ବାଣ ବ୍ୟାନ୍; ନିରାଡମ୍ବର ହେବ ଦୀପାବଳି, ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି
Advertisement

ବାଣ ବ୍ୟାନ୍; ନିରାଡମ୍ବର ହେବ ଦୀପାବଳି, ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି

ପିସିବି ଅଧ୍ୟକ୍ଷ ଅରୁପ କୁମାର ମିଶ୍ର କହିଛନ୍ତି ଯେ, ରାଜ୍ୟ ପ୍ରଦୂଷଣ ବୋର୍ଡ ମଧ୍ୟ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟର ସମସ୍ତ ଡେପୁଟି କମିଶନର ଏବଂ ପୋଲିସ ଅଧୀକ୍ଷକଙ୍କୁ କହିଛନ୍ତି। ବାଣ ଯୋଗାଣ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ପିସିବି ରାଜ୍ୟ ପୋଲିସକୁ କହିଛି। 

ପ୍ରତୀକାତ୍ମକ ଫଟୋ

ଗୌହାଟୀ: ଦୀପାବଳି ପୂର୍ବରୁ ଆସାମର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ପିସିବି) ରାଜ୍ୟରେ ଗ୍ରୀନ୍ କ୍ରାକର ବ୍ୟତୀତ ସମସ୍ତ ପ୍ରକାର ବାଣର କ୍ରୟ ଏବଂ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) ର ନିର୍ଦ୍ଦେଶନାମା ଅନୁଯାୟୀ, ପାର୍ବଣ ଋତୁରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। 

ପିସିବି ଅଧ୍ୟକ୍ଷ ଅରୁପ କୁମାର ମିଶ୍ର କହିଛନ୍ତି ଯେ, ରାଜ୍ୟ ପ୍ରଦୂଷଣ ବୋର୍ଡ ମଧ୍ୟ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟର ସମସ୍ତ ଡେପୁଟି କମିଶନର ଏବଂ ପୋଲିସ ଅଧୀକ୍ଷକଙ୍କୁ କହିଛନ୍ତି। ବାଣ ଯୋଗାଣ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ପିସିବି ରାଜ୍ୟ ପୋଲିସକୁ କହିଛି। ଯେଉଁମାନେ ବେଆଇନ ବାଣ ଫଟାଉଛନ୍ତି ସେମାନଙ୍କୁ ଧରିବା ପୋଲିସ ଏବଂ ପ୍ରଶାସନର ଦାୟିତ୍ୱ। PCB କେବଳ ପରାମର୍ଶଦାତା ଏବଂ ନିର୍ଦ୍ଦେଶନାମା ଜାରି କରିଥାଏ। ଏଥି ସହିତ ରାଜ୍ୟରେ ନିଆଯାଇଥିବା ଦୈନନ୍ଦିନ କାର୍ଯ୍ୟର ରିପୋର୍ଟ ମଧ୍ୟ ପିସିବିରେ ଦାଖଲ କରାଯିବା ଉଚିତ ବୋଲି ପିସିବି ଅଧ୍ୟକ୍ଷ କହିଛନ୍ତି। 

Also Read: Jio, Airtel ଓ Vodafone Idea ଉପଭୋକ୍ତାଙ୍କୁ ଝଟକା!

ଅବଶ୍ୟ, ଦୀପାବଳିରେ ଲୋକମାନେ ଦୁଇ ଘଣ୍ଟା ମଧ୍ୟରେ ଗ୍ରୀନ କ୍ରାକର ପାଠଇ ପାରିବେ। ପ୍ରତିବର୍ଷ ଦୀପାବଳି ରାତି ସହରର ପରିବେଶକୁ ବିପଜ୍ଜନକ ସ୍ତରକୁ ଠେଲିଦିଏ, ଯାହାଦ୍ୱାରା ଶୀତଦିନେ ପ୍ରଦୂଷଣ ସ୍ତର ଶିଖରରେ ପହଞ୍ଚେ। ପୂର୍ବରୁ ଦିଲ୍ଲୀରେ ବାଣ ବିକ୍ରୟ ଏବଂ ବ୍ୟବହାର ନିଷେଧ କରାଯାଇଛି। ଅକ୍ଟୋବର ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତାର ଅବନତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାତୀୟ ରାଜଧାନୀରେ ସମସ୍ତ ପ୍ରକାର ବାଣର ସଂରକ୍ଷଣ, ବିକ୍ରୟ ତଥା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। 

ସିଏମ୍ ଅରବିନ୍ଦ କେଜ୍ରିୱାଲ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ,  ଗତବର୍ଷ ଭଳି ଦୀପାବଳି ସମୟରେ ଦିଲ୍ଲୀର ପ୍ରଦୂଷଣର ବିପଦପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥର ମଧ୍ୟ ସମସ୍ତ ପ୍ରକାର ବାଣର ବ୍ୟବହାର କରାଯିବ ନାହିଁ। ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି ଯାହା ଦ୍ୱାରା ଲୋକଙ୍କ ଜୀବନ ରକ୍ଷା ହୋଇପାରିବ।