ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଆୟୋଜିତ ହେଉଥିବା ଆୟୋଜିତ ହେଉଥିବା ଟୁ ପ୍ଲସ ଟୁ (India-USA 2+2 dialogue) ବୈଠକରେ ଯୋଗ ଦେବାକୁ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି ଆମେରିକୀୟ ପ୍ରତିରକ୍ଷା ସଚିବ (US Secretary of Defense) ମାର୍କ ଏସ୍ପର (Mark Esper) ଏବଂ ବୈଦେଶିକ ସଚିବ (US Secretary of State) ମାଇକ ପମ୍ପେଓ (Mike Pompeo)।
ଏହି ମନ୍ତ୍ରୀସ୍ତରୀୟ ବୈଠକରେ ଟ୍ରମ୍ପ ପ୍ରଶାସନର ଏହି ଦୁଇ ବରିଷ୍ଠ ଅଧିକାରୀ ଭାରତୀୟ ପ୍ରତିପକ୍ଷ (Indian Counterpart) ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର (Foreign Minister S. Jayashankar) ଏବଂ ପ୍ରତିରକ୍ଷା ମନ୍ତ୍ରୀ (Defense Minister) ରାଜନାଥ ସିଂହ (Rajnath Singh) ଙ୍କ ଆଲୋଚନା କରିବେ।
#WATCH Delhi: US Secretary of Defence Mark Esper being accorded Guard of Honour at South Block. He was received by Defence Minister Rajnath Singh
US Secretary of State Mike Pompeo & Defence Secretary Mark Esper are in India to participate in 3rd India-US 2+2 Ministerial Dialogue pic.twitter.com/JWLH0PDi5n
— ANI (@ANI) October 26, 2020
ଆସନ୍ତାକାଲି ଠାରୁ ଟୁ ପ୍ଲସ ଟୁ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଆମେରିକୀୟ ପ୍ରତିପକ୍ଷ ମାର୍କ ଏସ୍ପରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହା ପରେ ଜୟଶଙ୍କର ଆମେରିକୀୟ ପ୍ରତିପକ୍ଷ ପମ୍ପେଓଙ୍କ ସହ ବାର୍ତ୍ତାଳାପ କରିବେ। ଏହି ବୈଠକ ହାଇଦ୍ରାବାଦ ହାଉସ (Hyderabad House) ଠାରେ ଆୟୋଜିତ ହେବ। ଏହା ପରେ ବିଦେଶୀ ଅତିଥିଙ୍କୁ ରାତ୍ରୀ ଭୋଜନରେ ଆପ୍ୟାୟିତ କରାଯିବ।
ଭାରତ ଗସ୍ତରେ ଆସିଥିବା ଆମେରିକୀୟ ପ୍ରତିପକ୍ଷଙ୍କ ସହ ଭାରତ ଚୀନ-ପାକିସ୍ତାନ (China-Pakistan) ବାବଦରେ ଆଲୋଚନା କରାଯିବ। ଆମେରିକୀୟ ବୈଦେଶିକ ସଚିବଙ୍କ ଗସ୍ତକୁ ବିରୋଧ କରି ଚୀନୀ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ (Chinese State Media) ଗ୍ଲୋବାଲ ଟାଇମ୍ସ (Global Times) ପକ୍ଷରୁ କୁହାଯାଇଛି, ଆମେରିକା ଚୀନ ବିରୁଦ୍ଧରେ ମେଣ୍ଟ ଗଠନ କରୁଛି।
Delhi: US Secretary of Defence, Mark Esper being accorded Guard of Honour at South Block. He was received by Defence Minister Rajnath Singh.
US Secretary of State Mike Pompeo & Defence Secretary Mark Esper are in India to participate in the 3rd India-US 2+2 Ministerial Dialogue. pic.twitter.com/SYQPMarcDU
— ANI (@ANI) October 26, 2020
ଗତ ୨୦୧୭ରେ ଭାରତ-ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଅନୁଷ୍ଠିତ କରିବା ନେଇ ଘୋଷଣା ହୋଇଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (USA Prez Trump) ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଗତ ୨୦୧୮ ସେପ୍ଟେମ୍ବର ୨ ତାରିଖରେ ପ୍ରଥମ ଏବଂ ଗତବର୍ଷ ଡିସେମ୍ବରରେ ଦ୍ୱିତୀୟ ଟୁ ପ୍ଲସ ଟୁ ବୈଠକ ଆୟୋଜିତ ହୋଇଥିଲା।