• ପଂଚାୟତ ନିର୍ବାଚନ ପୂର୍ବରୁ ଦକ୍ଷିଣାଞ୍ଚଳରେ ଭୁଶୁଡ଼ିଛି କଂଗ୍ରେସ ଦୁର୍ଗ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍‌ଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା
  • ଭବାନୀପାଟଣା ସ୍ଥିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘରକୁ ଅଣ୍ଡାମାଡ଼
  • ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ
  • ମାମଲାରେ ମନ୍ତ୍ରୀଙ୍କ ନାଁ ଆସିଥିବାରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି
  • ପିଲାଙ୍କୁ ଟିକା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
  • ପିଲାମାନଙ୍କୁ ୨ଟି ଡୋଜରେ ଟିକାକରଣ କରିବା ପାଇଁ ପରାମର୍ଶ ଅଛି
  • ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂରେ ତାଲିମ ଦିଆଯିବ
  • ଯେଉଁ ସମୟରେ ନିର୍ଦ୍ଦେଶ ଆସିବ ତୁରନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ କରିବୁ

ମହଙ୍ଗା ମାଡରେ ଘାଇଲା ଆର୍ଥିକ ରାଜଧାନୀ; ଜବରଦସ୍ତ ବଢିବ ଯାତ୍ରୀ ଭଡା

ଯିବା ଆସିବା କରିବା ଲାଗି  ମୁମ୍ବାଇ ବାସିନ୍ଦା ସହରର ଜୀବନ ରେଖା କୁହାଯାଉଥିବା ଲୋକାଲ ଟ୍ରେନ ଉପରେ ନିର୍ଭର କରିଥାନ୍ତି। 

ମହଙ୍ଗା ମାଡରେ ଘାଇଲା ଆର୍ଥିକ ରାଜଧାନୀ; ଜବରଦସ୍ତ ବଢିବ ଯାତ୍ରୀ ଭଡା

ନୂଆଦିଲ୍ଲୀ: କମିବାର ନାଁ ଧରୁନାହିଁ ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ତୈଳ ଦର। ଯାହାର ଫଳ ସ୍ୱରୂପ ଏବେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଢିଛି ଯାତ୍ରୀ ଭଡା। ଏହାର ପ୍ରଭାବ ବର୍ତ୍ତମାନ  ସିଧାସଳଖ ଜନସାଧାରଣଙ୍କ ଉପରେ ପଡିଛି।    

ଯିବା ଆସିବା କରିବା ଲାଗି ମୁମ୍ବାଇ ବାସିନ୍ଦା ସହରର ଜୀବନ ରେଖା (Mumbai Life Line) କୁହାଯାଉଥିବା ଲୋକାଲ ଟ୍ରେନ (Local Train) ଉପରେ ନିର୍ଭର କରିଥାନ୍ତି। ଏହା ବାଦ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅଟୋ ରିକ୍ସା (Auti Rickshaw) ଟ୍ୟାକ୍ସି (Taxi) ଆଦି ବ୍ୟବହାର କରିଥାନ୍ତି। ବର୍ତ୍ତମାନ ତୈଳ ଦର ବଢିବା ପରେ ଅଟୋ ରିକ୍ସା, ଟ୍ୟାକ୍ସି ଆଦିର ଯାତ୍ରୀ ଭଡା (Passenger Fare) ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହେଲାଣି। ଗତ ୨୦୧୫ ବର୍ଷରେ ଶେଷ ଥର ଲାଗି ଏହି ଭଡା ବୃଦ୍ଧି ପାଇଥିଲା। 

Also Read: ଜୁଲାଇ ପହିଲାରୁ ମୁମ୍ବାଇରେ ଗଡିବ ୩୫୦ ଲୋକାଲ ଟ୍ରେନ

ଏନେଇ ମିଳିଥିବା ଖବର ଅନୁସାରେ ଅଟୋରିକ୍ସାର ପ୍ରାରମ୍ଭିକ ଭଡା ୧୮ରୁ ୨୧ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ ବର୍ତ୍ତମାନ ଭଡା ପୂର୍ବାପେକ୍ଷା ୩ ଟଙ୍କା ବଢିଛି। ଏହା ପରେ କିଲୋମିଟର ପିଛା ଭଡା ୧୪ ଟଙ୍କା ୨୦  ପଇସା ବୃଦ୍ଧି ପାଇବ। ଏଥି ସହିତ ଟ୍ୟାକ୍ସିର ପ୍ରାରମ୍ଭିକ ଭଡା ୨୨ରୁ ୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ପରେ ପ୍ରତ୍ୟେକ କିଲୋମିଟରରେ ୧୬ ଟଙ୍କା ବୃଦ୍ଧି କରାଯିବ। 

ବର୍ଦ୍ଧିତ ଭଡା ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଲାଗୁ ହେବ। ସୋମବାର ମୁମ୍ବାଇ ମହାନଗର ନିଗମ ପରିବହନ ପ୍ରାଧିକରଣ-ଏମଏମଆରଟିଏ (Mumbai Metro Politan Region Transport Authority-MMRTA) ପକ୍ଷରୁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଅଟୋ-ଟ୍ୟାକ୍ସି ଚାଳକ ଦର ତାଲିକା ଦେଖାଇ ଏକ ନୂଆ ଭଡା ନେଇପାରିବେ। ହେଲେ ଜୁନ୍ ସୁଦ୍ଧା ସେମାନଙ୍କୁ ମିଟର ପରିବର୍ତ୍ତନ କରିବାକୁ ପଡିବ। ଯାହା ଦ୍ୱାରା ବର୍ଦ୍ଧିତ ଭଡା ମିଟର ଅନୁଯାୟୀ ନିଆ ଯାଇପାରିବ।

Also Read: ମୁମ୍ବାଇ ସର୍ବ-ଅର୍ବାନରେ ଦୌଡିବ ୪୦ ଅତିରିକ୍ତ ଟ୍ରେନ

 

ସୋମବାର କ୍ରମାଗତ ଦ୍ୱିତୀୟ ଦିନରେ ପେଟ୍ରୋଲ (Petrol), ଡିଜେଲ (Diesel) ମୂଲ୍ୟ ସ୍ଥିର ରହିଥିଲା। ହେଲେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ମୂଲ୍ୟ ପୁଣି ଫେରି ଆସିଛି। ଆମେରିକାରେ ଅଶୋଧିତ ତୈଳ ଯୋଗାଣରେ ଉନ୍ନତିର ମନ୍ଥର ଗତି ଯୋଗୁଁ ଏହାର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ସେଠାରେ ଥଣ୍ଡା ବୃଦ୍ଧି ହେତୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଯେଉଁ କାରଣରୁ ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଥିଲା। ବିଶେଷଜ୍ଞ କହିଛନ୍ତି ବିଶ୍ୱ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ହେତୁ ପେଟ୍ରୋଲ ଏବଂ ଡିଜେଲର ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବା ସମ୍ଭାବନା କମ୍।

Also Read: ଟ୍ରାକରେ ଦୌଡ଼ିଲା ଲୋକାଲ ଟ୍ରେନ, ସତର୍କତା ନିୟମ ଜାରି

ଇଣ୍ଡିଆନ ଅଏଲ (Indian Oil) ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଠାରେ ପେଟ୍ରୋଲ ମୂଲ୍ୟ ସୋମବାର ଦିନ ଯଥାକ୍ରମେ ୯୦.୫୮, ୯୧.୭୮, ୯୭ ଏବଂ ୯୨.୫୯ ଟଙ୍କା ରହିଛି। ଡିଜେଲ ମୂଲ୍ୟ ମଧ୍ୟ ଯଥାକ୍ରମେ ୮୦.୯୭, ୮୪.୫୬, ୮୮.୦୬, ୮୫.୯୮ ଟଙ୍କା ରହିଛି।