ତୀର୍ଥଯାତ୍ରା ହେଲା ମହାଯାତ୍ରା: ଏକାସାଥୀରେ ଗୋଟିଏ ପରିବାରର ୧୨ ଜଣଙ୍କ ଜଳ ସମାଧି !
Advertisement

ତୀର୍ଥଯାତ୍ରା ହେଲା ମହାଯାତ୍ରା: ଏକାସାଥୀରେ ଗୋଟିଏ ପରିବାରର ୧୨ ଜଣଙ୍କ ଜଳ ସମାଧି !

ପୁରା ପରିବାର ଆଗ୍ରାର ବୋଲି ସୂଚନା ରହିଛି। ସମସ୍ତେ ଅଯୋଧ୍ୟା ଧାମ ବୁଲିବାକୁ ଆସିଥିବା ପୋଲିସ କହିଛି ।

ତୀର୍ଥଯାତ୍ରା ହେଲା ମହାଯାତ୍ରା: ଏକାସାଥୀରେ ଗୋଟିଏ ପରିବାରର ୧୨ ଜଣଙ୍କ ଜଳ ସମାଧି !

ଅଯୋଧ୍ୟା: ଆଜି ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଗୁପ୍ତାର ଘାଟରେ ସରୟୁ ସ୍ନାନ ସମୟରେ ଗୋଟିଏ ପରିବାରର ଏକାସାଥୀରେ ୧୨ ଜଣ ବୁଡ଼ିଯାଇଛନ୍ତି । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସ୍ଥାନୀୟ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ପୁରା ପରିବାର ଆଗ୍ରାର ବୋଲି ସୂଚନା ରହିଛି। ସମସ୍ତେ ଅଯୋଧ୍ୟା ଧାମ ବୁଲିବାକୁ ଆସିଥିବା ପୋଲିସ କହିଛି ।

ସୂଚନାନୁଯାୟୀ, ଆଗ୍ରାର ଗୋଟିଏ ପରିବାରର ୧୫ ଜଣ ଅଯୋଧ୍ୟା (Ayodha) ଧାମ ବୁଲିବାକୁ ଆସିଥିଲେ । ଗୁପ୍ତାର ଘାଟ (Guptar Ghat)  ରେ ସମସ୍ତେ ସରୟୁ ସ୍ନାନ (Saryu) କରୁଥିଲେ ହେଲେ ଅଚାନକ ସମସ୍ତେ ବୁଡ଼ିବାରେ ଲାଗିଥିଲେ । ପରିବାରରେ ଶିଶୁ ଓ ମହିଳା ରହିଥିଲେ । ଘଟଣା ସମୟର ୩ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପରିବାରର ଆଉ ୧୨ ପାଣିର ସ୍ରୋତ ଯୋଗୁଁ ଭାସିଯାଇଥିଲେ । ଖବର ପାଇ ସ୍ଥାନୀୟ ଦମକଳବାହିନୀ ସହ ପୋଲିସ ପହଞ୍ଚିଥିଲା । ହେଲେ ସ୍ରୋତ ଏତେ ପ୍ରଖର ଥିଲା ଯେ, ଦେଖିୁ ଦେଖୁ ଗୋଟିଏ ପରିବାରର ୧୨ ଜଣ ବୁଡ଼ିଯାଇଥିଲେ ।

Also Read: 'ଦେଶରେ Uniform Civil Code ଜରୁରୀ, କେନ୍ଦ୍ର ସରକାର ନିଅନ୍ତୁ ପଦକ୍ଷେପ'

ଘଟଣାର ପ୍ରଚାର ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ବରିଷ୍ଠ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଏବେ ଏବେ ମିଳିଥିବା ଖବରନୁସାରେ, ଗୁପ୍ତାର ଘାଟରେ ପୋଲିସ (Police) ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି । ଅନ୍ୟପଟେ ଦରକାର ପଡ଼ିଲେ ଏନଡିଆରଏଫ (NDRF) ଟିମ ର ସାହାଯ୍ୟ ନିଆଯାଇପାରେ ବୋଲି ସୂଚନା ମିଳିଛି ।