୬୦ ବର୍ଷୀୟ ଦାସଗୁପ୍ତ କୋଭିଡ-19ରେ ସଂକ୍ରମିତ ହୋଇଥିଲେ । ସେ ବଙ୍ଗଳାର ପ୍ରଥମ ଡାକ୍ତର ଯିଏ କୋରୋନା ଭାଇରସ୍ କାରଣରୁ ମୃତ୍ୟୁ ବରଣ କରିଛନ୍ତି ।
Trending Photos
କୋଲକାତା: ସାରା ବିଶ୍ୱ ସମେତ ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ପଶ୍ଚିମବଙ୍ଗରେ ମଧ୍ୟ ବଢ଼ି ବଢ଼ି ଚାଲିଛି କୋରୋନା ରୋଗୀଙ୍କ ସଂଖ୍ୟା । ଆଜି(ରବିବାର) ପଶ୍ଚିମବଙ୍ଗରେ କୋରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ମୃତ୍ୟୁର ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବାର ସହକାରୀ ନିର୍ଦ୍ଦେଶକ ଡାକ୍ତର ବିପ୍ଲବ କାନ୍ତି ଦାସଗୁପ୍ତଙ୍କ ରବିବାର ଦେହାନ୍ତ ହୋଇଛି ।
୬୦ ବର୍ଷୀୟ ଦାସଗୁପ୍ତ କୋଭିଡ-19ରେ ସଂକ୍ରମିତ ହୋଇଥିଲେ । ସେ ବଙ୍ଗଳାର ପ୍ରଥମ ଡାକ୍ତର ଯିଏ କୋରୋନା ଭାଇରସ୍ କାରଣରୁ ମୃତ୍ୟୁ ବରଣ କରିଛନ୍ତି । ୭ ଦିନ ପୂର୍ବରୁ ତାଙ୍କୁ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପତ୍ନୀ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ।