)
ନୂଆଦିଲ୍ଲୀ: ଆମେ ସମସ୍ତଙ୍କୁ ଏକଥା ଜଣା ଯେ, ଭାରତୀୟ କ୍ରିକେଟର ମାନେ ସେମାନଙ୍କ କ୍ରିକେଟ ଖେଳ ମାଧ୍ୟମରେ ଅପାର ଧନ ଅର୍ଜନ କରନ୍ତି। ବିରାଟ କୋହଲି ଏବଂ ଏମଏସ ଧୋନିଙ୍କ ଭଳି ଖେଳାଳିଙ୍କ ବାର୍ଷିକ ଆୟ କୋଟି କୋଟି ଟଙ୍କା ରହିଛି। ଏହା ସତ୍ତ୍ୱେ ଜଣେ କ୍ରିକେଟର ମଧ୍ୟ ଅଛନ୍ତି ଯିଏ, ଏହି ଷ୍ଟାର ଖେଳାଳିଙ୍କ ଅପେକ୍ଷା ଅଧିକ ଧନୀ ଅଟନ୍ତି । ତେବେ ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା: ଭାରତୀୟ ବ୍ୟବସାୟୀ ତଥା ବିଜନେସ୍ ଟାଇକୁନ୍ କୁମାର ମଙ୍ଗଲମ୍ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ ବିର୍ଲା ହେଉଛନ୍ତି ଭାରତୀୟ ଧନୀ କ୍ରିକେଟର । କାରଣ ତାଙ୍କ ପିତାଙ୍କ ମୋଟ ସମ୍ପତ୍ତି ହେଉଛି ୭୦ ହଜାର କୋଟି। ଯେହେତୁ ଆର୍ଯ୍ୟମାନ ବିର୍ଲା ସେ ପରିବାରର ଉତ୍ତରାଧିକାରୀ ତେବେ ସେ ସବୁଠାରୁ ଧନୀ ଭାବେ ବିବେଚିତ ହୋଇଥାନ୍ତି ।
ଆର୍ଯ୍ୟମାନ ବିର୍ଲାଙ୍କୁ ପିଲାଦିନରୁ ହିଁ କ୍ରିକେଟ (Cricket) ପ୍ରତି ବହୁତ ରୁଚି ରହିଥିଲା । ଏଥିପାଇଁ ସେ ବହୁତ କମ ବୟସରୁ ହିଁ କ୍ରିକେଟ ଖେଳର ଟ୍ରେନିଂ ଆରମ୍ଭ କରିଦେଇଥିଲେ ଯେମିତିକି ସେ ଏକ ଭଲ କ୍ରିକେଟର ହୋଇ ବାହାରିଥାନ୍ତେ । ଯେତେବେଳେ ରଣଜୀ ଟ୍ରଫି ପାଇଁ ମଧ୍ୟ ପ୍ରଦେଶ ଟିମରେ ଚୟନ ହେବା ପରେ ତାଙ୍କୁ ବହୁତ କଠିନ ରାସ୍ତା ଦେଇ ଗତି କରିବାକୁ ପଡ଼ିଥିଲା ।ଆର୍ଯ୍ୟମାନ ବିର୍ଲା ( Aryaman Birla) ବର୍ତ୍ତମାନ କ୍ରିକେଟ୍ ରୁ ବ୍ରେକ ନେଇସାରିଛନ୍ତି ।
ସୂଚନାନୁସାରେ, ସେ ବର୍ତ୍ତମାନ ଆଙ୍ଗଜାଇଟି ରୋଗର ସାମ୍ନା କରୁଛନ୍ତି । ଯେଉଁଥିପାଇଁ ଏବେ ତାଙ୍କୁ ମାନସିକ ସୁସ୍ଥତା ଉପରେ ଅଧିକ ନଜର ରଖିବାକୁ ପଡ଼ୁଛି । ଅନ୍ୟପଟେ IPL 2018 ରେ ସେ ରାଜସ୍ଥାନ ରୟାଲ୍ସ (Rajasthan Royals) ଟିମ ର ଏକ ଅଂଶ ରହିସାରିଛନ୍ତି ।