• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଆମେରିକାର ଉଦ୍ୟମ ବିଫଳ, ପୁଣି ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ!

ନାଗୋର୍ଣ୍ଣୋ-କରାବାଖ୍ (Nagorno-Karabakh conflict) ଆନୁଷ୍ଠାନିକ ଭାବରେ ଆଜେରବାଇଜାନ (Azerbaijan) ର ଏକ ଅଂଶ କିନ୍ତୁ ଏଠାରେ ଦଖଲ ଆର୍ମେନିଆ (Armenia) ର ରହିଛି ।

ଆମେରିକାର ଉଦ୍ୟମ ବିଫଳ, ପୁଣି ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ!

ନୂଆଦିଲ୍ଲୀ: Armenia-Azerbaijan war: ଆମେରିକା (America) ର ମଧ୍ୟସ୍ଥତାରେ ଆର୍ମେନିଆ (Armenia) ଓ ଆଜେରବାଇଜାନ (Azerbaijan) ମଧ୍ୟରେ ରବିବାର ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଭଙ୍ଗ ହୋଇଥିବା ଜଣାପଡିଛି । ସୋମବାର ଆର୍ମେନିଆ ଓ ଆଜେରବାଇଜାନ ପରସ୍ପର ବିରୋଧରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି । ନାଗୋର୍ଣ୍ଣୋ-କରାବାଖ୍ ଅଞ୍ଚଳରେ ଦୁଇ ଦେଶ ପ୍ରାୟ ଏକ ମାସ ଧରି ଯୁଦ୍ଧ କରିଆସୁଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ଏହା ତୃତୀୟ ଚୁକ୍ତି ଥିଲା । ଏହାପୂର୍ବରୁ ଋଷର ମଧ୍ୟସ୍ଥତାରେ ଦୁଇଟି ଚୁକ୍ତିନାମା ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାରେ ବିଫଳ ହୋଇଥିଲା ।

ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିର କିଛି ଘଣ୍ଟା ପରେ ଆଜେରବାଇଜାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ, ଆର୍ମେନିଆର ସୈନ୍ୟମାନେ ତେର୍ତାର ଓ ଲାଚିନ୍ ଅଞ୍ଚଳରେ ଗୁଳି ଚଳାଇଛନ୍ତି । ତେବେ ନାଗୋର୍ଣ୍ଣୋ-କରାବାଖର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ଆର୍ମେନିଆର ସାମରିକ ବେସ ଉପରେ ଆଜେରୀୟ ସେନା କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ, ସ୍ଥାନୀୟ ସମୟ ସକାଳ ୯.୧୦ରେ ଆଜେରୀ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି ।

ନାଗୋର୍ଣ୍ଣୋ-କରାବାଖ୍ (Nagorno-Karabakh conflict) ଆନୁଷ୍ଠାନିକ ଭାବରେ ଆଜେରବାଇଜାନର ଏକ ଅଂଶ କିନ୍ତୁ ଏଠାରେ ଦଖଲ ଆର୍ମେନିଆର ରହିଛି । ଏହି କ୍ଷେତ୍ରରେ ଆର୍ମେନୀୟମାନେ ଅଧିକ ବାସ କରନ୍ତି । ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ବିବାଦ ସେପ୍ଟେମ୍ବର ୨୭ରେ ଆରମ୍ଭ ହୋଇଥିଲା ଏବଂ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଏହି ଯୁଦ୍ଧ ସମାପ୍ତ ହୋଇନଥିବା ଜଣାପଡିଛି ।

ଏହି ବିବାଦକୁ ଏକ ବଡ଼ ଯୁଦ୍ଧରେ ପରିଣତ ନକରିବାକୁ ଦୁନିଆର ମହାଶକ୍ତିମାନେ ଚେଷ୍ଟା କରୁଛନ୍ତି । ତୁର୍କୀ ଆଜେରବାଇଜାନକୁ ଦୃଢ଼ ସମର୍ଥନ କରୁଥିବାବେଳେ ଆର୍ମେନିଆ ସହିତ ଋଷର ସୁରକ୍ଷା ଚୁକ୍ତି ରହିଛି । ଏହି ବିବାଦ ଯୋଗୁଁ ତୁର୍କୀ ଓ ଏହାର ନାଟୋ ସହଯୋଗୀମାନଙ୍କ ମଧ୍ୟରେ ମଧ୍ୟ ଉତ୍ତେଜନା ଦେଖାଦେଇଛି । ଏପରି ପରିସ୍ଥିତିରେ, ଏହି ଯୁଦ୍ଧ ଯେକୌଣସି ସମୟରେ ବିପଜ୍ଜନକ ମୋଡ଼ ନେଇପାରେ ।

ୱାଶିଂଟନରେ ରବିବାର ଆର୍ମେନିଆ-ଆଜେରବାଇଜାନର ବୈଦେଶିକ ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଅସ୍ତ୍ରବିରତି ପାଇଁ ରାଜି କରାଇଥିଲେ । ଏହି ବିବାଦର ସମାଧାନ ପାଇଁ ଗଠିତ ମିନସ୍କ ଗୋଷ୍ଠୀର ପ୍ରତିନିଧୀମାନେ ମଧ୍ୟ ଏହି ବାର୍ତ୍ତାରେ ଭାଗ ନେଇଥିଲେ । ଏହି ସଂଗଠନର କମାନ ଫ୍ରାନ୍ସ,, ଋଷ ଏବଂ ଆମେରିକାର ହାତରେ ରହିଛି । ସଂଗଠନ କହିଛି ଯେ, ଅକ୍ଟୋବର ୨୯ରେ ଏହାର ଉପାଧ୍ୟକ୍ଷ ତଥା ବୈଦେଶିକ ମନ୍ତ୍ରୀ ପୁଣିଥରେ ଜେନେଭାରେ ସାକ୍ଷାତ କରିବେ ।

ଏହି ବାର୍ତ୍ତାଳାପକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟରରେ ଲେଖିଛନ୍ତି ଯେ, ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲାସ ପାସିନାନ ଏବଂ ଆଜେରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିଏଭଙ୍କୁ ମଧ୍ୟରାତ୍ରିରେ ଅସ୍ତ୍ରବିରତି ପାଳନ କରିବାକୁ ରାଜି ହୋଇଥିବାରୁ ଅଭିନନ୍ଦନ । ଏହା ଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରିହେବ ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ବିଧାୟକ

ନାଗୋର୍ଣ୍ଣୋ-କରାବାଖରେ ୯୭୪ ସୈନିକ ନିହତ ହୋଇଥିବାବେଳେ ଆଜେରବାଇଜାନର ୬୫ ନାଗରିକଙ୍କର ମୃତ୍ୟୁ ଘଟିଛି । ତେବେ ଆଜେରବାଇଜାନ ନିଜର ସୈନିକମାନଙ୍କ ବିଷୟରେ କୌଣସି ତଥ୍ୟ ଦେଇନାହିଁ । ଗତ ସପ୍ତାହରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ, ଏହି ଯୁଦ୍ଧରେ ପ୍ରାୟ ୫୦୦୦ ଲୋକ ପ୍ରାଣ ହରାଥିବାର ଆଶଙ୍କ କରାଯାଉଛି । ଆର୍ମେନିଆର ପ୍ରଧାନମନ୍ତ୍ରୀ ପାଶିନ୍ନ୍ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ, ଆର୍ମେନିଆ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି ।

ଅଧିକ ପଢ଼ନ୍ତୁ:-କୋରୋନା ଟୀକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲା ଅକ୍ସଫୋର୍ଡ

ନାଗୋର୍ଣ୍ଣୋ-କରାବାଖ୍ ଅଞ୍ଚଳକୁ ନେଇ ୧୯୯୧-୯୪ ମଧ୍ୟ ଏକ ଭୟଙ୍କର ଯୁଦ୍ଧ ହୋଇଥିଲା । ସେହି ସମୟରେ ପ୍ରାୟ ୩୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆର୍ମେନିଆ ଏହି ଅଞ୍ଚଳ ଉପରେ ନିଜର ଦାବି କରୁଥିବାବେଳେ ଆଜେରବାଇଜାନ କହିଛି ଯେ ଆର୍ମେନିଆ ତାଙ୍କ ଜମିକୁ ବେଆଇନ ଭାବେ ଦଖଲ କରିଛି ଏବଂ ସେହି ଜମିକୁ ଫେରାଇବାକୁ ପଡିବ ।