#INDvsAUS : Adelaide Testରେ Team Indiaର ଲଜ୍ଜାଜନକ ପରାଜୟ, ୧-୦ରେ ଆଗୁଆ କଙ୍ଗାରୁ
Advertisement

#INDvsAUS : Adelaide Testରେ Team Indiaର ଲଜ୍ଜାଜନକ ପରାଜୟ, ୧-୦ରେ ଆଗୁଆ କଙ୍ଗାରୁ

Adelaide Testର ପ୍ରଥମ ମ୍ୟାଚରେ ବିରାଟ ବାହିନୀକୁ ଲଜ୍ଜାଜନକ ପରାଜୟର ସାମନା କରିବାକୁ ପଡିଛି। ମ୍ୟାଚର ୩ୟ ଦିନରେ ହିଁ ଅଷ୍ଟ୍ରେଲିଆ ୨ଟି ୱିକେଟରେ ଭାରତକୁ ପରାସ୍ତ କରି ୧-୦ରେ ସିରିଜରେ ଆଗୁଆ ଅଛି।

#INDvsAUS : Adelaide Testରେ Team Indiaର ଲଜ୍ଜାଜନକ ପରାଜୟ, ୧-୦ରେ ଆଗୁଆ କଙ୍ଗାରୁ

ନୂଆଦିଲ୍ଲୀ: ଘରୋଇ ଗ୍ରାଉଣ୍ଡରେ Team Indiaକୁ ମାତ ଦେଲା ଅଷ୍ଟ୍ରେଲିଆ। Adelaide Testର ପ୍ରଥମ ମ୍ୟାଚରେ ବିରାଟ ବାହିନୀକୁ ଲଜ୍ଜାଜନକ ପରାଜୟର ସାମନା କରିବାକୁ ପଡିଛି। ମ୍ୟାଚର ୩ୟ ଦିନରେ ହିଁ ଅଷ୍ଟ୍ରେଲିଆ ୨ଟି ୱିକେଟରେ ଭାରତକୁ ପରାସ୍ତ କରି ୧-୦ରେ ସିରିଜରେ ଆଗୁଆ ଅଛି। 

Adelaide Test ର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ Team India ୨୪୪ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଦ୍ୱିତୀୟ ଇନିଂସରେ ଭାରତୀୟ ଖେଳାଳି ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲେ। ଫଳେରେ ଟିମ ମାତ୍ର ୩୬ ରନ୍ କରି ଅଲ ଆଉଟ ହୋଇଥିଲା। ଏହି ସ୍କୋର ଏବେ Test Cricket ଇତିହାସର ସର୍ବନିମ୍ନ ରନ ତାଲିକାରେ ସାମିଲ ହୋଇଛି। ଏହା ବ୍ୟତୀତ ୩୬ ରନ ଭାରତୀୟ ଦଳର ସର୍ବନିମ୍ନ ସ୍କୋର ପାଲଟିଛି।

fallback

ଦ୍ୱିତୀୟ ଇନିଙ୍ଗ୍ସରେ କୌଣସିବି ଭାରତୀୟ ବ୍ୟାଟ୍ସମ୍ୟାନ ଡବଲ ଡିଜିଟ୍ ସ୍କୋର କରିପାରି ନାହାନ୍ତି। ୩ ଜଣ ଖାତା ନଖୋଲି ଆଉଟ ହୋଇଥିବା ବେଳେ କ୍ୟାପ୍ଟେନ କୋହଲି (Virat Kohli) ମାତ୍ର ୪ ରନ କରି ପାଭିଲିଅନ ଫେରିଥିଲେ। ସେପଟେ ପ୍ରଥମ ଇନିଙ୍ଗ୍ସରେ ଆୟୋଜକ ଅଷ୍ଟ୍ରେଲିୟା ଦଳ ୧୯୧ ରନ କରିଥିଲା। ଆଉ ବିରାଟ ବାହିନୀରେ ଛୋଟ ସ୍କୋରକୁ ଜିତିବା ପାଇଁ ୯୦ ରନର ଏକ ସହଜ ବିଜୟ ଲକ୍ଷ୍ୟ ପାଇଲା। ଯାହାକୁ କଙ୍ଗାରୁ ଦଳ ମାତ୍ର ୨ଟି ୱିକେଟ୍ ହରାଇ ଟେଷ୍ଟର ତୃତୀୟ ଦିନରେ ହିଁ ମ୍ୟାଚକୁ ନିଜ କବଜାକୁ ନେଇଛି।

Also Read: ଫେବ୍ରୁଆରୀରେ ଇଂଲଣ୍ଡର ଇଣ୍ଡିଆ ଟୁର୍, ଦେଖନ୍ତୁ ମ୍ୟାଚ୍ ଫିକ୍ସଚର

ଅଷ୍ଟ୍ରେଲିଆ (Australia) ଓପନର ଜୋ ବର୍ନସ୍ Adelaide Testରେ ଅପରାଜିତ ଅର୍ଦ୍ଧଶତକ ପୁରା କରିଛନ୍ତି। ସେ ଶେଷ ବଲରେ ଗୋଟିଏ ଛକା ମାରି ୬୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଟିମକୁ ଜିତାଇଛନ୍ତି। ସେପଟେ ପ୍ରଥମ ମ୍ୟାଚର ଦ୍ୱିତୀୟ ଇନିଙ୍ଗ୍ସରେ ଜୋସ ହାଜଲେଉଡ (Josh Hazlewood) ଙ୍କ ଘାତକ ବୋଲିଂରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାଟି କାମୁଥିଲେ।  ୫ ଓଭର ବୋଲିଂ କରି ସେ ୩ ଓଭର ମେଡେନ ନେଇଥିବା ବେଳେ ମାତ୍ର ୮ ରନ ଦେଇ ୫ଟି ୱିକେଟ ହାତେଇଥିଲେ।

fallback

ସେପଟେ ବ୍ୟାଟିଂ ବେଳେ ମହମ୍ମଦ ଶାମି (Mohammad Shami) ଆହତ ହୋଇଛନ୍ତି। ହାତରେ ଆଘାତ ଲାଗିବା ପରେ ତାଙ୍କୁ ଅବସର ଘୋଷଣା କରିବାକୁ ପଡ଼ିଲା। ଏପରି କି ବୋଲିଂ କରିବାକୁ ମଧ୍ୟ ସେ ପଡ଼ିଆକୁ ଆସିପାରିନଥିଲେ। ମ୍ୟାଚ୍ ପରେ ବିରାଟ କୋହଲି କହିଛନ୍ତି ଯେ ଶାମିଙ୍କ ହାତ ସ୍କାନ କରାଯିବ, ଯାହା ପରେ କିଛି କୁହାଯାଇପାରିବ।