ଅଶୋକ ଗେହଲୋତଙ୍କ ଅଭିଯୋଗ, ମୋ ସରକାରକୁ ଗାଦିଚ୍ୟୁତ କରିବାକୁ ଲାଗି ପଡିଛନ୍ତି ଅନେକ କେନ୍ଦ୍ରମନ୍ତ୍ରୀ

ମୋ ସରକାରକୁ ଭାଙ୍ଗିବାକୁ ଅନେକ କେନ୍ଦ୍ରମନ୍ତ୍ରୀ ଲାଗି ପଡିଛନ୍ତି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ।    

ଅଶୋକ ଗେହଲୋତଙ୍କ ଅଭିଯୋଗ, ମୋ ସରକାରକୁ ଗାଦିଚ୍ୟୁତ କରିବାକୁ ଲାଗି ପଡିଛନ୍ତି ଅନେକ କେନ୍ଦ୍ରମନ୍ତ୍ରୀ

ଜୟପୁର: ରାଜସ୍ଥାନର ଜାରି ରହିଥିବା ରାଜନୈତିକ ସଂକଟକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଏବଂ ଶାସକ କଂଗ୍ରେସର ସମଗ୍ର କଂଗ୍ରେସ ଉପରୁ ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଗୋଷ୍ଠୀ ପକ୍ଷରୁ ମିଳୁଥିବା ଚ୍ୟାଲେଞ୍ଜ ଗେହଲୋତ ସରକାରଙ୍କ ଲାଗି ଏକ ବଡ ସଂକଟ ସୃଷ୍ଟି କରିଛି । ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ଅସ୍ଥିର କରିବା ଲାଗି ବିଜେପି ଉଦ୍ୟମ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଗେହଲୋତ।

ମୋ ସରକାରକୁ ଗାଦିଚ୍ୟୁତ କରିବାକୁ ଲାଗି ପଡିଛନ୍ତି ଅନେକ କେନ୍ଦ୍ରମନ୍ତ୍ରୀ: ଅଶୋକ ଗେହଲୋଟ
ସଦ୍ୟ ରାଜସ୍ଥାନରେ ରାଜନୈତିକ ସଂକଟ ଜାରି ରହିଥିବା ବେଳେ, ମୁଖ୍ୟମନ୍ତ୍ରୀ ଗେହଲୋତ ତାଙ୍କ ଗାଦି ବଞ୍ଚାଇବାକୁ ନେଇ ଚିନ୍ତିତ ଅଛନ୍ତି। ଏହା କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବଂ ଗୃହ ମନ୍ତ୍ରଣାଳୟ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ଧ୍ୱଂସ କରିବାକୁ ଲାଗି ପଡିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋୟଲଙ୍କ ଭଳି ଅନେକ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆମେ ଏ ଘଟଣା ବାବଦରେ ଅବଗତ ରହିଛୁ ବୋଲି କହିଛନ୍ତି ସେ।

ରାଜସ୍ଥାନ ରାଜନୈତିକ ଡ୍ରାମାକୁ ବନ୍ଦ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦି

ସରକାର ବଞ୍ଚାଇବା ଲାଗି କଂଗ୍ରେସରେ ଜାରି ହଟଚମଟ। ହେଲେ ଏ ଘଟଣାରେ ବିଜେପିକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ଗହୋଲତ। ଦଳର ଶୀର୍ଷ ନେତୃବୃନ୍ଦଙ୍କ ବିଫଳତାକୁ ଲୁଚାଇବା ଲାଗି ଏପରି ରାଜସ୍ଥାନରେ ଏପରି ନାଟକ ଆରମ୍ଭ ହୋଇଯାଇଛି । ରାଜସ୍ଥାନରେ ଦଳକୁ କ୍ଷମତାସୀନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସଚିନ ପାଇଲଟଙ୍କୁ ଏକ ଘରିଆ କରି, କଂଗ୍ରେସ ନିଜେ ଏପରି ରାଜନୈତିକ ସଂଗ୍ରାମ ଆରମ୍ଭ କରିଛି। ହେଲେ ଏହାକୁ ଶେଷ କରିବାକୁ ଦଳର ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହୁଛନ୍ତି। ରାଜ୍ୟରେ ଜାରି ରହିଥିବା ରାଜନୈତିକ ଛକାପଞ୍ଝାକୁ ଶେଷ କରିବା ଲାଗି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ଏହା ସହ ସେ କହିଛନ୍ତି ଯଦି ଦଳର ହାଇ କମାଣ୍ଡ ବିଦ୍ରୋହୀଙ୍କୁ କ୍ଷମା କରନ୍ତି, ସେମାନେ ମଧ୍ୟ ସେମାନଙ୍କୁ ସ୍ୱାଗତ କରିବେ।