ଆସାମ ବନ୍ୟା: ୨୫ ଜିଲ୍ଲା ପ୍ରଭାବିତ, ୨୪ ମୃତ
Advertisement

ଆସାମ ବନ୍ୟା: ୨୫ ଜିଲ୍ଲା ପ୍ରଭାବିତ, ୨୪ ମୃତ

ଆସାମରେ ହୋଇଥିବା ବନ୍ୟାରେ ୨୫ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୨୪ ଜଣଙ୍କ ମୃତ୍ୟୁ ଘଟିଛି |

ଆସାମ ବନ୍ୟା: ୨୫ ଜିଲ୍ଲା ପ୍ରଭାବିତ, ୨୪ ମୃତ

ଗୌହାଟି: ପୂର୍ବୋତ୍ତର ରାଜ୍ୟ ଆସାମରେ ପ୍ରବଳ ବର୍ଷା ପରେ ହୋଇଥିବା ବନ୍ୟା କାରଣରୁ ୨୫ଟି ଜିଲ୍ଲା ସମେତ ପ୍ରାୟ ୧୩ ଲକ୍ଷ ପ୍ରଭାବିତ ହୋଇଛନ୍ତି | ଅନ୍ୟପଟେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ପକ୍ଷରୁ କୁହାଯାଇଛି |  

ରାଜ୍ୟ ବିପର୍ଯ୍ୟୟ ପ୍ରାଧିକରଣ ତଥ୍ୟ ଅନୁଯାୟୀ ବନ୍ୟାରେ ୧୩୧୬୯୨୭ ପ୍ରଭାବିତି ହୋଇଛନ୍ତି | ପ୍ରାଣ ହରାଇଥିବା ୨୪ ଲୋକଙ୍କ ମଧ୍ୟରୁ ବାରପେଟାର ଜଣେ, ଡିବ୍ରୁଗଡର ୨ ଏବଂ ଗୋଲପାରା ଜଣେ ଲୋକଙ୍କ ମୃତ୍ୟୁ ଜୁନ ୨୯ ତାରିଖରେ ହୋଇଥିବାର ଖବର ମିଳିଛି | ୨୭୩ ରିଲିଫ କ୍ୟାମ୍ପରେ ୨୭,୪୫୨ ଲୋକ ରହିଛନ୍ତି | ଆସାମ ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବନ୍ୟାରେ ୭,୬୩,୭୬୪ ବଡ ପ୍ରାଣୀ ଏବଂ ୪୦୭୮୩୮ ଛୋଟ ପ୍ରାଣୀ ପ୍ରଭାବିତ ହୋଇଛନ୍ତି |

ବିଭିନ୍ନ ବିଭାଗର କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ ସମେତ ଉତ୍ତର-ପୂର୍ବ ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି | ଶକ୍ତିଶାଳୀ ବ୍ରହ୍ମପୁତ୍ର ସମେତ ଅଧିକାଂଶ ନଦୀ ଅନେକ ସ୍ଥାନରେ ବିପଦ ସଙ୍କେତ ଠାରୁ ଉପରେ ରହିଛନ୍ତି | ନଦୀରେ ବନ୍ୟା ଜଳ ପ୍ରଭାବିତ ହେବା ଜାରି ରହିଛି |  

ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ-ଏନଡିଆରଏଫ(National Disaster Response Force-NDRF) ଏବଂ ଆସାମ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ସ୍ଥାନୀୟ ପ୍ରଶାସନ ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି | ପ୍ରଭାବିତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି | 

କୋଭିଡ୧୯ ମୁକାବିଲା ପାଇଁ ଜାରି ହୋଇଥିବା ସୁରକ୍ଷା ସମ୍ପର୍କିତ ନିୟମ ପାଳନ କରି ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟର ସମସ୍ତ ପ୍ରଭାବିତ ଜିଲ୍ଲାର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ |