Advertisement
Article Detail0/zeeodisha/odisha857871

ହସି ହସି ମୃତ୍ୟୁକୁ କୋଳେଇ ନେଲେ ଆୟଶା, ଭିଡିଓ ଭାଇରାଲ

ନିଜ ପ୍ରିୟଜନଙ୍କ ପାଇଁ କିଛି ନିଆରା ବାର୍ତ୍ତା ଦେବା ପରେ ସାବରମତୀ ନଦୀ ଗର୍ଭରେ ସବୁଦିନ ପାଇଁ ନିଜକୁ ହଜାଇ ଦେଇଛନ୍ତି ଆୟଶା । 

ହସି ହସି ମୃତ୍ୟୁକୁ କୋଳେଇ ନେଲେ ଆୟଶା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମୃତ୍ୟୁକୁ ହସି ହସି ସାମ୍ନା କରିବା ଲୋକ ଦୁନିଆରେ ବହୁତ କମ ଦେଖିବାକୁ ମିଳନ୍ତି । ଏମିତି ଏକ ଘଟଣା ଯାହା ଆପଣଙ୍କ ଆଖିରେ ଭରିଦେବ ଲୁହ । କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ହସ ଛଡ଼ା ତାଙ୍କ ମୁହଁରେ ଆଉ କିଛି ନଥିଲା । ନିଜ ପ୍ରିୟଜନଙ୍କ ପାଇଁ କିଛି ନିଆରା ବାର୍ତ୍ତା ଦେବା ପରେ ସାବରମତୀ ନଦୀ ଗର୍ଭରେ ସବୁଦିନ ପାଇଁ ନିଜକୁ ହଜାଇ ଦେଇଛନ୍ତି ଆୟଶା । 

ଆତ୍ମହତ୍ୟା (Suicide) ପୂର୍ବର ଏହି ଭିଡିଓ ଦେଖିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ । ନିଜ ଇଚ୍ଛାରେ ଆତ୍ମହତ୍ୟା କରିଥିବା ନେଇ କହିଛନ୍ତି ଆୟଶା (Ayesha) । ହେଲେ ଏଭଳି ଏକ ଚରମ ନିଷ୍ପତ୍ତି ପଛରେ କାରଣ କଣ । ଶୁଣିନିଅନ୍ତୁ ଆୟଶାଙ୍କ ମୁହଁରୁ... 

 

Add Zee News as a Preferred Source

କାହିଁକି ଆତ୍ମହତ୍ୟା କଲେ ଆୟଶା । ଏହି ଭିଡିଓ ସାହାଯ୍ୟରେ ଆପଣ ମାନେ ଏହାର କାରଣ ଜାଣିସାରିଥିବେ। ଆଉ ଆୟଶାଙ୍କ ଏହି ଶେଷ ଭିଡି଼ଓଟି ଏବେ ସୋସିଆଲ ମିଡିଆରେ (Social Media) ଖୁବ ଭାଇରାଲ ହେବାରେ ଲାଗିଛି ।  ଭିଡିଓ ମାଧ୍ୟମରେ ନିଜ ପରିବାର ବର୍ଗଙ୍କ ପାଇଁ ଏକ ମେସେଜ ଦେବା ସହ ସାଙ୍ଗସାଥୀଙ୍କ କଥା କହି ଆୟଶାଙ୍କ ବୁକୁରେ କୋହ ଭରିଆସୁଥିଲା । ଏତିକି ଜୀବନ ଭିତରେ ସେ ମଣିଷଙ୍କୁ ଚିହ୍ନିବା ସହିତ ପୁଣି ଥରେ ମଣିଷ ଜନ୍ମ ନହେଉ ବୋଲି ସେ କହିଛନ୍ତି । ଅନ୍ୟପଟେ ନିଜ ଭଲପାଇବା ଓ ବିବାହକୁ ନେଇ ମଧ୍ୟ ଏହି ଭିଡିଓରେ କହିଛନ୍ତି ଆୟଶା । ତେବେ ତାଙ୍କ ମୃତ୍ୟୁ ପରେ ଅଧିକ ଆଲୋଚନା ପର୍ଯ୍ୟାଲୋଚନା କରିବାକୁ ସେ ମନା କରିଥିଲେ । ହେଲେ ଏହି ଭିଡିଓ ଭାଇରାଲ ପରେ ଆୟଶାଙ୍କୁ ନ୍ୟାୟ ପାଇଁ ଚର୍ଚ୍ଚା ଜୋର ଧରିଛି। ଏମିତିକି #JusticeForAyesha ଓ  #Ayesha ମଧ୍ୟ ଟ୍ରେଣ୍ଡ ହେବାରେ ଲାଗିଛି।  

Also Read: ମାଜିଷ୍ଟ୍ରେଟଙ୍କୁ ଲାଞ୍ଚ ପଡିଲା ମହଙ୍ଗା; ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କୁ ୩ ବର୍ଷ ଜେଲ୍

ତେବେ ଆୟଶାଙ୍କ ସ୍ବାମୀ ତାଙ୍କୁ ଯୌତୁକ ନିର୍ଯାତନା (Dowry Torture) ଦେଉଥିବା ତାଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ବିବାହର କିଛି ମାସ ପରେ ଆୟଶାଙ୍କ ସ୍ବାମୀ ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦେଉଥିଲେ ଆଉ ଏହାକୁ ନେଇ କୋର୍ଟରେ ମଧ୍ୟ କେସ ଚାଲିଥିଲା । ହେଲେ କେସ ହାରିବା ହେଉ କି ଜିତିବା ହେଉ ତା ଆଗରୁ ଜୀବନ ଯୁଦ୍ଧରୁ ହାରିଗଲେ #Ayesha 

ବିଶେଷ ଅନୁରୋଧ:  ଆତ୍ମହତ୍ୟା (Suicide) ଉଦ୍ୟମ ଏକ ଦଣ୍ଡନୀୟ ଅପରାଧ । ମଣିଷ ଯେତେବେଳେ ଜୀବନରୁ ହାରିଯାଏ, ସମସ୍ତଙ୍କ ଠାରୁ ଦୂରେଇଯିବାକୁ ଚାହେଁ ସେତେବେଳେ ସେ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତ୍ତି ନେଇଥାଏ । ଅନୁରୋଧ, ଏପରି ନିଷ୍ପତ୍ତି କେବେ ନିଅନ୍ତୁ ନାହିଁ। ଏହି ଭିଡିଓ ମାଧ୍ୟମରେ କେବଳ  #Ayesha ଙ୍କୁ ନ୍ୟାୟ ଦେବାକୁ ଖବର ଲେଖାହୋଇଛି ଯାହା ଏକ ଖବର ସରବରାହ ସଂସ୍ଥାର ଦାୟିତ୍ୱ ଓ କର୍ତ୍ତବ୍ୟ । 

About the Author