ସୀମା ବିବାଦ ନେଇ ଚୀନକୁ ସେନାମୁଖ୍ୟଙ୍କ ମୁହଁତୋଡ ଜବାବ
Advertisement
Article Detail0/zeeodisha/odisha875516

ସୀମା ବିବାଦ ନେଇ ଚୀନକୁ ସେନାମୁଖ୍ୟଙ୍କ ମୁହଁତୋଡ ଜବାବ

ପ୍ରାୟ ୧୦ ଥର କମାଣ୍ଡର ସ୍ତରୀୟ ବୈଠକ ପରେ ଉଭୟ ଦେଶ ନିଜ ନିଜ ପୂର୍ବ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ମଧ୍ୟରେ ମଙ୍ଗଳବାର ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରୱାଣେ ଏକ ବଡ ବୟାନ ଦେଇଛନ୍ତି।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ପଡୋଶୀ ଚୀନ୍ ସହ ଦୀର୍ଘ ବର୍ଷ ହେବ ସୀମା ବିବାଦ ଲାଗି ରହିଛି। କେତେବେଶେ ଅରୁଣାଚଳ ପ୍ରଦେଶ ତ କେତେବେଳେ ଲଦାଖରେ ଅନୁପ୍ରବେଶ ଉଦ୍ୟମ କରୁଛି। ଏହାରି ମଧ୍ୟରେ ଗତ ବର୍ଷ ଜୁନରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଡ୍ରାଗନର ଛାତିରେ ଛନକା ପଶିଛି। ପ୍ରାୟ ୧୦ ଥର କମାଣ୍ଡର ସ୍ତରୀୟ ବୈଠକ ପରେ ଉଭୟ ଦେଶ ନିଜ ନିଜ ପୂର୍ବ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ମଧ୍ୟରେ ମଙ୍ଗଳବାର ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରୱାଣେ ଏକ ବଡ ବୟାନ ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ ଜେନେରାଲ ଏମ୍ଏମ୍ ନରୱାଣେ (Army chief General MM Naravane) କହିଛନ୍ତି ଯେ, ସୀମାରେ ତିକ୍ତତା (border dispute) ମଧ୍ୟରେ ଭାରତ କୌଣସି ଜମି ହରାଇ ନାହିଁ। ଲଦାଖର (Ladakh) ଯେଉଁ ସ୍ଥାନ ଭାରତର ସୈନ୍ୟବାହିନୀ ଥିଲେ ଏବଂ ଭାରତର ଯେଉଁ ଭୂମି ଥିଲା, ସେହି ଭୂମି ଅଛି। ଆମେ ବିବାଦ ପୂର୍ବ ପରିସ୍ଥିତିକୁ ଆସିଛୁ। ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ତିକ୍ତତା ଅଛି, ଯାହା ଏହା ସମଗ୍ର LACରେ ଦେଖାଯାଉଛି। ଯଦିଓ ଉଭୟ ଦେଶର ସେନା ପଛକୁ ଫେରିଛନ୍ତି, ତଥାପି ତିକ୍ତତା ଯୋଗୁଁ ନିୟମିତ ପାଟ୍ରୋଲିଂ ଆରମ୍ଭ ହୋଇନାହିଁ।

Also Read: Mehbooba Muftiଙ୍କ Passportରେ ତାଲା, ହାଇକୋର୍ଟ ବି ଦେଲେ ଝଟକା

କିଛି ଦିନ ପୂର୍ବେ ସେନାମୁଖ୍ୟ କହିଥିଲେ ଯେ, ଚୀନ୍ (China) ସହିତ ଚୁକ୍ତିନାମା ପରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପରେ ଭାରତ ପ୍ରତି ବିପଦ କମିଛି। ଏହା କହିବା ଭୁଲ ହେବ ଯେ ଚୀନ ସୈନିକମାନେ ପୂର୍ବ ଲଦାଖର ସେହି ଅଞ୍ଚଳରେ ଅଛିନ୍ତି ଯାହା ଗତବର୍ଷ ମେ ମାସରେ କବଜା ହେବା ପୂର୍ବରୁ ଭାରତ ଅଧୀନରେ ଥିଲା। ପାର୍ବତ୍ୟ ଅଞ୍ଚଳର ପରିସ୍ଥିତିକୁ ସୂଚାଇ ନରୱାନେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ସୀମାନ୍ତରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପଛ ଅଞ୍ଚଳରେ ଥିବା ସାମରିକ ଶକ୍ତି (Indian Army) ପୂର୍ବପରି ରହିଛି।

;