• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
  • ଦିନକ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି କରୋନା ଟିକାକରଣ
  • ରାଜଧାନୀର କିଡନୀ କେଳେଙ୍କାରୀ ମାମଲାରେ ଘରୋଇ ହସ୍ପିଟାଲର କର୍ମଚାରୀ
  • କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି
  • କୋଲକାତାରେ ହଙ୍ଗାମା, ବିଜେପି ରାଲିରେ ପଥରମାଡ
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ

ମନ୍ଦିର ପରେ ରାମଙ୍କ ନାଁରେ ନାମିତ ହେବ ଅଯୋଧ୍ୟା ବିମାନବନ୍ଦର

ରାମ ମନ୍ଦିର ନିର୍ମାଣ ପରେ ଏଠାରେ ଜାତୀୟ ତଥା ଆନ୍ତର୍ଜାତୀୟ ଭକ୍ତ ତଥା ପର୍ଯ୍ୟଟକଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିବ। ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ଉତ୍ତର ପ୍ରଦେଶ  ସରକାର ଯୋଜନା କରିଛନ୍ତି।

ମନ୍ଦିର ପରେ ରାମଙ୍କ ନାଁରେ ନାମିତ ହେବ ଅଯୋଧ୍ୟା ବିମାନବନ୍ଦର

ଜିନୁ ଜେନା,ନୂଆଦିଲ୍ଲୀ: ଅଯୋଧ୍ୟା ବିମାନବନ୍ଦରର (Ayodhay Air Port)ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ (Lord Ram)ନାମରେ ରଖାଯିବ। ଏହା ସହିତ ବିମାନବନ୍ଦର ମଧ୍ୟ ଆନ୍ତର୍ଜାତୀୟ ମାନକ ହେବ। ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାର (CM Yogi)ନାମ ବଦଳାଇବା ଏବଂ ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଡିସେମ୍ବର ୨୦୨୧ ସୁଦ୍ଧା ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି। 

ରାମ ମନ୍ଦିର (Ayodhya Ram Mandir)ନିର୍ମାଣ ପରେ ଏଠାରେ ଜାତୀୟ ତଥା ଆନ୍ତର୍ଜାତୀୟ ଭକ୍ତ ତଥା ପର୍ଯ୍ୟଟକଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିବ। ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ଉତ୍ତର ପ୍ରଦେଶ  ସରକାର ଯୋଜନା କରିଛନ୍ତି। ସୂଚନାଯୋଗ୍ୟ ଗତ ଏପ୍ରିଲ୍ ୨୦୧୭ ସୁଦ୍ଧା ଅଯୋଧ୍ୟା ବିମାନବନ୍ଦରକୁ ଦୁଇଟି ପର୍ଯ୍ୟାୟରେ ବିକଶିତ କରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ଟେକ୍ନୋ-ଅର୍ଥନୈତିକ ସର୍ଭେରେ ପ୍ରଥମ ପର୍ଯ୍ୟାୟ ATR-୭୨ ବିମାନ ପାଇଁ ବିକଶିତ ହେବ। ରନୱେର ଲମ୍ବ ୧୬୮୦ ମିଟର ରଖାଯିବ। 

ଦ୍ୱିତୀୟ ପର୍ଯ୍ୟାୟ ଥିଲା A-୩୨୧, ୨୦୦ ଆସନ ବିଶିଷ୍ଟ ବିମାନ ଚଳାଇବା ପାଇଁ ବିମାନବନ୍ଦରର ବିକଶିତ କରିବା। ଏଥିରେ ରନୱେର ଲମ୍ବ ୨୩୦୦ ମିଟର ଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ବିମାନବନ୍ଦରକୁ ବୋଇଂ-୭୭୭ ବିମାନ ପାଇଁ ଯୋଗ୍ୟ କରିବାକୁ ଏବଂ ଏହାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଥିଲେ। ଏହା ପରେ ଗତ ବର୍ଷ ମେ ୫ ତାରିଖରେ ଏନେଇ ସର୍ଭେ କରିବା ପରେ ଭାରତର ବିମାନ ବନ୍ଦର ପ୍ରାଧିକରଣ ସଂଶୋଧିତ ରିପୋର୍ଟ ଦାଖଲ କରିଥିଲା।

ସଂଶୋଧିତ ରିପୋର୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଏ-୩୨୧ ବିମାନ ଚଳାଚଳ ପାଇଁ ୪୬୩.୧୦ ଏକର ଜମି ଆବଶ୍ୟକ ହେବ। ରନୱେର ଲମ୍ବ ୩୧୨୫ ମିଟର ଏବଂ ପ୍ରସ୍ଥ ୪୫ ମିଟର ହେବ। ଦ୍ୱିତୀୟ ପର୍ଯ୍ୟାୟରେ ବୋଇଂ ୭୭୭ ପରି ବୃହତ ବିମାନ ଚଳାଇବା ପାଇଁ ଅତିରିକ୍ତ ୧୨୨ ଏକର ଆବଶ୍ୟକ ହେବ। ରନୱେର ଲମ୍ବ ୩୭୫୦ ମିଟର ଏବଂ ପ୍ରସ୍ଥ ୪୫ ମିଟର ହେବ। ଏହା ସହିତ ବିମାନବନ୍ଦରର କାର୍ଯ୍ୟ, ସୁରକ୍ଷା ସହ ଜଡିତ କର୍ମଚାରୀଙ୍କ ଆବାସିକ କ୍ଷେତ୍ର ପାଇଁ ପ୍ରାୟ ୧୫ ଏକର ଜମି ଆବଶ୍ୟକ ଥିଲା।

ଏପରି ବିମାନବନ୍ଦରରେ ସମୁଦାୟ ୬୦୦ ଏକର ଆବଶ୍ୟକ ହେବ। ଅଯୋଧ୍ୟାରେ ନିର୍ମିତ ଏହି ବିମାନବନ୍ଦର ବର୍ତ୍ତମାନ ଅନ୍ତର୍ଜାତୀୟ ମାନ୍ୟତା ପାଇନାହିଁ ହେଲେ ଆନ୍ତର୍ଜାତୀୟ ବିମାନବନ୍ଦର ମାନକ ଅନୁଯାୟୀ ରାଜ୍ୟ ସରକାର ଏହାକୁ ପ୍ରସ୍ତୁତ କରୁଛନ୍ତି। ଯେଉଁଥି ପାଇଁ କୁଶୀନଗର ବିମାନ ବନ୍ଦର ପରି ବିମାନର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏହା ଅନ୍ତର୍ଜାତୀୟ ବିମାନବନ୍ଦରର ମାନ୍ୟତା ମଧ୍ୟ ପାଇଥାଏ। ପୂର୍ବରୁ ୨୦୧୮ରେ ଆହ୍ଲାବାଦର ନାଁ ବଦଳାଯାଇ ପ୍ରୟାଗରାଜ କରାଯାଇଥିଲା, ଫୈଜାବାଦ ଜିଲ୍ଲାର ଅଯୋଧ୍ୟା ଏବଂ ମୁଗଲସରାୟର ନାଁ ବଦଳାଇ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ନଗର ନାଁରେ ନାମିତ ହୋଇସାରିଛି। ଆଗକୁ ଘାଘରା ନଦୀକୁ ମଧ୍ୟ ସରାୟୁ ନଦୀରେ ନାମିତ କରିବା ପାଇଁ ଯୋଗୀ ସରକାରଙ୍କ ଯୋଜନା ରହିଛି।