ଲଦାଖ ପହଞ୍ଚିଲେ ସେନାଧ୍ୟକ୍ଷ, ଆହତ ଯବାନଙ୍କ ସହ କଲେ ସାକ୍ଷାତ
Advertisement

ଲଦାଖ ପହଞ୍ଚିଲେ ସେନାଧ୍ୟକ୍ଷ, ଆହତ ଯବାନଙ୍କ ସହ କଲେ ସାକ୍ଷାତ

ଗତ ସପ୍ତାହରେ ବାୟୁ ସେନା ପ୍ରମୁଖ ଆରକେଏସ୍ ଭଦୌରିଆ ଲଦାଖ ଓ ଶ୍ରୀନଗର ବାୟୁସେନା ବେସ ଗସ୍ତ କରିଥିଲେ । ଏହାସହ ଏହି ଅଞ୍ଚଳର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ବାୟୁସେନାର ପ୍ରସ୍ତୁତି ସମୀକ୍ଷା କରିଥିଲେ ।

ଲଦାଖ ପହଞ୍ଚିଲେ ସେନାଧ୍ୟକ୍ଷ, ଆହତ ଯବାନଙ୍କ ସହ କଲେ ସାକ୍ଷାତ

ନୂଆଦିଲ୍ଲୀ: ଲାଇନ ଅଫ ଆକ୍ଟୁଆଲ କଣ୍ଟୋଲ(LAC)ରେ ଜାରି ଉତ୍ତେଜନାକୁ କମ୍ କରିବା ପାଇଁ ଭାରତ ଓ ଚୀନ ମଧ୍ୟରେ ଜୁନ୍ ୨୨ରେ ଲେଫ୍ଟନେଣ୍ଟ ସ୍ତରୀୟ ଆଲୋଚନା ସଫଳ ହୋଇଛି । ଭାରତୀୟ ସେନାର ସୂତ୍ରରୁ ପ୍ରକାଶ ଯେ, ଏହି ବାର୍ତ୍ତାଳାପ ପରେ ଉଭୟ ଦେଶ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ପାଇଁ ପାରସ୍ପରିକ ସହମତି ବ୍ୟକ୍ତ କରିଛି । ସେପଟେ ସେନା ମୁଖ୍ୟ ଜେନେରାଲ ଏମଏମ ନାରାଭାନେ ମଙ୍ଗଳବାର ଲେହରେ ପହଞ୍ଚିଛନ୍ତି । ସେନା ମୁଖ୍ୟ ଏଠାରେ ପରିସ୍ଥିତିର ଅନୁଧ୍ୟାନ କରିବେ ।

ଲେହରେ ପହଞ୍ଚବା ପରେ ଏମ୍ ନାରାଭାନେ ସେନା ଡାକ୍ତରଖାନାକୁ ଯାଇ ଆହତ ସୈନିକମାନଙ୍କୁ ଭେଟିଛନ୍ତି । ଆଉ ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଏହି ସମୟରେ ସେ ସୈନିକମାନଙ୍କ ସହ ମଧ୍ୟ କଥା ହୋଇଥିଲେ । ସେନା ମୁଖ୍ୟ ଦୁଇ ଦିନିଆ ପୂର୍ବ ଲଦାଖ ଗସ୍ତରେ ଅଛନ୍ତି । ସୂତ୍ରରୁ ପ୍ରକାଶ ଯେ, ସେନା ମୁଖ୍ୟ ଅଗ୍ରୀମ ପୋଷ୍ଟ ଗସ୍ତ କରିବେ ଏବଂ ସେଠାରେ ଉପସ୍ଥିତ ସୈନିକମାନଙ୍କ ସହ କଥାବାର୍ତ୍ତା କରିବେ ।

ଗତ ସପ୍ତାହରେ ବାୟୁ ସେନା ପ୍ରମୁଖ ଆରକେଏସ୍ ଭଦୌରିଆ ଲଦାଖ ଓ ଶ୍ରୀନଗର ବାୟୁସେନା ବେସ ଗସ୍ତ କରିଥିଲେ । ଏହାସହ ଏହି ଅଞ୍ଚଳର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ବାୟୁସେନାର ପ୍ରସ୍ତୁତି ସମୀକ୍ଷା କରିଥିଲେ ।