଷଣା କରିଛି। 


COMMERCIAL BREAK
SCROLL TO CONTINUE READING

NTA ଦ୍ୱାରା ଜାରି କରାଯାଇଥିବା ପବ୍ଲିକ ନୋଟିସ ବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଏଥର ୪ଟି ପର୍ଯ୍ୟାୟରେ JEE (Main) ପରୀକ୍ଷା ଆୟୋଜନ ହେଉଛି। ଗତ ଫେବୃଆରୀ ୨୩ରୁ ୨୬ ଯାଏଁ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୧୬ରୁ ୧୮ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା (Examination) ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ୨ଟି ପର୍ଯ୍ୟାୟରେ କ୍ରମଶଂ ୬୨୦୯୭୮ ଓ ୫୫୬୨୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।


Also Read: କ୍ୟାରିଅରରେ କୋରୋନା ବ୍ୟାରିଅର


ତେବେ JEE (Main)ର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ୨୭, ୨୮ ଓ ୩୦ ତାରିଖରେ ଆୟୋଜନ ହେବାର ଥିଲା। କିନ୍ତୁ ଆଜି ସେହି ପରୀକ୍ଷାକୁ ବାତିଲ କରାଯାଇଛି। ବର୍ତ୍ତମାନର କୋରୋନା (Coronavirus) ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରିଲର ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ତାରିଖ ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି NTA କହିଛି।



ପରୀକ୍ଷା ବାତିଲ ପରେ ଛାତ୍ରଛାତ୍ରୀଙ୍କୁ ଯେଉଁ ସମୟ ମିଳିଛି, ତାହାର ସଦୁପଯୋଗ କରିବାକୁ NTA ପରାମର୍ଶ ଦେଇଛି। ଏହାବ୍ୟତୀତ ପରୀକ୍ଷାର୍ଥି ଘରେ ରହି NTA Abhyas Appରେ ପରୀକ୍ଷାର ବିଷୟବସ୍ତୁ ଉପରେ ଆଲୋଚନା କରନ୍ତୁ। ସେହିପରି ନିୟମିତ NTAର ୱେବସାଇଟକୁ ଭିଜିଟ୍ କରି ତାଜା ତଥ୍ୟ ପାଆନ୍ତୁ ବୋଲି କେନ୍ଦ୍ର ଶିକ୍ଷା ବିଭାଗ କହିଛି।