ଆସାମ ବନ୍ୟା: ରାଜ୍ୟରେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ଆଇଏମଡି ପକ୍ଷରୁ ବର୍ଷାର ପୂର୍ବାନୁମାନ
Advertisement

ଆସାମ ବନ୍ୟା: ରାଜ୍ୟରେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ଆଇଏମଡି ପକ୍ଷରୁ ବର୍ଷାର ପୂର୍ବାନୁମାନ

ଆସାମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା କାରଣରୁ ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।   

 ଆସାମ ବନ୍ୟା: ରାଜ୍ୟରେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ଆଇଏମଡି ପକ୍ଷରୁ ବର୍ଷାର ପୂର୍ବାନୁମାନ

ଗୌହାଟୀ: ପୂର୍ବୋତ୍ତର ରାଜ୍ୟ ଆସାମରେ ହୋଇଥିବା ବନ୍ୟା କାରଣରୁ ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାର ୬ ଲକ୍ଷ ୮୦ ହଜାର ୯୩୧ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ବନ୍ୟା ମୁକାବିଲା ପାଇଁ ପ୍ରତିଷ୍ଠା ହୋଇଥିବା ୬୨ଟି ରିଲିଫ କ୍ୟାମ୍ପରେ ୪୮୫୨ ଲୋକଙ୍କୁ ଦିଆଯାଇଥିବା ନେଇ ସୋମବାର(ଜୁଲାଇ ୬, ୨୦୨୦) ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ-ଏଏସଡିଏମଏ(Assam State Disaster Management Authority-ASDMA) ପକ୍ଷରୁ କୁହାଯାଇଛି।

ଏହି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ- ଆଇଏମଡି(India Meteorological Department-IMD)। ଆସାମରେ ବନ୍ୟା କାରଣରୁ ୮,୯୧,୮୯୭ ଗୃହପାଳିତ ପଶୁ ଏବଂ ୮,୦୧,୨୩୩ କୁକୁଡା ପ୍ରଭାବିତ ହୋଇଛନ୍ତି।

ଆସାମର ଲକ୍ଷ୍ମୀପୁର, ଶିବସାଗର, ବଙ୍ଗାଇଗାଓଁ, ହୋଜାଇ, ଉଦଲଗୁରି, ମାଜୁଲି ଏବଂ ପଶ୍ଚିମ କର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ପରିସ୍ଥିତିରେ ସୁଧାର ଆସିଛି।ବନ୍ୟାର ମୁକାବିଲା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ(National Disaster Response Force-NDRF), ଆସାମ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (Assam State Disaster Response Force-ASDRF) ଏବଂ ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ଏବଂ ବନ୍ୟା ପୀଡିତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।

ଏହି ସମୟରେ ଆସାମର ରାଜଧାନୀ ଗୌହାଟୀରେ କୋଭିଡ୧୯ ମାମଲା ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବାର ଜଣାପଡିଛି। ବିଶ୍ୱ ମହାମାରୀ କୋରୋନାର ମୁକାବିଲା ପାଇଁ ଆସାମ ସରକାରଲ ରାଜ୍ୟ ସଚ୍ଚିବାଳୟ ପରିସରରେ ଥିବା ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବା ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସଦ୍ୟ ରାଜ୍ୟରେ ୪ ସରକାରୀ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି।