• ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ କୋରୋନା ପଜିଟିଭ, ୪ ହଜାର ମୃତ
  • ରାଜ୍ୟରେ ଆଜି ୨୨ ଜଣଙ୍କ ମୁଣ୍ଡ ନେଲା କିଲର ଭାଇରସ କୋରୋନା
  • ରାଜ୍ୟରେ ଆଜି ପୁଣି ୧୨ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
  • ବିଷମକଟକ : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ
  • କାଳିଆ ଯୋଜନାରେ ଆଜି ଅପରାହ୍‌ଣ ୫ଟାରେ ଚାଷୀଙ୍କୁ ପ୍ରାୟ ୯୦୦ କୋଟି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
  • ଆଜି ଦେଶର ବିଭିନ୍ନ ରାଜ୍ୟରେ ପାଳନ ହେଉଛି ପବିତ୍ର ଇଦ୍‌ ପର୍ବ
  • କଟକଣା ପାଇଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସ୍‌ଜିଦକୁ ପ୍ରବେଶ ବାରଣ
  • କରୋନା ଟିକା ନେଇ ସାରିଥିବା ଲୋକଙ୍କ ପାଇଁ ମାସ୍କ କି ସାମାଜିକ ଦୂରତା ଜରୁରୀ ନୁହେଁ : ଆମେରିକା
  • କରୋନା ମୁକାବିଲା: ୧୭ ତାରିଖ ସନ୍ଧ୍ୟା ୫.୩୦ରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
  • କୋରୋନା ସମ୍ମୁଖ ଯୋଦ୍ଧା ତାଲିକାରେ ବନବିଭାଗ, ବ୍ୟାଙ୍କ, ବୀମା, ରେଳବାଇ, ଅକ୍ସିଜେନ ପ୍ଲାଂଟ କର୍ମଚାରୀ ଓ ପଶୁ ଡାକ୍ତର ସାମିଲ

ଜାରି ରହିଛି ଆର୍ମେନିଆ-ଆଜରବୈଜାନ ଯୁଦ୍ଧ, ମିସାଇଲ ହମଲାରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା ବଜାର

ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ସୈନିକଙ୍କ ସମେତ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ଜାରି ରହିଛି ଆର୍ମେନିଆ-ଆଜରବୈଜାନ ଯୁଦ୍ଧ, ମିସାଇଲ ହମଲାରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା ବଜାର

ନୂଆଦିଲ୍ଲୀ: ପୂର୍ବତନ ସୋଭିଏତ ସଂଘ (USSR Federation) ରେ ସାମିଲ ଥିବା ଏସୀୟ-ୟୁରୋପୀୟ ଦେଶ (Eurasian Country) ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଜାରି ରହିଛି ଯୁଦ୍ଧ (Armenia Azerbaijan War) । ଏଥିରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ସୈନିକଙ୍କ ସମେତ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ନାଗର୍ଣ୍ଣୋ-କାରାବାକ (Nagorno-Karabakh) ନାମକ ଏକ ବିଚ୍ଛିନ୍ନ ଭୌଗୋଳିକ ଅଞ୍ଚଳକୁ ନେଇ ମୁହାଁମୁହିଁ  ହୋଇଛନ୍ତି ଏହି ଦୁଇ ଦେଶ । ଶତ୍ରୁପକ୍ଷକୁ ଜବାବ ଦେବାକୁ ଯାଇ ଆର୍ମେନିଆ ପକ୍ଷରୁ ଆଜରବୈଜାନର ଦ୍ୱିତୀୟ ବଡ ସହର ଗାଞ୍ଜା (Ganja City) ଉପରେ କ୍ଷେପଣାସ୍ତ୍ର ମାଧ୍ୟମରେ ଆକ୍ରମଣ (Missile Attack) କରିଛି । ଏନେଇ ଆଜରବୈଜାନର ଅଧିକାରୀ ଆର୍ମେନିଆ ସେନା (Armenian Force) ଦ୍ୱାରା ଦେଶରେ ହୋଇଥିବା ଆକ୍ରମଣ ବାବଦରେ ସ୍ପଷ୍ଟ କରିଛନ୍ତି । ଏନେଇ କୁହାଯାଇଛି ଦେଶର ଦ୍ୱିତୀୟ ବୃହତ୍ତମ ସହର ଗାଞ୍ଜାରେ ହୋଇଥିବା ମିସାଇଲ ହମଲା (Missile Strike) କାରଣରୁ ଏକ ବଜାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଆକ୍ରମଣରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି ।

 

ଏ ପ୍ରସଙ୍ଗ ଉପରେ ମତ ରଖି ଆଜରବୈଜାନ ରାଷ୍ଟ୍ରପତି (Azerbaijan President) ଟ୍ୱିଟ କରି ଲେଖିଛନ୍ତି ଯେ ଆର୍ମେନିଆ ସଶସ୍ତ୍ର ବାହିନୀ ଗଞ୍ଜାର କେନ୍ଦ୍ରୀୟ ବଜାର ଉପରେ ଆକ୍ରମଣ କରିଛି । ଏଥିରେ ଦେଶର ସାଧାରଣ ନାଗରିକ ଆହତ ହେବା ଘଟଣାରୁ ଏହା ସ୍ପଷ୍ଟ ହେଉଛି ଯେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଏହି ବଜାରରେ କୌଣସି ସାମରିକ ଉପସ୍ଥିତି ନାହିଁ ।

ଏହି ଆକ୍ରମଣ ସମ୍ପର୍କରେ କୁହାଯାଇଛି ଆର୍ମେନିଆର ଆବାସିକ ଅଞ୍ଚଳରେ ଆଜରବୈଜାନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା । ଏହାର ଜବାବ ଦେବାକୁ ଯାଇ ଆର୍ମେନିଆ ପକ୍ଷରୁ ମିସାଇଲ ହମଲା କରାଯାଇଛି । ଯଦିଓ ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ (Armenian Defense Ministery) ପକ୍ଷରୁ କୁହାଯାଇଛି ଯେ ଆଜରବୈଜାନ କ୍ଷେତ୍ରରେ ଆର୍ମେନିଆର ଅଞ୍ଚଳରୁ କୌଣସି ଆକ୍ରମଣ କରାଯାଇନାହିଁ । ଅନ୍ୟପଟେ ନାଗର୍ଣ୍ଣୋ-କାରାବାକ ନେତା ଅରାଇକ୍ ହରୁତୟନ୍ (Leader Arayik Harutyunyan) ଫେସବୁକରେ କରିଥିବା ପୋଷ୍ଟରେ କହିଛନ୍ତି ଗାଞ୍ଜା ଠାରେ ଥିବା ସମସ୍ତ ସାମରିକ ଉପକରଣକୁ ନଷ୍ଟ କରିବା ପାଇଁ ରକେଟ୍ ଆକ୍ରମଣ (Rocket Strike) କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କହିଛନ୍ତି ସେ ।

ତାଙ୍କ ମୁଖପାତ୍ର ୱାହରାମ ପାଗୋସିଆନ (Vahram Poghosyan) କହିଛନ୍ତି ଗାଞ୍ଜା ଅଞ୍ଚଳର ସେନା ଥିବା ସାମରିକ ବିମାନ ଘାଟି (Military Air Base) ଧ୍ୱଂସ କରି ଦିଆଯାଇଛି । ସହର ଉପରେ ହୋଇଥିବା ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଆହତ ହୋଇଛନ୍ତି ବୋଲି ଆଜରବୈଜାନ ବୈଦେଶିକ ମନ୍ତ୍ରଣାଳୟ ( Azerbaijan Foreign Ministry) ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । 

ସାମ୍ପ୍ରତିକ ସମୟରେ ଆର୍ମେନିଆ ଆଜରବୈଜାନ ବିରୋଧରେ ଯୁଦ୍ଧ କରିବା ପାଇଁ ଗ୍ରୀସ (Greece) ରୁ ଭଡାରେ ଯୋଦ୍ଧାଙ୍କୁ ଆଣିବା ପାଇଁ ଯୋଜନା କରିଛି । ଏନେଇ ଦେଶର ଜଣେ ଅଧିକାରୀ କହିଛନ୍ତି ଗ୍ରୀସରୁ ଆର୍ମେନିଆନ ବଂଶଧର ଲୋକଙ୍କୁ ଆଜବୈଜାନ ବିରୋଧି ଯୁଦ୍ଧରେ ଭାଗନେବାକୁ ପ୍ରସ୍ତୁତ କରାଯିବ ।

ନାଗର୍ଣ୍ଣୋ-କାରାବାକ ନାମକ ଏକ ପାର୍ବତ୍ୟ ଅଞ୍ଚଳରେ ଏହି ଯୁଦ୍ଧ ଚାଲିଛି । ଆଜରବୈଜାନ ଦାବି କରିଛି ଯେ ଏହି ଅଞ୍ଚଳ ତାହାର ଅଧିକୃତ କ୍ଷେତ୍ର, ହେଲେ ଆର୍ମେନିଆ ଏହା ଉପରେ ନିଜର ଅଧିକାର ଦର୍ଶାଉଛି । ଏହାକୁ ନେଇ ୧୯୯୨ ମସିହାରେ ହୋଇଥିବା ଯୁଦ୍ଧ ପର ଠାରୁ ଏହି ଅଞ୍ଚଳ ଆର୍ମେନିଆ ଦଖଲରେ ରହିଆସିଛି । ଯଦି ଐତିହାସିକ ଦୃଷ୍ଟିକୋଣରୁ ବିଚାର କରାଯାଏ ତାହେଲେ ଏହି ଅଞ୍ଚଳ ବିଚ୍ଛିନ୍ନତାବାଦୀ ସଙ୍ଗଠନ ଦ୍ୱାରା ନିୟନ୍ତ୍ରିତ ହେଉଛି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବେଶ ଲମ୍ବା ସମୟ ଧରି ବିବାଦ ଜାରି ରହିଛି । ଏହି ଅଞ୍ଚଳକୁ ଦଖଲକୁ ନେବା ପାଇଁ ଆର୍ମେନିଆ-ଆଜରବୈଜାନ ମଧ୍ୟରେ ୧୯୮୦-୧୯୯୨ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧରେ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ ।