ଭାରତକୁ ବଡ ଅଫର ଦେଲା ବାଂଲାଦେଶ; ଚୀନକୁ ମିଳିବ ବଡ ଜବାବ
Advertisement

ଭାରତକୁ ବଡ ଅଫର ଦେଲା ବାଂଲାଦେଶ; ଚୀନକୁ ମିଳିବ ବଡ ଜବାବ

ଭାରତ ସଦା ସର୍ବଦା ଚେଷ୍ଟା କରୁଛି ଯେ ଦେଶର ପୂର୍ବୋତ୍ତର ଭାଗକୁ ଯୋଡୁଥିବା ସିଲିଗୁଡ଼ି କରିଡର ରାସ୍ତାର ବିକଳ୍ପ ରାସ୍ତା କିପରି ମିଳିବ।

ଫଟୋ ସୌଜନ୍ୟ: Twitter@DrSJaishankar

ଚୀନ ପାଖରେ ଭାରତର ବଡ ଦୁର୍ବଳତା ହେଲା ନିଜର ଭୂଖଣ୍ଡ, ଯେଉଁ ଭୂଖଣ୍ଡର ନାଁ ହେଲା ଚିକେନ ନେକ। ଯାହାକୁ ନେଇ ଭାରତ ସଦା ସର୍ବଦା ଚିନ୍ତିତ। କାରଣ ଏହି ଭୂଖଣ୍ଡ ମାତ୍ର ୨୦-୨୫ କିମି ମଧ୍ୟରେ ସୀମିତ। ଯାହାକି ସମ୍ପୂର୍ଣ ପୂର୍ବୋତ୍ତର ଭାରତକୁ ସଂଯୋଗ କରିଥାଏ। ଏହି ରାସ୍ତାରେ ଭାରତ ଅର୍ଥନୈତିକ କାରବାର ସହିତ ଗମନା ଗମନ ସହ ଭାରତ-ଚୀନ ସୀମାକୁ ଯୋଗାଯୋଗ ପାଇଁ ମୁଖ୍ୟତ ନିର୍ଭର କରିଥାଏ। ଯଦି ଭବିଷ୍ୟତରେ ଭାରତ-ଚୀନ ଯୁଦ୍ଧ ହୁଏ ଏବଂ କୌଣସି କାରଣରୁ ଏହା ଯଦି ଚୀନ ଦଖଲକୁ ଚାଲି ଯାଏ ତାହଲେ ଦେଶର ମୂଳ ଭୂଖଣ୍ଡରୁ ସମୂର୍ଣ୍ଣ ଅଲଗା ହୋଇଯିବ ପୂର୍ବୋତ୍ତର ଭାରତ। ଏହି ଚିକେନ ନେକ କରିଡର ସୁରକ୍ଷା କ୍ଷେତ୍ରରେ ଭାରତ ଲାଗି ଏକ ବଡ ଦୁର୍ବଳତା କହିଲେ ଅତ୍ୟୁକ୍ତି ହେବ ନାହିଁ। 

ସୁତରାଂ ବିଶେଷଣଜ୍ଞ ମାନେ କୁହନ୍ତି ଯେ, ଭାରତ ସମସ୍ତ କ୍ଷେତ୍ରରେ ଚୀନକୁ ପଛକୁ ଠେଲି ଦେବ ହେଲେ ସାମରିକ ଦୃଷ୍ଟିକୋଣରୁ ଚିକେନ ନେକ ଭଳି ସ୍ଥାକୁ ଯଦି ଚୀନ ଅକ୍ତିଆର କରିଦିଏ ତାହେଲେ ଭାରତ ଚୀନ ପାଖରେ ସମ୍ପୂର୍ଣ ଭାବେ ଆତ୍ମସମର୍ପଣ କରିବା ଅବସ୍ଥାକୁ ଆସିଯିବ। ଭାରତ ସଦା ସର୍ବଦା ଚେଷ୍ଟା କରୁଛି ଯେ ଦେଶର ପୂର୍ବୋତ୍ତର ଭାଗକୁ ଯୋଡୁଥିବା ସିଲିଗୁଡ଼ି କରିଡର ରାସ୍ତାର ବିକଳ୍ପ ରାସ୍ତା କିପରି ମିଳିବ। 

ଏହି ବିକଳ୍ପକୁ ଆଖିରେ ରେ ରଖି ଭାରତ ମିଆଁମାର  ଶିତେୱ ବନ୍ଦରକୁ ଉନ୍ନତିକରଣ କରିବା ପାଇଁ ନିକଟରେ ଏକ ଡିଲ କରିଥିବା କୁହାଯାଏ। ଯାହାକି ଭାରତକୁ ସିଲିଗୁଡ଼ି କରିଡରରେ ଜିନିଷପତ୍ର ଯାତାୟାତ ପାଇଁ ହେଉଥିବା ଖର୍ଚ୍ଚକୁ  ଅନେକ ମାତ୍ରାରେ କମାଇଦେବ। କୁହାଯାଏ ଭାରତରେ ନିର୍ମିତ ପଚାଶ ଭାଗ ଅସ୍ତ୍ରଶସ୍ତ୍ର ମିଆଁମାର ଆମଦାନୀ କରିଥାଏ। ଭାରତ, ଚୀନ, ପାକିସ୍ତାନ ଭଳି ମିଆଁମାର ବାଂଲାଦେଶ ସମ୍ପର୍କରେ ମଧ୍ୟ ସର୍ବଦା ତିକ୍ତତା ଥାଏ। ଏହି ପରିସ୍ଥିତିରେ ବାଂଲାଦେଶ ମଧ୍ୟ ସୁଯୋଗକୁ ହାତଛଡା ନକରି ଭାରତ ପାଇଁ ଦେଇଛି ଏକ ବଡ଼ ଅଫର।

ସୁତରାଂ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ବାଂଲାଦେଶ ଗସ୍ତ ସମୟରେ ବାଂଲାଦେଶ ଭାରତକୁ ଦେଲା ଏକ ବଡ ଅଫର। ଯେଉଁଥିରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଚିଟ୍ଟାଗଞ୍ଜ ବନ୍ଦରକୁ ଭାରତ ବ୍ୟବହାର କରିବା ପାଇଁ କରିଦେଲେ ବଡ ଘୋଷଣା। ଯାହାକି ଭାରତ ପାଇଁ ଏକ ବଡ ବରଦାନ ସାବ୍ୟସ୍ତ ହେବ। ସୁତରାଂ ଏଥିରେ ପୂର୍ବୋତ୍ତର ଭାରତକୁ ଯୋଗାଯୋଗ ଆହୁରି ସୁବିଧା ହୋଇଯିବ। ଏଥିରେ ବାଂଲାଦେଶ ସହିତ ବ୍ୟବସାୟିକ ସମ୍ପର୍କ ଓ  ଯୋଗାଯୋଗ ସଦୃଢ଼ ହୋଇଯିବ। ଯାହାକି ପୂର୍ବୋତ୍ତର ଭାରତର ବିକାଶର ରାସ୍ତା ଖୋଲିବାରେ ସହାୟକ ହେବ। ଅନ୍ୟପକ୍ଷରେ ଏହା ଚୀନକୁ ଏକ ବଡ ଜବାବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।