ବାବା ରାମଦେବଙ୍କୁ ବଡ଼ ଝଟକା ଦେଲା WHO! କହିଲା-ଆମେ ଏପରି କୌଣସି ଔଷଧକୁ...

ପତଞ୍ଜଳିର ଦାବି ଉପରେ WHO ବର୍ତ୍ତମାନ କହିଛି ଯେ କୋଭିଡ-19 (COVID-19) ର ଚିକିତ୍ସା ପାଇଁ ସେ କୌଣସି ପାରମ୍ପାରିକ ଔଷଧର ସମୀକ୍ଷା କିମ୍ବା ପ୍ରମାଣପତ୍ର ଦେଇନାହିଁ । WHO ଏହା ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛି ।

ବାବା ରାମଦେବଙ୍କୁ ବଡ଼ ଝଟକା ଦେଲା WHO! କହିଲା-ଆମେ ଏପରି କୌଣସି ଔଷଧକୁ...

ନୂଆଦିଲ୍ଲୀ: ବାବା ରାମଦେବ (Baba Ramdev) ଙ୍କ ପତଞ୍ଜଳି ଆୟୁର୍ବେଦ (Patanjali Ayurved) ପୁଣି ଥରେ ଚର୍ଚ୍ଚାରେ ଅଛି । ଶୁକ୍ରବାର ଅର୍ଥାତ ଫେବୃଆରୀ ୧୯  ପତଞ୍ଜଳି ଆୟୁର୍ବେଦ କୋରୋନା ଔଷଧ କୋରୋନିଲ (Coronil) ଲଞ୍ଚ କରିଥିଲା । ବାବା ରାମଦେବ ଏହି ଔଷଧର ଲଞ୍ଚ ସମୟରେ ଦାବି କରିଥିଲେ ଯେ, ଏହା ଭାରତ ସରକାର ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରୁ ମାନ୍ୟତା ମିଳିଛି । କିନ୍ତୁ WHO ର ଜବାବ ବାବା ରାମଦେବଙ୍କୁ ନିରାଶ କରିପାରେ ।

ଅଧିକ ପଢ଼ନ୍ତୁ:-କୃଷି ଆଇନ ଉପରେ ଭାଷଣ ଦେବା ପରେ କୃଷକ ନେତା କହିଲେ-'ବିଦାୟ! ମୋର ସମୟ ଶେଷ ହେଲା...ଆଉ ଚାଲିଗଲା ଜୀବନ

ପତଞ୍ଜଳିର ଦାବି ଉପରେ WHO ବର୍ତ୍ତମାନ କହିଛି ଯେ କୋଭିଡ-19 (COVID-19) ର ଚିକିତ୍ସା ପାଇଁ ସେ କୌଣସି ପାରମ୍ପାରିକ ଔଷଧର ସମୀକ୍ଷା କିମ୍ବା ପ୍ରମାଣପତ୍ର ଦେଇନାହିଁ । WHO ଏହା ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛି । ଶୁକ୍ରବାର WHO ଏକ ଟ୍ୱିଟ୍ ମାଧ୍ୟମରେ ଏହି ସ୍ପଷ୍ଟୀକରଣ ମାଗିଛି, ଯଦିଓ WHO ଏଥିରେ ପତଞ୍ଜଳିର କୋରୋନିଲ (Coronil) ର ନାମ ନେଇନାହିଁ ।

ଅଧିକ ପଢ଼ନ୍ତୁ:-ଭାଙ୍ଗିଲା କଂଗ୍ରେସ ସରକାର, ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିଲେ ନାହିଁ ନାରାୟଣସାମୀ

WHO ର ସ୍ପଷ୍ଟୀକରଣ ବାବା ରାମଦେବ (Baba Ramdev) ଙ୍କ ସେହି ଦାବି ପରେ ଆସିଛି, ଯେତେବେଳେ ସେ କୋରୋନିଲ ଔଷଧ ଲଞ୍ଚ କରି କହିଥିଲେ ଯେ, ଏହି ଔଷଧକୁ ଭାରତ ସରକାର ଏବଂ WHO ର ଅନୁମୋଦନ ମିଳିଛି । ରାମଦେବ ଏହା ମଧ୍ୟ ଦାବି କରିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ କୋରୋନାକୁ ନିୟନ୍ତ୍ରଣ କରିବାରେ 'କୋରୋନିଲ' (Coronil) ଅତ୍ୟନ୍ତ ପ୍ରଭାବଶାଳୀ ।