Advertisement
Article Detail0/zeeodisha/odisha697340
Zee OdishaOdisha National-Internationalସୀମାରେ ସଂଘର୍ଷ, ରାଜଧାନୀରେ ନିଆଁ

ସୀମାରେ ସଂଘର୍ଷ, ରାଜଧାନୀରେ ନିଆଁ

ଆଜି ଭୁବନେଶ୍ୱରରେ ଚୀନ ରାଷ୍ଟ୍ରପତି ଜିନ ପଙ୍ଗଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବାପୁଜୀ ନଗର ଚାମ୍ବର ଅଫ କମର୍ସର ସଦସ୍ୟ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଫିଙ୍ଗିଲେ, ଭାଙ୍ଗିଲେ ଆଉ ପୋଡ଼ିଲେ । ସୀମାରେ ସଂଘର୍ଷ ପରେ ଚୀନ ବିରୋଧରେ ଏମିତି ଢଙ୍ଗରେ ସ୍ୱର ଉତ୍ତୋଳନ କଲେ ଭୁବନେଶ୍ୱର ବାପୁଜୀ ନଗର ଚାମ୍ବର ଅଫ କମର୍ସର ସଦସ୍ୟ । ଚାଇନାକୁ ପାନେ ଚଖାଇବା ପାଇଁ ସମଗ୍ର ଦେଶ ଏବେ ଦାବି କରୁଛି । ଆଉ ଏହାର ପ୍ରଭାବ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି । ଚାଇନା ସାମଗ୍ରୀ ବର୍ଜନ କରିଛନ୍ତି ବ୍ୟବସାୟୀ । 

fallback

ଗତ ସୋମବାର ବିଳମ୍ବିତ ରାତିରେ ସୀମାରେ ଚାଇନା ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି କଲା, ସେନେଇ ଏବେ ସମଗ୍ର ଦେଶବାସୀ କ୍ରୋଧିତ । ଆଜି ଭୁବନେଶ୍ୱରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବାପୁଜୀ ନଗର ଚାମ୍ବର ଅଫ କମର୍ସର ସଦସ୍ୟ । ରାସ୍ତାରେ ଚାଇନା ସାମଗ୍ରୀ ମଧ୍ୟ ଜାଳି ଦେଇଛନ୍ତି । ଚାଇନା ମାଲ କିଣା ବିକା କରିବେ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ବ୍ୟବସାୟୀ । ସିଧାସଳଖ କହିବାକୁ ଗଲେ ଏବେ ଚାଇନା ସାମଗ୍ରୀ ବୟକଟ କରିବାକୁ ଦାବି ହେଉଛି । 

Add Zee News as a Preferred Source
About the Author