Trending Photos
)
ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ କୋରୋନା ସଂକ୍ରମିତ ମାମଲା ଦିନକୁ ଦିନ ଅନିୟନ୍ତ୍ରୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ୨୦ ଜଣ ଦିଲ୍ଲୀ ମେଟ୍ରୋ କର୍ମଚାରୀ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ରହିଛି। ଏନେଇ ଦିଲ୍ଲୀ ମେଟ୍ରୋ କର୍ମଚାରୀ ସୂଚନା ଦେଇଛି।
ଡିଏମଆରସି ପକ୍ଷରୁ କୁହାଯାଇଛି ଯେ, ଏହି ସଂକଟ ସମୟରେ କୋରୋନା ସହିତ ଦିଲ୍ଲୀ ମେଟ୍ରୋ ରେଳବାଇ ମଧ୍ୟ ଲଢୁଛି। ଏହି ସଂକଟ ସମୟରେ ଦିଲ୍ଲୀ ମେଟ୍ରୋ କର୍ମଚାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ଜାରି ରଥିଛନ୍ତି। ସେମାନଙ୍କ ମଧ୍ୟରୁ ଦିଲ୍ଲୀ ଏନସିଆର ମଧ୍ୟରୁ କିଛି କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଡିଏମଆରସି ସୂଚନା ଦେଇଛି। ସେମାନେ ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଡିଏମଆରସି କହିଛି।
କର୍ମଚାରୀମାନଙ୍କ ମନୋବଳ ଦୃଢ କରିବା ପାଇଁ ଡିଏମଆରସିର ପରିଚାଳନା ନିର୍ଦ୍ଦେଶକ ଡ। ମନୁ ସିଂହ କହିଛନ୍ତି କି, ଡିଏମଆରସିର ସମସ୍ତ କର୍ମଚାରୀ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନିୟମାବଳୀକୁ ଲାଗୁ କରାଯାଇଛି। ସମସ୍ତ କର୍ମଚାରୀ ସଠିକ ଢଙ୍ଗରେ ମଧ୍ୟ ତାକୁ ପାଳନ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ଯେଉଁମାନେ ସଂକ୍ରମିତ ହୋଇଛନ୍ତି, ସେମାନେ ଚିକିତ୍ସାଧିନ ଅଛନ୍ତି ଓ ଖୁବଶୀଘ୍ର ସେମାନେ ସୁସ୍ଥ ହୋଇ ଫେରିବେ ବୋଲି ସେ କହିଛନ୍ତି।