Advertisement
Article Detail0/zeeodisha/odisha2744164
Zee OdishaOdisha National-InternationalBaba Amarnath: ଦର୍ଶନ କରନ୍ତୁ ବାବା ଅମରନାଥ ଶିବଲିଙ୍ଗ ଚଳିତ ବର୍ଷର ପ୍ରଥମ ଫଟୋ

Baba Amarnath: ଦର୍ଶନ କରନ୍ତୁ ବାବା ଅମରନାଥ ଶିବଲିଙ୍ଗ ଚଳିତ ବର୍ଷର ପ୍ରଥମ ଫଟୋ

Baba Amarnath: ପହଲଗାମ ପର୍ଯ୍ୟଟକଙ୍କୁ ଆକ୍ରମଣ ପରେ ମଧ୍ୟ ଅମରନାଥ ଯାତ୍ରା ପାଇଁ ଭକ୍ତଙ୍କ ଉତ୍ସାହରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଥିବା ମଧ୍ୟରେ ମଧ୍ୟ ଶ୍ରଦ୍ଧାଳୁମାନେ ପଞ୍ଜୀକରଣ ଜାରି ରଖିଛନ୍ତି।

Baba Amarnath: ଦର୍ଶନ କରନ୍ତୁ ବାବା ଅମରନାଥ ଶିବଲିଙ୍ଗ ଚଳିତ ବର୍ଷର ପ୍ରଥମ ଫଟୋ

Baba Amarnath: ଯେଉଁ ମୁହୂର୍ତ୍ତ ପାଇଁ ଲକ୍ଷ ଲକ୍ଷ ଭକ୍ତ ଉତ୍ସାହର ସହିତ ଅପେକ୍ଷା କରିଥିଲେ ତାହା ଆଜି ଶେଷ ହୋଇଛି। ବାବା ଅମରନାଥ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଯଦିଓ ଅମରନାଥ ଯାତ୍ରା ଆନୁଷ୍ଠାନିକ ଆରମ୍ଭ ପାଇଁ ପ୍ରାୟ ୨ ମାସ ବାକି ଅଛି, କିନ୍ତୁ କିଛି ଭକ୍ତ ସେ ସମୟ ପୂର୍ବରୁ ପବିତ୍ର ଗୁମ୍ଫାରେ ପହଞ୍ଚି ପାରିଛନ୍ତି। ଜଣେ ଭକ୍ତ ବାବା ଅମରନାଥ ଶିବଲିଙ୍ଗର ଏହି ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ପଞ୍ଜାବର ଜଣେ ଭକ୍ତ କିଛି ଦିନ ପୂର୍ବରୁ ଗୁମ୍ଫା ଦର୍ଶନ କରିବାକୁ ଯାଇଥିଲେ। ଆପଣଙ୍କୁ କହିରଖୁଛୁ ଯେ, ଆନୁଷ୍ଠାନିକ ଭାବରେ କୌଣସି ବୋର୍ଡ ଅଧିକାରୀ କିମ୍ବା ସୁରକ୍ଷା କର୍ମଚାରୀ ଏପର୍ଯ୍ୟନ୍ତ ଗୁମ୍ଫାରେ ପହଞ୍ଚି ପାରିନାହାଁନ୍ତି। ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଯାତ୍ରା ରୁଟରେ ବର୍ତ୍ତମାନ ବରଫ ସଫା କରିବା କାମ ଆରମ୍ଭ ହୋଇଛି। ରାସ୍ତାରୁ ବରଫ କାଟିବା ଏବଂ ଭକ୍ତଙ୍କ ଯାତାୟତ ପାଇଁ ଟ୍ରାକକୁ ଉପଯୁକ୍ତ କରିବା କାମ ଆରମ୍ଭ ହୋଇଛି । ଉଭୟ ରୁଟ୍ - ବାଲତାଲ ଏବଂ ଚନ୍ଦନୱାଡିରୁ କାମ ଆରମ୍ଭ ହୋଇଛି। ଯାତ୍ରା ଆରମ୍ଭ ହେବା ପୂର୍ବରୁ ରାସ୍ତା ତିଆରି କାମ ଶେଷ ହୋଇପାରିବ ବୋଲି ବିଶ୍ୱାସ ରହିଛି। କିନ୍ତୁ ସମଗ୍ର ରୁଟରେ ପ୍ରବଳ ତୁଷାରପାତ କାରଣରୁ ଏହି କାମରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି ।

ଆପଣଙ୍କୁ କହିରଖୁଛୁ ଯେ, ପହଲଗାମ ପର୍ଯ୍ୟଟକଙ୍କୁ ଆକ୍ରମଣ ପରେ ମଧ୍ୟ ଅମରନାଥ ଯାତ୍ରା ପାଇଁ ଭକ୍ତଙ୍କ ଉତ୍ସାହରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଥିବା ମଧ୍ୟରେ ମଧ୍ୟ ଶ୍ରଦ୍ଧାଳୁମାନେ ପଞ୍ଜୀକରଣ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରା ପାଇଁ ମୋଟ ୩ ଲକ୍ଷ ୬୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ପଞ୍ଜିକରଣ କରିସାରିଛନ୍ତି । ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି। ଚଳିତ ବର୍ଷ (୨୦୨୫)ର ଅମରନାଥ ଯାତ୍ରା ଜୁଲାଇ ୩ ରେ ଆରମ୍ଭ ହେବାକୁ ଯାଉଛି ଏବଂ ଅଗଷ୍ଟ ୧୯ ତାରିଖ ତଥା ରକ୍ଷା ବନ୍ଧନ ଦିନ ଏହି ଯାତ୍ରା ଶେଷ ହେବ। ପହଲଗାମ ଆକ୍ରମଣ ପରେ, ଅମରନାଥ ଯାତ୍ରା ପାଇଁ ନୂଆ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯେପରି ଭକ୍ତମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।

Add Zee News as a Preferred Source

Also Read- ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ଅନ୍ତଃ-ଚିକିତ୍ସା ସେବା ଓ ଟ୍ରମା କେୟାର

Also Read- Shani Margi: ବୃହସ୍ପତିଙ୍କ ରାଶିରେ ଶନିଙ୍କ ସିଧା ଚଳନ, ୩ ରାଶିରେ ଶୁଭ ପ୍ରଭାବ

About the Author