ଜନସଂଖ୍ୟା ବୃଦ୍ଧିକୁ ନେଇ ଏମିତି କହିଲେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଆସାମ (Assam) ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା (Himanta Biswa Sarma) ଗୁରୁବାର ସଂଖ୍ୟାଲଘୁମାନଙ୍କୁ ନିବେଦନ କରିଛନ୍ତି ଯେ, ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଫ୍ୟାମିଲି ପାନିଂ ନୀତି ଆପଣାନ୍ତୁ। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ଦାରିଦ୍ର୍ୟ ହ୍ରାସ କରିବା ପାଇଁ ଆସାମ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟର ସମର୍ଥନ ଆବଶ୍ୟକ ବୋଲି ସେ କହିଛନ୍ତି।

ଜନସଂଖ୍ୟା ବୃଦ୍ଧିକୁ ନେଇ ଏମିତି କହିଲେ ଆସାମର ନୂଆ ମୁଖ୍ୟମନ୍ତ୍ରୀ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଦେଶରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଆଇନର ଦାବି କରାଯାଉଛି। କିନ୍ତୁ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଗଠନ ହେବା ପରେ ଏହି ଦାବି ବୃଦ୍ଧି ପାଇଛି। ରୋଜଗାରର ହ୍ରାସ, ସମ୍ବଳର ଅଭାବ ଏବଂ ଦାରିଦ୍ରତା ବୃଦ୍ଧି ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଅନେକ ବିଶେଷଜ୍ଞ ମଧ୍ୟ ଏହାର ଆବଶ୍ୟକତା ଥିବା କହୁଛନ୍ତି। ଏହି ସମୟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଏକ ବଡ଼ କଥା କହିଛନ୍ତି।

ଆସାମ (Assam) ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା (Himanta Biswa Sarma) ଗୁରୁବାର ସଂଖ୍ୟାଲଘୁମାନଙ୍କୁ ନିବେଦନ କରିଛନ୍ତି ଯେ, ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଫ୍ୟାମିଲି ପାନିଂ ନୀତି ଆପଣାନ୍ତୁ। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ଦାରିଦ୍ର୍ୟ ହ୍ରାସ କରିବା ପାଇଁ ଆସାମ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟର ସମର୍ଥନ ଆବଶ୍ୟକ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ କହିଛନ୍ତି, ଦାରିଦ୍ର୍ୟର ମୁଖ୍ୟ କାରଣ ହେଉଛି ଜନସଂଖ୍ୟାରେ ଅବିରତ ବୃଦ୍ଧି। ମୁସଲମାନ ମହିଳାମାନଙ୍କୁ ଶିକ୍ଷିତ କରିବା ପାଇଁ ତାଙ୍କ ସରକାର ଉଦ୍ୟମ କରିବ, ଯାହାଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇପାରିବ।

Also Read: 'BJPରେ ମିଶୁଛନ୍ତି ସଚିନ'; ପାଇଲଟ ନା ତେନ୍ଦୁଲକର?

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ୧୫ ଅଗଷ୍ଟ ୨୦୧୯ରେ ଲାଲ କିଲ୍ଲା (Lal Quila) ରୁ ଦେଶକୁ ସମ୍ବୋଧିତ କରୁଥିବାବେଳେ ଜନସଂଖ୍ୟା ନିୟନ୍ତ୍ରଣ (Population Control) ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ସେ କହିଥିଲେ ଯେ, ଯେଉଁମାନେ ଏକ ଛୋଟ ପରିବାରର ରକ୍ଷଣାବେକ୍ଷଣ କରୁଛନ୍ତି, ସେମାନେ ମଧ୍ୟ ଏକ ପ୍ରକାରରେ ଦେଶକୁ ପ୍ରେମ କରୁଛନ୍ତି। ପରିବାରକୁ ଦୁଇ ପିଲାଙ୍କ ମଧ୍ୟରେ ସୀମିତ ରଖିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଆବେଦନ ଉପରେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିତର୍କ ମଧ୍ୟ ହୋଇଥିଲା।

ଭାରତୀୟ ଜନତା ପାର୍ଟି (BJP) ନେତା ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଅଶ୍ୱିନୀ ଉପାଧ୍ୟାୟ ଡିସେମ୍ବର ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ କହିଛନ୍ତି ଯେ, ଜନସଂଖ୍ୟା ବିସ୍ଫୋରଣକୁ ରୋକିବା ପାଇଁ ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଉପରେ ବିତର୍କର ଆବଶ୍ୟକତା ରହିଛି। ଅଶ୍ୱିନୀ କହିଛନ୍ତି ଯେ, ଆମର ବିଶ୍ୱରେ ଚାଷଜମିର ମାତ୍ର ୨%, ପାନୀୟ ଜଳର ମାତ୍ର ୪% ଏବଂ ବିଶ୍ୱ ଜନସଂଖ୍ୟାର ୨୦% ମାନବ ଅଛନ୍ତି। ଯଦି ଚୀନ୍ ସହିତ ତୁଳନା କରାଯାଏ, ତେବେ ଆମ ଅଞ୍ଚଳ ଚୀନର ଏକ ତୃତୀୟାଂଶ ଏବଂ ଜନସଂଖ୍ୟା ବୃଦ୍ଧି ହାର ଚୀନ୍ ତୁଳନାରେ ତିନି ଗୁଣ ଅଧିକ। ଚୀନରେ ପ୍ରତି ମିନିଟରେ ୧୧ଟି ଶିଶୁ ଏବଂ ଭାରତରେ ପ୍ରତି ମିନିଟରେ ୩୩ଟି ଶିଶୁ ଜନ୍ମ ହୁଅନ୍ତି।

Also Read: Oximeter ପରେ Oxygen Concentrator ବାଣ୍ଟିଲେ ରେଢାଖୋଲ ବିଧାୟକ

କେବଳ ଏତିକି ନୁହେଁ, ଅନେକ ନେତା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କଠୋର ନିୟମ ପ୍ରଣୟନ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ସରକାର ଏପରି ଏକ ଆଇନ ପ୍ରସ୍ତୁତ କରିବା ଉଚିତ, ଯେଉଁଥିରେ ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କ ଭୋଟ୍ ଅଧିକାର ସମାପ୍ତ ହେବ। କେବଳ ଏତିକି ନୁହେଁ ଅନେକ ନେତା ମଧ୍ୟ ଏହି ଦାବି ପାଇଁ ଏକ ପଦଯାତ୍ରା କରିଛନ୍ତି। ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା। ଏହି ପ୍ରସଙ୍ଗକୁ ବିଜେପିର ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ଗଣନା କରାଯାଉଛି।