ଆସାମ ଓ ମିଜୋରାମ (Assam Mizoram Border Violance)ର ବାସିନ୍ଦାଙ୍କ ମଧ୍ୟରେ ଗଣ୍ଡଗୋଳ ବର୍ତ୍ତମାନ ଉଗ୍ର ରୂପ ନେଇଛି। ଏହି ଗଣ୍ଡଗୋଳରେ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ମାମଲା ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି।
Trending Photos
)
ନୂଆଦିଲ୍ଲୀ: ଆସାମ ଓ ମିଜୋରାମ (Assam Mizoram Border Violance)ର ବାସିନ୍ଦାଙ୍କ ମଧ୍ୟରେ ଗଣ୍ଡଗୋଳ ବର୍ତ୍ତମାନ ଉଗ୍ର ରୂପ ନେଇଛି। ଏହି ଗଣ୍ଡଗୋଳରେ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ମାମଲା ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଏହି ଦୁଇ ରାଜ୍ୟବାସିଙ୍କ ମଧ୍ୟରେ ଗଣ୍ଡଗୋଳ ସୀମା ବିବାଦର ରୂପ ନେଇଛି। ଆଉ ଏହାର ସମାଧାନ ପାଇଁ କେନ୍ଦ୍ରିୟ ଗୃହ ମନ୍ତ୍ରଣାଳୟ ବୈଠକ ଡକାଇଛି। ତେବେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆସାମ (Assam) ର କଚ୍ଛର ଜିଲ୍ଲା ଓ ମିଜୋରାମ (Mizoram) ର କୋଲାସିବ ଅଞ୍ଚଳରେ ଏବେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି।
ଅଧିକ ପଢନ୍ତୁ: କୋଭିଡ଼କୁ ନେଇ ଖୁସି ଖବର ଦେଲା ଜାତୀୟ କୋରୋନା ଅନୁଧ୍ୟାନ କମିଟି
ମିଜୋରାମ (Mizoram) ର ଗୃହ ମନ୍ତ୍ରୀ ଲଲଚାମଲିୟାନ କହିଛନ୍ତି କି, ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଅଜୟ କୁମାର ଭଲ୍ଲା ଆଜି ମିଜୋରାମ (Mizoram) ଓ ଆସାମ (Assam) ଗସ୍ତରେ ଆସୁଛନ୍ତି। ସେ ଏଠାରେ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ବୈଠକରେ ଦୁଇ ରାଜ୍ୟର ପ୍ରମୁଖ ଶାସନ ସଚିବ ଉପସ୍ଥିତ ରହିବେ। ସେପଟେ ହିଂସା ଦେଖାଦେଇଥିବା ଅଞ୍ଚଳରେ ସିଆରପିଏଫ ଯବାନଙ୍କୁ ନିୟୋଜିତ କରାଯାଇଛି।
ମିଜୋରାମର କୋଲାସିବ ଜିଲ୍ଲାର ବୈରେଙ୍ଗତ ଗ୍ରାମ ହେଉଛି ରାଜ୍ୟର ଉତ୍ତର ଭାଗରେ ରହିଛି। ଏହି ଗ୍ରାମ ଦେଇ ଜାତୀୟ ରାଜପଥ-୩୦୬ ଯାଇଛି, ଯାହା ଆସାମକୁ ମିଜୋରାମ ସହିତ ସଂଯୋଗ କରେ | ଏଥି ସହିତ ଆସାମର କଚ୍ଛର ଜିଲ୍ଲାର ଲୈଲାପୁର ହେଉଛି ଏହାର ନିକଟତମ ଗାଁ | କୋଲାସିବ ଜିଲ୍ଲାର ଡେପୁଟି କମିଶନର ଏଚ୍ ଲାଲଥାଲାଙ୍ଗଲିଆନା କହିଛନ୍ତି ଯେ ଆସାମର କିଛି ଲୋକ ଶନିବାର ସନ୍ଧ୍ୟାରେ ଠେଙ୍ଗା ଧରି ସୀମାବର୍ତ୍ତୀ ଗାଁ ସୀମାରେ ଥିବା ଏକ ଅଟୋଷ୍ଟାଣ୍ଡ ଉପରକୁ ହଠାତ ଢେଲାମାଡ଼ କରିଥିଲେ | ସେ କହିଛନ୍ତି ଯେ ଏହି ଅଞ୍ଚଳରେ ନିଷେଧାଦେଶ ନିର୍ଦ୍ଦେଶ (144) ଲାଗୁ ହୋଇଥିଲେ ମଧ୍ୟ ଲୈଲାପୁର ଗ୍ରାମବାସୀଙ୍କ ଜାତୀୟ ରାଜପଥରେ ପ୍ରାୟ ୨୦ଟି ଅସ୍ଥାୟୀ କୁଟୀର ଏବଂ ଦୋକାନରେ ନିଆଁ ଲଗାଇ ଦେଇଥିବା ନେଇ ସେ ସୂଚନା ଦେଇଥିଲେ।
ଅଧିକ ପଢନ୍ତୁ: ଝାଡଖଣ୍ଡ କାହା ବାପାର ଜାଗିର ନୁହେଁ, ସରକାର ନଚଳାଇ ପାରିଲେ ଗାଦି ଛାଡୁ ଜେଏମଏମ
ଡେପୁଟି କମିଶନର କହିଛନ୍ତି ଯେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ଏହି ହିଂସାକାଣ୍ଡରେ ମିଜୋରାମର ଚାରି ଜଣ ଗୁରୁତର ଆହତଙ୍କ ସହିତଅନେକ ଲୋକ ଆହତ ହୋଇଥିଲେ। ଏହି ସଂଘର୍ଷରେ ଆହତ ବ୍ୟକ୍ତିଙ୍କୁ କୋଲାସିବ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ତାଙ୍କ ବେକରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହିତ ବୀରଙ୍ଗେଟ ଗାଁର ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ତିନି ଜଣଙ୍କ ଚିକିତ୍ସା କରାଯାଇଥିଲା। ପୋଲିସର ସୂଚନାନୁସାରେ, ଆହତଙ୍କ ଆସାମର ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।