Advertisement
Article Detail0/zeeodisha/odisha2677503

Arvind Kejriwal: କେଜ୍ରିୱାଲଙ୍କ ଅଡୁଆ ବଢିଲା, ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ପୂର୍ବରୁ ଅନେକ ଆଇନଗତ ସମସ୍ୟାରେ କେଜ୍ରିୱାଲ୍ ଛନ୍ଦି ହୋଇଛନ୍ତି । ଦିଲ୍ଲୀ ନିର୍ବାଚନରେ ​​ପରାଜୟ ପରେ ବର୍ତ୍ତମାନ କେଜ୍ରିୱାଲ କିଛି ଦିନ ହେବ ଚୁପ୍ ଅଛନ୍ତି । କୋର୍ଟ କେଜରିୱାଲ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ମାମଲା ପଞ୍ଜିକରଣ କରିବାକୁ କହିଛନ୍ତି। ୧୮ ମାର୍ଚ୍ଚ ସୁଦ୍ଧା ଦିଲ୍ଲୀ ପୋଲିସଠାରୁ ରିପୋର୍ଟ ମାଗିଛନ୍ତି କୋର୍ଟ ।

Arvind Kejriwal: କେଜ୍ରିୱାଲଙ୍କ ଅଡୁଆ ବଢିଲା, ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

Arvind Kejriwal: ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିଛି । ଦିଲ୍ଲୀର ଏକ କୋର୍ଟ ଆଜି କେଜରିୱାଲଙ୍କ ବିରୋଧରେ ମାମଲା ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କେଜ୍ରିୱାଲଙ୍କ ବିରୋଧରେ ଏହି ଆଦେଶ ପରେ ଚର୍ଚ୍ଚା ଆଲୋଚନା ସରଗରମ ହୋଇଛି । ପୂର୍ବରୁ ଅନେକ ଆଇନଗତ ସମସ୍ୟାରେ କେଜ୍ରିୱାଲ୍ ଛନ୍ଦି ହୋଇଛନ୍ତି । ଦିଲ୍ଲୀ ନିର୍ବାଚନରେ ​​ପରାଜୟ ପରେ ବର୍ତ୍ତମାନ କେଜ୍ରିୱାଲ କିଛି ଦିନ ହେବ ଚୁପ୍ ଅଛନ୍ତି । କୋର୍ଟ କେଜରିୱାଲ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ମାମଲା ପଞ୍ଜିକରଣ କରିବାକୁ କହିଛନ୍ତି। ୧୮ ମାର୍ଚ୍ଚ ସୁଦ୍ଧା ଦିଲ୍ଲୀ ପୋଲିସଠାରୁ ରିପୋର୍ଟ ମାଗିଛନ୍ତି କୋର୍ଟ ।

ଆପଣଙ୍କୁ କହିରଖୁଛୁ ଯେ, ୨୦୧୯ର ଏକ ମାମଲାରେ କୋର୍ଟ କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏଫଆଇଆର ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ସମୟରେ, ଅରବିନ୍ଦ କେଜରିୱାଲ, ତତ୍କାଳୀନ ବିଧାୟକ ଗୁଲାବ ସିଂହ ଏବଂ ଦ୍ୱାରକା କାଉନସିଲର ନୀତିକା ଶର୍ମାଙ୍କ ବିରୁଦ୍ଧରେ ଏକ ବଡ଼ ହୋର୍ଡିଂ ଲଗାଇବା ନେଇ ଅଭିଯୋଗ ଦାୟର କରାଯାଇଥିଲା । ଯାହାକୁ ରାଉଜ୍ ଆଭେନ୍ୟୁ କୋର୍ଟ ଗ୍ରହଣ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ସାଧାରଣ ଟଙ୍କାର ଅପବ୍ୟବହାର ଅଭିଯୋଗରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ହରିୟାଣାର ଶାହବାଦ ପୋଲିସ ଷ୍ଟେସନରେ କେଜ୍ରିୱାଲଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଥିଲା । ଯାହାର କାରଣ ଥିଲା ଯମୁନା ନଦୀର ପାଣିରେ 'ବିଷ' ମିଶ୍ରଣ କରିବାର ବୟାନ । ଜଗମୋହନ ମନଚନ୍ଦା କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ । ପରେ କେଜ୍ରିୱାଲଙ୍କ ବିରୋଧରେ BNSର ଧାରା 192, 196(1), 197(1), 248(a), 299 ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

Add Zee News as a Preferred Source

Also Read- Top 10 News: ମରିସସରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ଆଜି ଅନୁଭବଙ୍କ ବାହାଘର ଏବଂ ଅନ୍ୟ ଖବର

Also Read- ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୫୨୪ ଗାଡି ଜବତ, ୩୬୦ ଗିରଫ

About the Author