Advertisement
Article Detail0/zeeodisha/odisha662950
Zee OdishaOdisha National-Internationalକୋରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଅର୍ଥ ମନ୍ତ୍ରୀ, ଦାନ କଲେ ଏତେ ଟଙ୍କା

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଅର୍ଥ ମନ୍ତ୍ରୀ, ଦାନ କଲେ ଏତେ ଟଙ୍କା

ସିନେ ତାରକା ଅକ୍ଷୟ କୁମାର ଏହି ପାଣ୍ଠିକୁ 25 କୋଟି ଟଙ୍କା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା' ହିରାବେନ୍ ମଧ୍ୟ ଏହି ପାଣ୍ଠିରେ 25 ହଜାର ଟଙ୍କା ଦାନ କରିଛନ୍ତି । 

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଅର୍ଥ ମନ୍ତ୍ରୀ, ଦାନ କଲେ ଏତେ ଟଙ୍କା

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଆଗେଇ ଆସୁଛନ୍ତି ବିଭିନ୍ନ କ୍ଷେତ୍ର ବହୁ ବ୍ୟକ୍ତିମାନେ । କର୍ପୋରେଟ୍ ଠାରୁ ଆରମ୍ଭ କରି ସିନେ ତାରକା ଏବଂ ମନ୍ତ୍ରୀ ଠାରୁ ଆରମ୍ଭ କରି ସାଧାରଣ ଲୋକ ଦାନ କରୁଛନ୍ତି । ବର୍ତ୍ତମାନ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପିଏମ କେୟାର୍ସ ପଣ୍ଡରେ ଦାନ କରିବାର ଘୋଷଣା କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି ଗତ ସପ୍ତାହରେ ଶନିବାର ପିଏମ ମୋଦି କୋରୋନା ମୁକାବିଲାରେ ସାହାଯ୍ୟ କରିବା ପାଇଁ ପିଏମ କେୟାର୍ସ ପଣ୍ଡ ଗଠନ କରିଛନ୍ତି ଏବଂ କୋରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ଅଧିକରୁ ଅଧିକ ଦାନ କରିବାକୁ କହିଛନ୍ତି । ଏହା ପରେ କର୍ପୋରେଟ୍ ଠାରୁ ସିନେ ତାରକା ଏବଂ ସାଧାରଣ ବ୍ୟକ୍ତିମାନେ ଏହି ପାଣ୍ଠିରେ ଦାନ କରୁଛନ୍ତି ।

ସିନେ ତାରକା ଅକ୍ଷୟ କୁମାର ଏହି ପାଣ୍ଠିକୁ 25 କୋଟି ଟଙ୍କା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା' ହିରାବେନ୍ ମଧ୍ୟ ଏହି ପାଣ୍ଠିରେ 25 ହଜାର ଟଙ୍କା ଦାନ କରିଛନ୍ତି । 

Add Zee News as a Preferred Source

ଅନ୍ୟପକ୍ଷେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲ ତାଙ୍କ ଡୋନେଶନ ବିଷୟରେ ସୂଚନା ଦେଇଛି । ଏହି ସୂଚନା ଅନୁଯାୟୀ ଅର୍ଥ ମନ୍ତ୍ରୀ ପିଏମ କେୟାର୍ସ ପଣ୍ଡରେ 1 ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଟ୍ୱିଟ୍ ଅନୁଯାୟୀ ସେ ତାଙ୍କ ବେତନରୁ ଏହି ରାଶି ପ୍ରଦାନ କରିଛନ୍ତି । ଏଥିପାଇଁ ସେ ନିଜ ବ୍ୟାଙ୍କକୁ ଏକ ଚିଠି ପଠାଇଛନ୍ତି ।

About the Author