ଆସାମରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-19ରେ ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ । ସେ ସିଲଚର ମେଡିକାଲ କଲେଜରେ ଭର୍ତ୍ତି ଅଛନ୍ତି ।

ଆସାମରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆସାମରେ ଚିହ୍ନଟ ହେଲା ପ୍ରଥମ କୋରୋନା ଆକ୍ରାନ୍ତ । ଏହାର ସୂଚନା ଆଜି ଅର୍ଥାତ ମଙ୍ଗଳବାର ଆସାମାର ସ୍ୱାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଦେଇଛନ୍ତି । ସେ କହିଛନ୍ତି ଯେ କୋଭିଡ-19ରେ ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ । ସେ ସିଲଚର ମେଡିକାଲ କଲେଜରେ ଭର୍ତ୍ତି ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି ।

ଅନ୍ୟପକ୍ଷେ ସମଗ୍ର ବିଶ୍ୱ ପାଇଁ ସଙ୍କଟ ସୃଷ୍ଟି କରିଥିବା କୋରୋନା ଭୂତାଣୁ ଏବେ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି । ପ୍ରତି ମୁହୂର୍ତ୍ତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ପରିବର୍ତ୍ତନ ଦେଖା ଦେଉଛି । ବର୍ତ୍ତମାନ ଯାଏ ଦେଶରେ ୧୪ ଶହରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିରୁ ୧୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହିତ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଗୋଟିଏ ଦିନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପହଞ୍ଚିଛି । ଏହି କ୍ରମରେ ଆସାମରେ ଏହା ପ୍ରଥମ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।