କୋରୋନା ମୁକାବିଲା ପାଇଁ ବାବା ରାମଦେବ ଦେବେ ୨୫ କୋଟି
Advertisement

କୋରୋନା ମୁକାବିଲା ପାଇଁ ବାବା ରାମଦେବ ଦେବେ ୨୫ କୋଟି

କୋରୋନା ମୁକାବିଲା ପାଇଁ ରାମଦେବଙ୍କ ପତଞ୍ଜଳି ୨୫ କୋଟି ଟଙ୍କା ଦେବ ।

କୋରୋନା ମୁକାବିଲା ପାଇଁ ବାବା ରାମଦେବ ଦେବେ ୨୫ କୋଟି

ନୂଆଦିଲ୍ଲୀ: କୋରୋନା ଭୂତାଣୁ ବର୍ତ୍ତମାନ ସମୟରେ ଦେଶ ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଏହାର ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରୁ ସହାୟତାର ସୁଅ ମଧ୍ୟ ଛୁଟୁଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦେଶର ସବୁଠାରୁ ଧନୀ ବ୍ୟକ୍ତି ସମସ୍ତେ କୋରୋନା ମୁକାବିଲା ପାଇଁ କରୁଛନ୍ତି ଦାନ ।  ଆଉ ଏଥିରେ ସାମିଲ ହୋଇଛି ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ । କୋରୋନା ମୁକାବିଲା ପାଇଁ ରାମଦେବଙ୍କ ପତଞ୍ଜଳି ୨୫ କୋଟି ଟଙ୍କା ଦେବ ।

ଏହି ଟଙ୍କା PM CARES Fundକୁ ଦେବାକୁ ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାବା ରାମଦେବ ଏହାର ଘୋଷଣା କରିଛନ୍ତି । ଆଜି ଗଣମାଧ୍ୟମ ଆଗରେ ବାବା ରାମଦେବ କୋରୋନା ମୁକାବିଲା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଇଁ ଅପିଲ କରିଛନ୍ତି । ନିଜର ସୁରକ୍ଷା ସହ ଅନ୍ୟକୁ ବଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ରାମଦେବ । ସେହିପରି ଏଭଳି ସମୟରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କୋରୋନା ମୁକାବିଲା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ରଷ୍ଟ(PM CARES Fund) ପ୍ରତିଷ୍ଠା କରିଛନ୍ତି । ଯେଉଁଠି ଦେଶର ନାଗରିକ, କର୍ପୋରେଟ, ବିଭିନ୍ନ ସଙ୍ଗଠନ ଏବଂ ଅନ୍ୟ କେହି ମଧ୍ୟ ରିଲିଫ୍ ଅର୍ଥ ପ୍ରଦାନ କରିପାରିବେ । ତେବେ ଏହା ଗଠନ ହେବା ପରଠୁ ବିଭିନ୍ନ କ୍ଷେତ୍ରରୁ ସହାୟତାର ସୁଅ ଛୁଟୁଛି ।