• ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
  • SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା
  • ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ, ୫ରୁ ୬ଟି ଟିମ୍ ଗଠନ ହୋଇଛି
  • ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ଶହ ୭୯ ପଜିଟିଭ୍
  • ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ
  • ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ
  • ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
  • କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଚୀନକୁ ଖୋଲା ଚ୍ୟାଲେଞ୍ଜ; 'ଆମ ଧୈର୍ଯ୍ୟର ପରୀକ୍ଷା ନେଲେ ଭୟାନକ ହେବ ସ୍ଥିତି '

ସେନା ଦିବସ ପରେଡରେ ଏକ ଅଭିଭାଷଣରେ ଜେନେରାଲ ଏମଏମ ନରଭାଣେ କହିଛନ୍ତି ଯେ, ସୀମାରେ ଏକପାଖିଆ ପରିବର୍ତ୍ତନ ଆଣିବା ପାଇଁ ଷଡଯନ୍ତ୍ରକୁ ଏକ ଉପଯୁକ୍ତ ଶିକ୍ଷା ଦିଆଯାଇଛି ।

ଚୀନକୁ ଖୋଲା ଚ୍ୟାଲେଞ୍ଜ; 'ଆମ ଧୈର୍ଯ୍ୟର ପରୀକ୍ଷା ନେଲେ ଭୟାନକ ହେବ ସ୍ଥିତି '

ନୂଆଦିଲ୍ଲୀ; ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ତିକ୍ତତା ବିଷୟରେ କାହାକୁ ବା ଅଛପା । ପୂର୍ବ ଲଦାଖର ଗଲୱାନ ଘାଟିରେ ଘଟିଥିବା ସଂଘର୍ଷକୁ ଆଜି ସେନା ଦିବସ ପରେଡରେ ପୁଣିଥରେ ମନେ ପକାଇଛନ୍ତି ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରଭାଣେ । କେବଳ ଚୀନ ନୁହେଁ ପାକିସ୍ତାନକୁ ମଧ୍ୟ ଟାର୍ଗେଟ କରିଛନ୍ତି ସେନାଧ୍ୟକ୍ଷ । 

ସେନା ଦିବସ ପରେଡ(Army Day parade) ରେ ଏକ ଅଭିଭାଷଣରେ ଜେନେରାଲ ଏମଏମ ନରଭାଣେ(General MM Naravane) କହିଛନ୍ତି ଯେ, ସୀମା (Border)ରେ ଏକପାଖିଆ ପରିବର୍ତ୍ତନ ଆଣିବା ପାଇଁ ଷଡଯନ୍ତ୍ର (conspiracy) କୁ ଏକ ଉପଯୁକ୍ତ ଶିକ୍ଷା ଦିଆଯାଇଛି ଏବଂ ପୂର୍ବ ଲଦାଖ(Eastern Ladakh) ରେ ଗଲୱାନ (Galwan Ghat) ଘାଟି ରେ ଘଟିଥିବା ସଂଘର୍ଷରେ ଆମ ଯବାନ (Galwan Heroes)ଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି। 

ଜେନେରାଲ କହିଛନ୍ତି ଯେ, ଆମେ ସର୍ବଦା ଶାନ୍ତିପ୍ରିୟ ଭାବେ ସବୁକିଛି ସମାଧାନ କରିବାକୁ ଚାହିଁଛୁ  ମାତ୍ର ବିପରୀତ ଦିଗରୁ ତାହା କେବେ ହୋଇନାହିଁ। ଯଦି ପଡ଼ୋଶୀ ରାଷ୍ଟ୍ର (Neighbour nations) ଆମ  ଧୈର୍ଯ୍ୟର ପରୀକ୍ଷା ନେବାକୁ ଚାହୁଁଛନ୍ତି ତେବେ ତାର ପରିଣାମ ଖୁବ ଭୟଙ୍କର ହେବ ବୋଲି କହିଛନ୍ତି ସେନାଧ୍ୟକ୍ଷ ।

Also Read; ଆଜି ସେନା ଦିବସ: କିଏ ଥିଲେ ସେନାର ପ୍ରଥମ ସାରଥୀ

ସେ ଆହୁରି ମଧ୍ୟ କହିଛନ୍ତି, ଯେ, ମୁଁ ଦେଶକୁ ଏତିକି କହିବାକୁ ଚାହୁଁଛି ଯେ ଗଲୱାନ ଘାଟି ରେ ଆମ ଯବାନମାନଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ। ଭାରତୀୟ ସେନା (Indian Army) ଦେଶର ସାର୍ବଭୌମତ୍ୱ(Sovereignty)  ଏବଂ ସୁରକ୍ଷା (Security) ପ୍ରତି କୌଣସି କ୍ଷତି କରିବାକୁ ଦେବ ନାହିଁ ।

ଗତବର୍ଷ ଜୁନ ୧୫ ତାରିଖରେ ଗଲୱାନ ଉପତ୍ୟକା (Gulf of Galwan)ରେ ମୁହାଁମୁହିଁ ପରିସ୍ଥିତିରେ ଆସିଥିଲେ ଚୀନ (China) ଓ  ଭାରତ (India) । ଯାହା ଫଳରେ ୨୦ ଭାରତୀୟ ଯବାନ (Indian Army) ଏଥିରେ ନିଜର ପ୍ରାଣ ହାରିଥିଲେ । ଯାହା ଏକ ଦଶନ୍ଧି ମଧ୍ୟରେ ଉଭୟ ପକ୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ସାମରିକ ବିବାଦ (Military conflict) କୁ ସାମ୍ନାକୁ ଆଣିଥିଲା।

ଅନ୍ୟପଟେ ଏହି ସଂଘର୍ଷରେ ଚୀନ୍‌ର କେତେ ଯବାନଙ୍କ ମୃତ୍ୟୁ  ହୋଇଛି ଓ କେତେ ଆହତ ହୋଇଛନ୍ତି ତାର ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ । ଯଦି ସେମିତି ଦେଖାଯାଏ ଆମେରିକା (America )ର ଏକ ରିପୋର୍ଟ (Report) ଅନୁଯାୟୀ ଚୀନ୍ (China) ପକ୍ଷରୁ ଆହତଙ୍କ ସଂଖ୍ୟା ଥିଲା ୩୫।

Also Read; ଆଉ ଏକ ଗୁଡ୍ ନ୍ୟୁଜ୍ ଦେଲା ରେଲୱେ! ଉପକୃତ ହେବେ ହଜାର ହଜାର ଯାତ୍ରୀ

କେବଳ ସେତିକି ନୁହେଁ ସୀମାରେ ପରିସ୍ଥିତି (Border Situation) କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ୮ ଥର ସାମରିକ ଭାବେ ଆଲୋଚନା (Military level Discussion) ହୋଇଥିବା ସେ କହିଛନ୍ତି। ପରସ୍ପର ତଥା ସମାନ ସୁରକ୍ଷା ଆଧାରରେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ଖୋଜିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ଏମଏମ ନରଭାଣେ (General MM Naravane) ।

କେବଳ  ଚୀନ ନୁହେଁ ପାକିସ୍ତାନ (Pakistan) କୁ ମଧ୍ୟ ଦୃଢ ଯବାବ ଦେଇଛନ୍ତି ସେନାଧ୍ୟକ୍ଷ । ସେ କହିଛନ୍ତି,  'ଅନ୍ୟ ସୀମାରେ ଶତ୍ରୁଙ୍କୁ କଡା ଜବାବ ଦିଆଯାଉଛି। ଆତଙ୍କବାଦୀ (Terrorist) ଙ୍କୁ ପାକିସ୍ତାନ ନିରାପଦ ସ୍ଥାନ ଯୋଗାଇବା ସହ ଘଣ୍ଟ ଘୋଡ଼ାଇବାରେ ଲାଗିଛି । ଟ୍ରେନିଂ କ୍ୟାମ୍ପରେ (Training Camp), ଏଲଓସି (ଲାଇନ୍ ଅଫ୍ କଣ୍ଟ୍ରୋଲ୍) (Loc)  ପାର୍ଶ୍ୱରେ ପ୍ରାୟ ୩୦୦ରୁ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସେନାଧ୍ୟକ୍ଷ (Army Chief)