• ମହାବାତ୍ୟାକୁ ପୁରିଲା ୨୧ ବର୍ଷ
  • ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩.୫୩ ପ୍ରତିଶତ ମତଦାନ
  • ବିଗତ ୨୪ ଘଣ୍ଚାରେ ୪୯୮୮୧ ଜଣ ନୂଆ ସଂକ୍ରମିତ ହୋଇଥିବା ସୂଚନା
  • IPL 2020: ଆଜି ଚେନ୍ନାଇ ଓ କୋଲକାତା ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ବାଣ ଭିଡ଼ିବା ବେଳେ ବିସ୍ଫୋରଣ; ଜଣେ ମୃତ, ୨ ଗୁରୁତର
  • ବଡ଼ଗଡ଼ ଥାନା କେ.ଭୀମପୁର ଗାଁ ପାଖ ଜଙ୍ଗଲରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ
  • ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୧୬୧୭ ଜଣ ସଂକ୍ରମିତ
  • ଆରୋଗ୍ୟ ସେତୁ ଆପକୁ ନେଇ ପ୍ରତିକ୍ରିୟା ରଖିଲେ ସରକାର

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୯୬କୁ ବୃଦ୍ଧି, ସ୍ଥିତି ବାବଦରେ ସମୀକ୍ଷା କଲେ ରାଷ୍ଟ୍ରପତି

ଆସାମ ବନ୍ୟା ସ୍ଥିତି ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି।

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୯୬କୁ ବୃଦ୍ଧି, ସ୍ଥିତି ବାବଦରେ ସମୀକ୍ଷା କଲେ ରାଷ୍ଟ୍ରପତି

ଗୌହାଟି: ପୂ୍ର୍ବୋତ୍ତର ରାଜ୍ୟ ଆସାମରେ ହୋଇଥିବା ବନ୍ୟା କାରଣରୁ ୨୬ଟି ଜିଲ୍ଲାର ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ-ଏଏସଡିଏମ(Assam State Disaster Management Authority-ASDMA) ତଥ୍ୟ ଅନୁଯାୟୀ, କାଲଗାଚିଆ, କୋକ୍ରାଝର ଏବଂ ମାୟୋଙ୍ଗରୁ ବନ୍ୟା ସମ୍ବନ୍ଧୀୟ ଘଟଣାରେ ୯୬ ଲୋକଙ୍କ ମୃତ୍ୟୁ ଘଟିଛି । ଭୂସ୍ଖଳନ କାରଣରୁ ୨୬ ଜଣ ପ୍ରାଣ ହରାଇଛନ୍ତି।

ଆସାମରେ ହୋଇଥିବା ବନ୍ୟା ସ୍ଥିତି ବାବଦରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ଆସାମବାସୀଙ୍କ ସହ ଛିଡା ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି । ବନ୍ୟା ବ୍ୟତୀତ ଆସାମରେ ଚାଲିଥିବା କୋଭିଡ୧୯ ମୁକାବିଲା, ଆଫ୍ରିକାନ ସ୍ୱାଇନ ଫିଭର(African swine fever)ଏବଂ ରାଜ୍ୟର ତିନସୁକିଆ ଜିଲ୍ଲାର ବାଘଜାନସ୍ଥିତି ତୈଳକୂପରେ ହୋଇଥିବା ଅଗ୍ନିକାଣ୍ଡ ବାବଦରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି।

ଏନେଇ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ସୋନେୱାଲ କହିଛନ୍ତି, "ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜୀଙ୍କ ସହ ଫୋନ୍ ମାଧ୍ୟମରେ ରାଜ୍ୟର ବନ୍ୟା ପରିସ୍ଥିତି ବାବଦରେ ଚର୍ଚ୍ଚା କରାଯାଇଛି । ସମଗ୍ର ଦେଶ ଆସାମର ଲୋକଙ୍କ ସହ ଛିଡା ହୋଇଥିବା ନେଇ ସେ ଜଣାଇଛନ୍ତି । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। "

ଏହି ସମୟରେ ଆସାମ ରାଜ୍ୟପାଳ ଜଗଦୀଶ ମୁଖି ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ଚିରଙ୍ଗ ପରିଦର୍ଶନ କରି ସେଠାରେ ବନ୍ୟାର ମୁକାବିଲା ପାଇଁ ଦିଆଯାଉଥିବା ରିଲିଫ ଏବଂ ଥଇଥାନ କାର୍ଯ୍ୟ ବାବଦରେ ତଦାରଖ କରିଥିଲେ । ଦୁଇଟି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଥିବା ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ ।

ଏଏସଡିଏମଏ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟର ୨୫୪୩ଟି ଗାଁ ଏବଂ ୧୨୨୫୭୩.୧୬ ହେକ୍ଟର ଚାଷ ଜମି ଜଳବନ୍ଦୀ ଅବସ୍ଥାରେ ରହିଛି। ରାଜ୍ୟ ପ୍ରଶାସନ ପକ୍ଷରୁ ୨୨ଟି ଜିଲ୍ଲାରେ ୪୯୬ ରିଲିଫ୍ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଯେଉଁଠାରେ ବର୍ତ୍ତମାନ ୫୦,୧୩୬ ଲୋକ ଆଶ୍ରୟ ନେଉଛନ୍ତି । 

ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ବିପର୍ଯ୍ୟ ପ୍ରଶମନ ବାହିନୀ-ଏସଡିଆରଏଫ(State Disaster Response Force-SDRF) ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବନ୍ୟା ପ୍ରଭାବିତ ପ୍ରାୟ  ୧୩୫୦ ଲୋକଙ୍କୁ ଉଦ୍ଧାର କରିଛନ୍ତି । ରାଜଧାନୀ ଗୌହାଟି ସମେତ ଧୁବ୍ରୀ, ଗୋଲପାରା ସହର ଠାରେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ବ୍ରହ୍ମପୁତ୍ର ନଦୀ । ଆସାମର ସର୍ବାଧିକ ବନ୍ୟା ଜିଲ୍ଲାଙ୍କ ତାଲିକାରେ ଗୋଲପାରା, ବରପେଟା ଏବଂ ମୋରିଗାଓଁ ଆଦି ଜିଲ୍ଲା ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି।