Advertisement
Article Detail0/zeeodisha/odisha2746949
Zee OdishaOdisha National-International‘ଅପରେସନ ସିନ୍ଦୂର’ ପାଇଁ ୨୦୦ ବିମାନ ଉଡ଼ାଣ ବାତିଲ୍‌

‘ଅପରେସନ ସିନ୍ଦୂର’ ପାଇଁ ୨୦୦ ବିମାନ ଉଡ଼ାଣ ବାତିଲ୍‌

ଦିଲ୍ଲୀରେ ପ୍ରାୟ ୩୫ ବିମାନ ଉଡ଼ାଣ ବାତିଲ୍‌ ହୋଇଥିବା ସୂଚନା ମିଳିଛି । ଉତ୍ତର ଓ ପଶ୍ଚିମ ପଟେ ପ୍ରାୟ ୧୮ ବିମାନବନ୍ଦରରୁ ଉଡ଼ାଣ ବନ୍ଦ କରାଯାଇଛି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପେଶ୍‌ଜେଟ୍‌, ଆକାଶ ଏୟାର ଉଡ଼ାଣ ବାତିଲ ହୋଇଥିବା ସୂଚନା ମିଳିଛି ।

‘ଅପରେସନ ସିନ୍ଦୂର’ ପାଇଁ ୨୦୦ ବିମାନ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ ତଥା ‘ଅପରେସନ ସିନ୍ଦୂର’ ପାଇଁ ମଧ୍ୟରାତ୍ରରୁ ଏଯାବତ ୨ ଶହ ବିମାନ ଉଡ଼ାଣ ବାତିଲ୍‌ ହୋଇଛି । ଦିଲ୍ଲୀରେ ପ୍ରାୟ ୩୫ ବିମାନ ଉଡ଼ାଣ ବାତିଲ୍‌ ହୋଇଥିବା ସୂଚନା ମିଳିଛି । ଉତ୍ତର ଓ ପଶ୍ଚିମ ପଟେ ପ୍ରାୟ ୧୮ ବିମାନବନ୍ଦରରୁ ଉଡ଼ାଣ ବନ୍ଦ କରାଯାଇଛି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପେଶ୍‌ଜେଟ୍‌, ଆକାଶ ଏୟାର ଉଡ଼ାଣ ବାତିଲ ହୋଇଥିବା ସୂଚନା ମିଳିଛି ।

ସକାଳେ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ୯ଟି ବିମାନବନ୍ଦରରୁ ଉଡାଣ ବାତିଲ କରିଛି ଏୟାର ଇଣ୍ଡିଆ। ଏହି ୯ଟି ବିମାନ ବନ୍ଦର ମଧ୍ୟରେ ଅମ୍ରିତସର ଓ ଶ୍ରୀନଗରକୁ ମଧ୍ୟ ଉଡ଼ାଣକୁ ବାତିଲ କରିଛି। ଅପରେସନ ସିନ୍ଦୂର ଆକ୍ରମଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା। 

ଏଠାରେ କହି ରଖୁ ବିମାନ ବନ୍ଦରଗୁଡ଼ିକୁ ବନ୍ଦ କରିବା ସମ୍ପର୍କରେ ବିମାନ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି ପରେ, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟ ଷ୍ଟେସନଗୁଡ଼ିକୁ ଯିବା ଏବଂ ଯିବା ପାଇଁ ଏୟାର ଇଣ୍ଡିଆର ବିମାନଗୁଡ଼ିକ ୧୦ ମଇ ସକାଳ ୦୫:୨୯ ପର୍ଯ୍ୟନ୍ତ ବାତିଲ କରାଯାଉଛି,” ଏୟାରଲାଇନ୍ସ କହିଛି।

Add Zee News as a Preferred Source

ସୂଚନାଯୋଗ୍ୟ ଗତ ଏପ୍ରିଲ ୨୨ ତାରିଖରେ ପହଲଗାମଠାରେ ୨୬ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଯାହା ଫଳରେ ପୂରା ଦେଶ ପ୍ରତିଶୋଧ ପରାୟଣ ହୋଇଉଠିଥିଲା।

ଏପରିକି ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରତିବନ୍ଧକ ଅନୁସାରେ ଅନେକ ଜାହାଜ ଚଳାଚଳରେ କମ୍ପାନୀକୁ ଅସୁବିଧାରର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଣୁ ଗ୍ରାହକମାନେ ଚାହିଁଲେ ସେମାନଙ୍କୁ ବୁକିଂରେ ପରିବର୍ତ୍ତନ କରିପାରିବେ। ଏଥିଲାଗି http://airindiaexpress.com/manage-booking ପରିପର୍ଶନ ଲାଗି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। 

ଭାରତ ସରକାରଙ୍କ ଏହି କଟକଣାକୁ ଲକ୍ଷ୍ୟ କରି ସ୍ପାଇସ୍‍ ଜେଟ୍‍ ମଧ୍ୟ ଯାତ୍ରୀ ପରାମର୍ଶ ଜାରି କରିଛି। ବିଶେଷ କରି ଉତ୍ତର ଭାରତର କିଛି ବିମାନବନ୍ଦର ଲାଗି ଏହା ପ୍ରଯୁଜ୍ୟ ରହିଛି। ଏଥିଲାଗି ଯାତ୍ରୀମାନେ ସେମାନଙ୍କ ଯାତ୍ରାରେ ପରିବର୍ତ୍ତନ କରିବାକୁ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।  ଏଏନ୍‍ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପରିସ୍ଥିତିକୁ ନଜରରେ ରଖି ଧର୍ମଶାଳା, ଲେହ, ଜମ୍ମୁ, ଶ୍ରୀନଗର ଏବଂ ଅମୃତସର ବିମାନବନ୍ଦରକୁ ଯାତ୍ରୀଙ୍କ ଲାଗି ବନ୍ଦ ରଖାଯାଇଛି।

Also Read - Guru Gochar 2025: ଶନିଙ୍କ ପରେ ଗୁରୁଙ୍କ ରାଶି ପରିବର୍ତ୍ତନ, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

Also Read - Operation Sindoor: ଭାରତକୁ ସମର୍ଥନ କଲା ଆମେରିକା, ଏହା ଦାବି କଲେ ସାଂସଦ

About the Author