କ୍ୟାପ୍ଟେନଙ୍କ 'ପାକିସ୍ତାନୀ ବନ୍ଧୁ' ର ISI ଲିଙ୍କ୍; କିଏ ଏହି ଆରୁସା ଆଲମ?
Advertisement

କ୍ୟାପ୍ଟେନଙ୍କ 'ପାକିସ୍ତାନୀ ବନ୍ଧୁ' ର ISI ଲିଙ୍କ୍; କିଏ ଏହି ଆରୁସା ଆଲମ?

ପାକିସ୍ତାନୀ ସାମ୍ବାଦିକାଙ୍କ ଆଇଏସଆଇ ସହ ରହିଥିବା ସମ୍ପର୍କକୁ  ନେଇ ମୁହିାଁମୁହିଁ ହୋଇଛନ୍ତି ପଞ୍ଜାବ ସରକାର ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ।

କ୍ୟାପ୍ଟେନଙ୍କ 'ପାକିସ୍ତାନୀ ବନ୍ଧୁ' ର ISI ଲିଙ୍କ୍; କିଏ ଏହି ଆରୁସା ଆଲମ?

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ଚାଲିଥିବା ଯୁଦ୍ଧରେ ପ୍ରବେଶ କରିଛନ୍ତି ଆରୁସା ଆଲମ। ଯାହାକୁ ନେଇ ମୁହିାଁମୁହିଁ ହୋଇଛନ୍ତି ପଞ୍ଜାବ ସରକାର ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ଆରୁସା ଆଲମଙ୍କ ଆଇଏସଆଇ ଲିଙ୍କ ଘଟଣାର ଯାଞ୍ଚ କରିବା ପାଇଁ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଯେଉଁ  ମାମଲା କଥା ଉଠାଉଛନ୍ତି ତାହାକୁ ସେ କାହିଁକି ପୂରଣ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି କ୍ୟାପ୍ଟେନ। 

ଏନେଇ ପ୍ରଶ୍ନ ଉଠାଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି। ଅରୁସା ଆଲାମ ୧୬ ବର୍ଷ ଧରି ସରକାରଙ୍କ ଅନୁମତି ନେଇ ଭାରତ ଆସୁଛନ୍ତି। ହେଲେ ଆପଣ କହୁଛନ୍ତି କେନ୍ଦ୍ରରେ ଉଭୟ ଏନଡିଏ-ୟୁପିଏ ସରକାର ଥିବା ବେଳେ ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ଯୋଗାଯୋଗରେ ଥିଲେ।

Also Rea: ମୋ ଉପରେ ଭରସା ନକରି ଦଳୀୟ ହିତକୁ କ୍ଷତି ପହଞ୍ଚାଇଛି କଂଗ୍ରେସ: Amarinder Singh

ପୂର୍ବତନ ମୁଖ୍ୟମନ୍ତ୍ରୀ ମିଡିଆ ପରାମର୍ଶଦାତା ରବୀନ ଠୁକରାଲଙ୍କ ପକ୍ଷରୁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ଉଦ୍ଧେଶ୍ୟରେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି  କହିଛନ୍ତି ସେ ବର୍ତ୍ତମାନ ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରୁଛନ୍ତି। ବରଗାଡି ଘଟଣା ଏବଂ ଡ୍ରଗ୍ସ ମାମଲାରେ ସେ ଦେଇଥିବା ବଡ ପ୍ରତିଶୃତି କୁଆଡ଼େ  ଗଲା? ତାଙ୍କ ପ୍ରତିଶୃତି ଅନୁଯାୟୀ ପଞ୍ଜାବ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛି।

ଗତ ଶୁକ୍ରବାର ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଏକ ବୟାନରେ କହିଥିଲେ ତାଙ୍କ ସରକାର ସହିତ ଆରୁସା ଆଲାମଙ୍କ ଆଇଏସଆଇ ସହ ରହିଥିବା ଲିଙ୍କ୍ ଉପରେ ଯାଞ୍ଚ କରିବ। ଅନ୍ୟପଟେ କ୍ୟାପ୍ଟେନ ସୋନିଆ ଗାନ୍ଧୀଙ୍କ ସହ  ଅରୁସା ଆଲାମଙ୍କ ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ କ୍ୟାପ୍ଟେନ ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ ରନ୍ଧାୱା ଏବଂ ଅନ୍ୟ କଂଗ୍ରେସ ନେତା ଅରୁସା ଆଲାମଙ୍କ ସହ ରାତ୍ରୀ ଭୋଜନ କରୁଥିଲେ ଏବଂ ବର୍ତ୍ତମାନ ସେମାନେ ତାଙ୍କ ବାବଦରେ ତଦନ୍ତ କରିବା କଥା କହୁଛନ୍ତି। ଏହା ଏକ ବ୍ୟକ୍ତିଗତ ଆକ୍ରମଣ। ଆରୁସା ଆଲାମଙ୍କ ଆଇଏସଆଇ ସହ ରହିଥିବା ଲିଙ୍କ୍ ଘଟଣାରେ ପୋଲିସ ଡିଜିଙ୍କ ଦ୍ୱାରା ତଦନ୍ତ କରାଯିବ ବୋଲି କହିଛନ୍ତି ପଞ୍ଜାବ ଉପମୁଖ୍ୟମନ୍ତ୍ରୀ। 

Also Read: ଧର୍ମ ନିରପକ୍ଷେତା ପ୍ରସଙ୍ଗରେ ମୋତେ କିଛି କୁହନ୍ତୁ ନାହିଁ Harish Rawat: Amarinder Singh

ଏ ପ୍ରସଙ୍ଗରେ ରନ୍ଧାୱାଙ୍କୁ ଜବାବ ଦେଇ କ୍ୟାପ୍ଟେନ କହିଛନ୍ତି  ଆପଣ ମୋ କ୍ୟାବିନେଟରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲ। ହେଲେ ମନ୍ତ୍ରୀ ପଦରେ ରହିଥିବା ସମୟରେ ଆରୁସା ଆଲାମ ବାବଦରେ ମୁଖ୍ୟମନ୍ତ୍ରୀ ହିସାବରେ ମୋ ନିକଟରେ କୌଣସି ଅଭିଯୋଗ କରିନଥିଲେ।  କେନ୍ଦ୍ର ସରକାରଙ୍କ ଅନୁମତି ପରେ ସେ ବିଗତ ୧୬ ବର୍ଷ ଧରି ଭାରତ ଗସ୍ତରେ ଆସୁଛନ୍ତି। ଆପଣ ଯେଉଁ ଅଭିଯୋଗ ଆଣୁଛନ୍ତି ତାହାର ଅର୍ଥ ହେଉଛି କେନ୍ଦ୍ରରେ କ୍ଷମତାସୀନ ଉଭୟ ଏନଡିଏ-ୟୁପିଏ ସରକାର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଯୋଗାଯୋଗରେ ଥିଲେ। 

ରନ୍ଧାୱା ଦାବି କରିଛନ୍ତି କ୍ୟାପ୍ଟେନ ଦୀର୍ଘ ଦିନ ଧରି ଆରୁସା ଆଲାମଙ୍କ ସହ ବନ୍ଧୁତା କରିଥିଲେ ଏବଂ ସେ ଅନେକ ବର୍ଷ ଧରି ଭାରତରେ ରହୁଥିଲେ। କେନ୍ଦ୍ର ସରକାର ତାଙ୍କ ଭିସା ଅବଧିକୁ ବିଭିନ୍ନ ସମୟ ସମୟରେ ବଢାଇଛନ୍ତି। ପଞ୍ଜାବ ପ୍ରଦେଶ କଂଗ୍ରେସ କମିଚିରେ ହୋଇଥିବା ପରିବର୍ତ୍ତନ ଏବଂ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନଙ୍କ ଇସ୍ତଫା ପରେ ଆରୁସା ଆଲାମ ପୁନର୍ବାର ପାକିସ୍ତାନ ଫେରିଯାଇଛନ୍ତି ବୋଲି ଗୁରୁବାର ଜଳନ୍ଧର ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରନ୍ଧୱା। କେନ୍ଦ୍ର ସରକାର କାହିଁକି ତାଙ୍କ ଭିସା ବାତିଲ କଲେ ନାହିଁ? ଯେତେବେଳେ ଆମେ ଅମରିନ୍ଦର ସିଂହଙ୍କ ବିରୁଦ୍ଧରେ ଯାଇଥିଲୁ ସେ କାହିଁକି ଭାରତ ଛାଡିଗଲେ? ଏ ଘଟଣାରେ ତଦନ୍ତ କରାଯିବା ସହ କ୍ୟାପ୍ଟେନଙ୍କୁ ଜବାବ ଦେବା ଆବଶ୍ୟକ। 

Also Read: Amarinder Singh: ଦଳ ଗଠନ ଓ ନିର୍ବାଚନୀ ମେଣ୍ଟକୁ ନେଇ ଆସିଲା ପ୍ରତିକ୍ରିୟା

ଆରୁସା ଆଲାମ ଜଣେ ପାକିସ୍ତାନୀ ସାମ୍ବାଦିକା ଯିଏ ପ୍ରତିରକ୍ଷା ପ୍ରସଙ୍ଗରେ ସମ୍ବାଦ ସଂଗ୍ରହ କରିନ୍ତି। ସେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନିକଟତର ବୋଲି ଜଣାପଡିଛି। ଗତ ୨୦୦୪ ମସିହାରେ କ୍ୟାପ୍ଟେନ ଅରୁସା ଆଲାମଙ୍କୁ ଭେଟିଥିଲେ। ସେବେଠାରୁ ଅରୁସା ଆଲାମ କ୍ୟାପ୍ଟେନଙ୍କ ଘରକୁ ଯାଉଥିଲେ। ଗତ ୨୦୧୭ ବର୍ଷରେ କ୍ୟାପ୍ଟେନଙ୍କ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମାରୋହରେ ଅରୁସା ଆଲାମ ମଧ୍ୟ ଯୋଗ ଦେଇଥିଲେ। ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେ ହେଉଛନ୍ତି ଅକଲିନ୍ ଅଖତରଙ୍କ ଝିଅ। ପାକିସ୍ତାନ ରାଜନୀତିରେ ଅକଲିନଙ୍କ ବହୁତ ବଡ ପ୍ରଭାବ ରହିଛି। ତାଙ୍କ ମାତାଙ୍କୁ ରାନୀ ଜେନେରାଲ କୁହାଯାଏ। ଅରୁସା ଆଲାମ ବିବାହିତ। ସେ ଦୁଇ ସନ୍ତାନର ମାଆ।