ମେ'ରେ ଆଉ ୭ ଦିନ ବନ୍ଦ ରହିବ ବ୍ୟାଙ୍କ, କୋରୋନା କାଳରେ ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଏହି ଲିଷ୍ଟ୍

କୋରୋନାର ଦ୍ୱିତୀୟ ଲହର (Second wave of coronavirus) ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆଜିକାଲି ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍  (Internet Banking) ବ୍ୟବହାର କରିବାକୁ ଉତ୍ସାହିତ କରୁଛନ୍ତି, ତଥାପି ବ୍ୟାଙ୍କ ସହିତ ଜଡ

ମେ'ରେ ଆଉ ୭ ଦିନ ବନ୍ଦ ରହିବ ବ୍ୟାଙ୍କ, କୋରୋନା କାଳରେ ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଏହି ଲିଷ୍ଟ୍

ନୂଆଦିଲ୍ଲୀ: କୋରୋନାର ଦ୍ୱିତୀୟ ଲହର (Second wave of coronavirus) ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆଜିକାଲି ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍  (Internet Banking) ବ୍ୟବହାର କରିବାକୁ ଉତ୍ସାହିତ କରୁଛନ୍ତି, ତଥାପି ବ୍ୟାଙ୍କ ସହିତ ଜଡିତ କିଛି କାର୍ଯ୍ୟ କରିବା ପାଇଁ ସେମାନଙ୍କ ବ୍ୟାଙ୍କ ଶାଖା (Bank Branch) ଯିବାକୁ ଆବଶ୍ୟକ ହୋଇପାରେ । ଏଭଳି ପରିସ୍ଥିତିରେ ବ୍ୟାଙ୍କକୁ ଯିବା ପୂର୍ବରୁ ଜାଣିବା ଜରୁରୀ ଯେ କେଉଁ ତାରିଖରେ ବ୍ୟାଙ୍କ ଛୁଟି ଅଛି (Bank Holidays) ଅର୍ଥାତ୍ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ  (RBI) ଦ୍ୱାରା ପ୍ରଦାନ କରାଯାଇଥିବା ଛୁଟିଦିନ ଅନୁଯାୟୀ ମେ ମାସରେ କିଛି ବିଶେଷ ଅବସରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଅଧିକ ପଢ଼ନ୍ତୁ:-ଜୁନ ୨୩ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ!

ସମସ୍ତ ରାଜ୍ୟ ପାଇଁ ଅଲଗା ଅଲଗା ନିୟମ 

RBI ୱେବସାଇଟରେ ଦିଆଯାଇଥିବା ବ୍ୟାଙ୍କ ଛୁଟି ତାଲିକା ମେ ୨୦୨୧ (Bank Holidays List May 2021) ଅନୁଯାୟୀ, ମୋଟ ୧୨ଟି ଛୁଟି ରହିଛି ଅର୍ଥାତ ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ସାପ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି । ତଥାପି, କିଛି ଛୁଟି ପୂର୍ବରୁ ହୋଇସାରିଛି । ୭ଟି ଛୁଟି ଏପର୍ଯ୍ୟନ୍ତ ରହିଛି, ଅର୍ଥାତ ଆଗାମୀ ଦିନରେ ବ୍ୟାଙ୍କଗୁଡିକ ୭ ଦିନ ବନ୍ଦ ରହିବ । ଆସନ୍ତୁ ଜାଣିବା ଆରବିଆଇ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକାରେ କିଛି ଛୁଟିଦିନ ଅଛି ଯାହା କେବଳ ସ୍ଥାନୀୟ ରାଜ୍ୟ ସ୍ତରରେ ପ୍ରଭାବଶାଳୀ ଅଟେ । ଏହି ଛୁଟି ସବୁ ରାଜ୍ୟରେ ଲାଗୁ ହେବ ନାହିଁ କାରଣ ସମଗ୍ର ଦେଶରେ କିଛି ପର୍ବ କିମ୍ବା ଉତ୍ସବ ଏକାଠି ପାଳନ କରାଯାଏ ନାହିଁ ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ବ୍ୟାଙ୍କ ଛୁଟିଦିନର ତାଲିକା ଏଠାରେ ଦେଖନ୍ତୁ-

<< ମେ ୧୩ : ରମଜାନ୍ ଇଦ୍ (ଇଦ୍-ଉଲ୍-ଫିତର) । ଏହି ଦିନ ବେଲାପୁର, ଜାମ୍ମୁ, କୋଚି, ମୁମ୍ବାଇ, ନାଗପୁର, ଶ୍ରୀନଗର, ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ ।

<< ମେ ୧୪: ଭଗବାନ ଶ୍ରୀ ପର୍ଶୁରାମ ଜୟନ୍ତୀ / ରମଜାନ ଇଦ୍ (ଇଦ୍-ଉଲ୍-ଫିତର) / ବସଭା ଜୟନ୍ତୀ / ଅକ୍ଷୟ ତୃତୀଆ (Akshaya Tritiya 2021) ଏହି ଦିନ ବେଲାପୁର, ଜାମ୍ମୁ, କୋଚି, ମୁମ୍ବାଇ, ନାଗପୁର, ଶ୍ରୀନଗର, ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ ।

<< ମେ ୧୬: ରବିବାର (ସବୁଆଡେ)

ଅଧିକ ପଢ଼ନ୍ତୁ:-ଦିନକରେ ୩ ଲକ୍ଷ ୬୬ ହଜାର ନୂତନ ମାମଲା ଚିହ୍ନଟ, ୩୭୫୪ ମୃତ୍ୟୁ

<< ମେ ୨୨: ଚତୁର୍ଥ ଶନିବାର (ସବୁଆଡେ)

<< ମେ ୨୩: ରବିବାର (ସବୁଆଡେ)

<< ମେ ୨୬: ବୁଦ୍ଧ ପୂର୍ଣ୍ଣିମା । ଏହି ଦିନ ଅଗରତାଲା, ବେଲାପୁର, ଭୋପାଳ, ଚଣ୍ଡିଗଡ଼, ଦେହରାଡୁନ୍, ଜାମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶିମଲା, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

<< ମେ ୩୦: ରବିବାର (ସବୁଆଡେ)