Assam-Mizoram Border Dispute: MHA ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିୟୋଜିତ ହେବେ ପାରାମିଲିଟାରୀ
Advertisement

Assam-Mizoram Border Dispute: MHA ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିୟୋଜିତ ହେବେ ପାରାମିଲିଟାରୀ

Assam-Mizoram Border Dispute: ଆସାମ-ମିଜୋରାମ ସୀମା ବିବାଦକୁ ନେଇ ଚାଲିଥିବା ଉତ୍ତେଜନା ମଧ୍ୟରେ ଗୃହ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପି ଅଂଶଗ୍ରହଣ କରିଥିଲେ ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦର (Assam-Mizoram Border Dispute) ସମାଧାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA ) ବୁଧବାର ଏକ ବୈଠକ ଡାକିଥିଲା । ଏହି ବୈଠକରେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ଡିଜିପି ଯୋଗ ଦେଇଥିଲେ । ଏହି ବୈଠକରେ ଉଭୟ ରାଜ୍ୟ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସହମତ ହୋଇଥିଲେ । ବିବାଦୀୟ ସ୍ଥାନରୁ ଉଭୟ ରାଜ୍ୟର ପୋଲିସ ହଟାଯିବ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯିବ ।

କେନ୍ଦ୍ର ସରକାର ଚିନ୍ତିତ
ଅଧିକାରୀ କହିଛନ୍ତି ଯେ ଗୃହ ସଚିବ ଅଜୟ ଭାଲା (Ajay Kumar Bhalla) ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆସାମର ମୁଖ୍ୟ ଶାସନ ସଚିବ ଜିଷ୍ଣୁ ବାରୁଆ ଓ ପୋଲିସର ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହନ୍ତ ଓ ମିଜୋରାମ ମୁଖ୍ୟ ଶାସନ ସଚିବ ଲାଲୁନୁମାୱିଆ ଚୁଆଙ୍ଗୋ ଓ ଡିଜିପି ଏସବି କେ ସିଂ ଯୋଗ ଦେଇଥିଲେ । ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଆସାମ-ମିଜୋରାମ ସୀମା ବିବାଦକୁ (Assam Mizoram Border Conflict) ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି । କାରବ ଏହି ହିଂସାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ବୈଠକର ଉଦ୍ଦେଶ୍ୟ ହେଉଛି ଉତ୍ତେଜନା ହ୍ରାସ କରିବା, ଶାନ୍ତି ପ୍ରତିଷ୍ଠା କରିବା ଓ ସମ୍ଭାବ୍ୟ ସମାଧାନ ଖୋଜିବା । 

 ଅଧିକ ପଢ଼ନ୍ତୁ: ଅସ୍ଥି ବିସର୍ଜନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ନୂଆ ନିୟମ, ଗଙ୍ଗା ଯିବା ପୂର୍ବରୁ ଜାଣି ନିଅନ୍ତୁ

ଶାନ୍ତି କିନ୍ତୁ ଟେନସନ
ଆସାମ-ମିଜୋରାମ ସୀମାବର୍ତ୍ତୀ ଅଞ୍ଚଳରେ ପାରାମିଲିଟାରୀ କର୍ମଚାରୀ ନିୟୋଜିତ ଥିବାରୁ CRPF ର ମହାନିର୍ଦ୍ଦେଶକ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି ବୋଲି ଅଧିକାରୀ କହିଛନ୍ତି । ସୋମବାର ମିଜୋରାମ ପୋଲିସ ଆସାମ ଅଧିକାରୀଙ୍କ ଏକ ଟିମ୍ ଉପରକୁ ଗୁଳି ଚଳାଇବା ଦ୍ୱାରା ଆସାମ ପୋଲିସ୍ କର୍ମଚାରୀ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଜଣେ ଏସପି ସମେତ ୮୦ ରୁ ଅଧିକ ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ବ୍ୟାଙ୍କ ବୁଡ଼ିଗଲେ ୯୦ ଦିନ ମଧ୍ୟରେ ମିଳିଯିବ ଟଙ୍କା! ସରକାର ଦେବେ ଗ୍ୟାରେଣ୍ଟି, ଜାଣନ୍ତୁ ନିୟମ

ସୀମା ବିବାଦର ସମାଧାନ ପାଇଁ ଶାହାଙ୍କ ଗୁରୁତ୍ୱାରୋପ
ଆସାମର ବାରାକ ଉପତ୍ୟକାର କାଚର, କରିମଗଞ୍ଜ ଓ ହାଇଲାକାଣ୍ଡି ଜିଲ୍ଲାଗୁଡିକ ମିଜୋରାମ, ଆଇଜୱାଲ, କୋଲାସିବ ଏବଂ ମମିତର ତିନୋଟି ଜିଲ୍ଲା ସହିତ ୧୬୪ କିଲୋମିଟର ଲମ୍ବର ସୀମା ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତର-ପୂର୍ବର ଆଠଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସୀମା ବିବାଦର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦୁଇ ଦିନ ପରେ ଏହି ଘଟଣା ଘଟିଥିଲା  ।