ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଯାଇ ପ୍ରେମିକ ହଟହଟା
Advertisement
Article Detail0/zeeodisha/odisha838572

ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଯାଇ ପ୍ରେମିକ ହଟହଟା

ପ୍ରେମିକାଙ୍କ ପରିବାର ଲୋକ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରୁନଥିବାରୁ ଏଭଳି ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଇଥିଲେ। 

ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଯାଇ ପ୍ରେମିକ ହଟହଟା

ମୋନିକା ମହାନ୍ତି, ନୂଆଦିଲ୍ଲୀ: ପ୍ରେମ ପାଇଁ ଜଣେ ପ୍ରେମିକ କିମ୍ବା ପ୍ରେମିକା କିଛି ମଧ୍ୟ କରିପାରନ୍ତି। ଦୂରରେ ହେଉ ଅଥବା ପାଖରେ ପରସ୍ପର ପରସ୍ପରକୁ ଭେଟିବା ସମୟ ସମୟରେ ବିଭିନ୍ନ ପ୍ରକାର ବାହାନାବାଜି କରିବାକୁ ପଛାଇନଥାନ୍ତି। ପ୍ରେମିକର ବାବାବତାର। ଏ କଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ହେଲେ ଏହା ସତ୍ୟ। 

ପ୍ରେମରେ ବିଫଳ ହେବାରୁ ଜଣେ ପ୍ରେମିକ ଜଣକ ବାବା ବନିଯାଇଛନ୍ତି। ଆଉ ଏଭଳି ଅବତାର ପଛରେ ଯେଉଁ ଅସଲ କାରଣ ଅଛି ତାହା ବେଶ୍ ରୋମାଞ୍ଚକ। ଏ ଘଟଣାରେ ଭାଇରାଲ ହୋଇଥିବା ଭିଡିଓରେ ଦେଖୁଥିବା ଦୃଶ୍ୟଟି ହେଉଛି ଗୋଟିଏ ଜନଗହଳିର। ଆଉ ସେହି ଭିଡରେ ସାମିଲ ଲୋକେ ଜଣେ ଯୁବକଙ୍କୁ ଘେରି ରହିଛନ୍ତି। ତାକୁ ଧରିବା ପରେ ପୋଲିସକୁ ଡାକିଛନ୍ତି। ପିଲା ଚୋର ସନ୍ଦେହରେ ଘଟିଛି ଏହି ଘଟଣା। 

Also Read: ରାସ୍ତାକଡରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଜଣେ ଯୁବକଙ୍କ ବାବା ଅବତାରକୁ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରି ତାଙ୍କୁ ମାଡି ବସିଥିଲେ। ଏହା ପଛରେ ଥିବା ରହସ୍ୟ ହେଉଛି ବାବା ବେଶରେ ଆସି ନିଜ ପ୍ରେମିକାକୁ ଦେଖା କରିବାକୁ ଆସିଥିଲେ ଏହି ପ୍ରେମିକ ଜଣକ। ଆଉ ସେହି ବାବା ବେଶ ତାଙ୍କୁ ଅକଳରେ ପକାଇ ଦେଲା। ସେହି ଯୁବକଙ୍କୁ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମାରେ ଦେଇଥିଲେ। ଖୋଳତାଡ ପରେ ଜଣାପଡ଼ିଛି ସମ୍ପୃକ୍ତ ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଯୁକ୍ତ ଦୁଇ କଲେଜ ଛାତ୍ର। ପ୍ରେମିକାଙ୍କ ପରିବାର ଲୋକ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରୁନଥିବାରୁ ଏଭଳି ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଇଥିଲେ। 

 

ବାବାଜୀ ବେଶରେ ପ୍ରେମିକାକୁ ଭେଟିବାକୁ ଆସି ହଟହଟା ହୋଇଛନ୍ତି ପ୍ରେମିକ। ଯାଜପୁର ରୋଡ ଫେରୋକ୍ରୋମ ଗେଟ୍ କଲୋନୀ ଅଞ୍ଚଳରେ ଘଟିଛି ଏଭଳି ଏକ ଚମତ୍କାର ଘଟଣା।। ବାବାଜୀ ବେଶରେ ଆସିଥିବା ଯୁବକ ଏବେ ଥାନାରେ ଅଟକ ଅଛନ୍ତି। 

 

;