)
ନୂଆଦିଲ୍ଲୀ: ଭାରତରେ କୋରୋନା (Coronavirus) ମୁକାବିଲା ପାଇଁ ଲାଗୁ କରାଯାଇଥିବା ଲକଡାଉନ୍ (Lockdown) ଯୋଗୁଁ ଦେଶର ଅନେକ କର୍ମଚାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଗ୍ରାର ଏକ ଚଷମା ଦୋକାନ ଚଳାଉଥିବା ଗଜେନ୍ଦ୍ର ଶର୍ମା ।
କଷ୍ଟ ସମୟରେ ଯେତେବେଳେ ଶର୍ମା ଋଣ କିସ୍ତି ସ୍ଥଗିତ ରଖିବା ବିଷୟରେ ଶୁଣିଲେ, ସେତେବେଳେ ସେ ନିଜ ହୋମ୍ ଲୋନକୁ ନେଇ ଶାନ୍ତିର ନିଶ୍ୱାସ ନେଇଥିଲେ ।
ତେବେ ବର୍ତ୍ତମାନ ଶର୍ମାଙ୍କ ପ୍ରାୟ ୧୦ ଲକ୍ଷ ଟଙ୍କାର ଋଣ ଭାରତର ବ୍ୟାଙ୍କଗୁଡ଼ିକୁ ଅସ୍ଥିର କରିବାର ଏକ ପ୍ରମୁଖ କାରଣ ହୋଇପାରେ । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ଏହି କାରଣରୁ ପୁଣି ଆମେରିକାକୁ ଚେତାବନୀ ଦେଲା ଚୀନ
ଆସନ୍ତୁ ଜାଣିବା ଘଟଣା କ'ଣ ?
ମାର୍ଚ୍ଚ ମାସରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଋଣ କିସ୍ତି ଆଦାୟ ସ୍ଥଗିତାଦେଶ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲା । ଯାହା କୋରୋନା ସଙ୍କଟ ସମୟରେ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବରେ ଦେଖାଯାଉଥିଲା ।
ଯଦି ଏହି ମହତ୍ୱପୂର୍ଣ୍ଣ ରିହାତି ୬ ମାସ ପାଇଁ ଦିଆଯାଇ ନଥାନ୍ତା, ତେବେ ଲୋକଙ୍କ ପାଖରୁ ନଗଦ ଟଙ୍କା ଶେଷ ହୋଇଯାଇଥାନ୍ତା, ଡିଫଲ୍ଟର୍ ହୋଇଥାନ୍ତେ ଏବଂ ବହୁ ପରିମାଣରେ ଦେବାଳିଆ ହୋଇଥାନ୍ତେ, ଯାହା ଅର୍ଥନୀତିର ଅବସ୍ଥାକୁ ଖରାପ କରିଥାନ୍ତା ଏବଂ ବୋଧହୁଏ ଏପରି ଏକ ସ୍ଥିତିରେ ପହଞ୍ଚିଥାନ୍ତା, ଯେଉଁଠାରୁ ଏହାକୁ ଆଉ ସମ୍ଭାଳିବାର କୌଣସି ସମ୍ଭାବନା ରହିନଥାନ୍ତା ।
ଯେପରି କି କୌଣସି ଜରୁରୀକାଳୀନ ପରିସ୍ଥିତିରେ ହୋଇଥାଏ । ଏହା ଅନୁମାନ କରାଯାଏ ଯେ ଯେତେବେଳେ ପରିସ୍ଥିତି ସ୍ୱାଭାବିକ ହୋଇଯିବ, ଗ୍ରାହକଙ୍କଠାରୁ ସୁଧ ଉପଯୁକ୍ତ ଉପାୟରେ ଆଦାୟ କରାଯିବ । ତେଣୁ ବକେୟା ଋଣରେ ବିଳମ୍ବିତ ସୁଧ ଯୋଡାଯିବ ବୋଲି ଭାବିବା ସ୍ୱାଭାବିକ ଥିଲା । ଏକ ଉଦାହରଣ ସ୍ୱରୂପ, ଯଦି କେହି ୧,୦୦,୦୦୦ ଟଙ୍କା ଋଣ ଉପରେ ୧୦,୦୦୦ ଟଙ୍କା ସୁଧ ଦେଇ ନାହାଁନ୍ତି, ତେବେ ତାଙ୍କର 'ନୂତନ ଋଣ' ୧,୧୦,୦୦୦ ଟଙ୍କା ହେବ । ଏବଂ ଯେତେବେଳେ ମୋରାଟୋରିୟମ ଶେଷ ହେବ, ସେତେବେଳେ ବର୍ଦ୍ଧିତ ଋଣ ଅର୍ଥାତ୍ ୧,୧୦,୦୦୦ ଟଙ୍କା ପରିଶୋଧ କରିବାକୁ ନୂତନ ପରିଶୋଧ ସୂଚୀ ପ୍ରସ୍ତୁତ କରିବ ।
ପ୍ରକାଶ ଥାଉକି, ଶର୍ମା ନିକଟରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ମାର୍ଚ୍ଚ ୨୭ର ଆରବିଆଇ ବିଜ୍ଞପ୍ତିରେ କିସ୍ତି ଆଦାୟକୁ ସ୍ଥଗିତ ରଖାଯାଇଛି, କିନ୍ତୁ ଋଣଦାତାମାନଙ୍କୁ ଏଥିରେ କୌଣସି ପ୍ରମୂଖ ଲାଭ ଦିଆଯାଇନାହିଁ । ବିଜ୍ଞପ୍ତିର ସେହି ଅଂଶକୁ ହଟାଇବା ପାଇଁ ସେ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ, ଯେଉଁଥିରେ ସ୍ଥଗିତାଦେଶ ସମୟରେ ଋଣ ରାଶି ଉପରେ ସୁଧ ଆଦାୟ କରାଯାଏ । ଏଠାରେ ପ୍ରଶ୍ନ ଉଠୁଛି, ବ୍ୟାଙ୍କଗୁଡିକ ସୁଧ ଉପରେ କିପରି ସୁଧ ଆଦାୟ କରିପାରିବେ ? ମାମଲାର ଶୁଣାଣି ସମୟରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଆହ୍ୱାନପୂର୍ଣ୍ଣ ସମୟ, ଏଭଳି ପରିସ୍ଥିତିରେ ଗୋଟିଏ ପଟେ ଋଣ କିସ୍ତି ଦେୟ ସ୍ଥଗିତ ରଖାଯାଉଛି ଏବଂ ଅନ୍ୟ ପଟେ ସୁଧ ପରେ ସୁଧ ଆଦାୟ କରାଯାଉଛି ।
ଅଧିକ ପଢ଼ନ୍ତୁ:-କେବଳ ଗୋଟିଏ ମାତ୍ର ସୁଯୋଗ, ଆଉ ଏହି ଦେଶକୁ ଦଖଲ କରିନେବ ଚୀନ
ଯେତେବେଳେ ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଲଢ଼େଇ ନେଲା ବଡ଼ ରୂପ
ଶର୍ମାଙ୍କ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି ଲଢ଼େଇରେ ୧୨୦ରୁ ଅଧିକ ଓକିଲ ଯୋଗ ଦେଇଛନ୍ତି । ଏହି ଲଢ଼େଇରେ ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ରିଅଲ୍ ଇଷ୍ଟେଟ୍ ଗ୍ରୁପ, ପାୱାର୍ ୟୁଟିଲିଟିଜ୍, ସପିଂ ମଲ୍ ପରି ଋଣ ନେଇଥିବା ବ୍ୟକ୍ତିମାନେ କହିଛନ୍ତି ଯେ, ମହାମାରୀ ସମୟରେ ସେମାନେ ଆର୍ଥିକ କ୍ଷତିଗ୍ରସ୍ତ ହୋଇଛନ୍ତି, ଏପରି ପରିସ୍ଥିତିରେ ବ୍ୟାଙ୍କକୁ କିସ୍ତି ସ୍ଥଗିତ ଅବଧିରେ ସୁଧ ଏବଂ କମ୍ପାଉଣ୍ଡ ସୁଧ ଛାଡ୍ କରିବା ଆବଶ୍ୟକ ।
ଏହି ସମୟରେ କେନ୍ଦ୍ର ସରକାର ନିକଟ ଅତୀତରେ ଲକଡାଉନ୍ ଅବଧିରେ ବ୍ୟାଙ୍କର କିସ୍ତି ପରିଶୋଧ ଉପରେ ଦିଆଯାଇଥିବା ଛୁଟ ଅବଧିରେ ଋଣ ନେଇଥିବା ବ୍ୟକ୍ତିଙ୍କୁ ସୁଧରୁ ରିହାତି, ସୁଧ ଉପରେ ସୁଧରୁ ମୁକ୍ତି ସମେତ ଅନ୍ୟାନ୍ୟ ବିଷୟ ଉପରେ ଆକଳନ କରିବା ପାଇଁ ପୂର୍ବତନ CAG ରାଜୀବ ମହର୍ଷିଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ସଦସ୍ୟଙ୍କ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା ।
ବ୍ୟାଙ୍କଗୁଡିକ କହୁଛନ୍ତି ଆମକୁ ଲାଗିପରେ ବଡ଼ ଝଟକା
ଇଂରାଜୀ ଖବରକାଗଜ ବିଜନେସ୍ ଷ୍ଟାଣ୍ଡାର୍ଡ ଅନୁଯାୟୀ, ଋଣଦାତାମାନେ ମହର୍ଷିଙ୍କ ନେତୃତ୍ୱାଧୀନ କମିଟିକୁ କହିଛନ୍ତି ଯେ 6 ମାସର ଋଣ ମୋର୍ଚ୍ଚା ସମୟରେ କମ୍ପାଉଣ୍ଡ ସୁଧ ଦେବାର ରିହାତି ଯୋଗୁଁ ବ୍ୟାଙ୍କଗୁଡିକ ପ୍ରାୟ ୧୦,୦୦୦ କୋଟି ଟଙ୍କା କ୍ଷତି ସହିବେ ।
କୋରୋନା ସଙ୍କଟ କାରଣରୁ କଠିନ ପରିସ୍ଥିତି ମଧ୍ୟରେ ଉଭୟ ଋଣଗ୍ରହୀତା ଓ ଋଣଦାତାଙ୍କର ଏହି ସମସ୍ୟା ରହିଛି । ଏଭଳି ପରିସ୍ଥିତିରେ ଏବେ ସୁପ୍ରିମକୋର୍ଟଙ୍କ ଉପରେ ନଜର ରହିଛି ।ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ରେ ହେବ ।