ଏହି କାରଣରୁ ସବା କରିମଙ୍କୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେବାକୁ କୁହାଗଲା
Advertisement

ଏହି କାରଣରୁ ସବା କରିମଙ୍କୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେବାକୁ କୁହାଗଲା

ବିସିସିଆଇ ସୂତ୍ରରୁ କୁହାଯାଇଛି ଯେ, ହଁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଏହାର ଗୋଟିଏ କାରଣ ହେଉଛି କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ସେ ଘରୋଇ କ୍ରିକେଟ୍ ପାଇଁ କୌଣସି ଠୋସ୍ ଯୋଜନା ପ୍ରସ୍ତୁତ କରିପାରିନଥିଲେ ।

ଏହି କାରଣରୁ ସବା କରିମଙ୍କୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେବାକୁ କୁହାଗଲା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ୱିକେଟକିପର ସବା କରିମଙ୍କୁ ବିସିସିଆଇର  ମହାପ୍ରବନ୍ଧକ- କ୍ରିକେଟ୍ ପରିଚାଳନା ପଦରୁ ଇସ୍ତଫା ଦେବାକୁ କୁହାଯାଇଛି । ଭାରତ ପାଇଁ ଗୋଟିଏ ଟେଷ୍ଟ ଓ ୩୪ଟି ଏକ ଦିବସୀୟ ଖେଳିଥିବା ୫୨ ବର୍ଷୀୟ କରିମଙ୍କୁ ଡିସେମ୍ବର ୨୦୧୭ରେ ବିସିସିଆଇ ଏହି ପଦରେ ନିଯୁକ୍ତ କରିଥିଲା । ବୋର୍ଡ ଏ ବାବଦରେ କୌଣସି ଅଫିସିଆଲ୍ ବୟାନ ଜାରି କରିନାହିଁ । କିନ୍ତୁ ଜାଣିବାକୁ ମିଳିଛି ଯେ ଘରୋଇ କ୍ରିକେଟ୍ ପାଇଁ କରିମଙ୍କ ଯୋଜନାରେ ବୋର୍ଡ ସନ୍ତୁଷ୍ଟ ନୁହେଁ । ସୌରଭ ଗାଙ୍ଗୁଲିଙ୍କ ସମର୍ଥନ ଥିବା ଅଧିକାରୀ ସବା କରିମଙ୍କ  ବୋର୍ଡରୁ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି । ନିକଟ ଅତୀତରେ ସବା କରିମ୍ ବିସିସିଆଇରେ ବିଭିନ୍ନ ପଦବୀରେ ଅବସ୍ଥାପିତ ଥିବାବେଳେ ପ୍ରମୁଖ ଯୋଗଦାନ ଦେଇଥିଲେ । ଏହା ବ୍ୟତୀତ ସେ ଜଣେ ବୃତ୍ତିଗତ ତଥା ଜ୍ଞାନୀ ବ୍ୟକ୍ତି ଭାବରେ ଜଣାଶୁଣା ।

ବିସିସିଆଇ ସୂତ୍ରରୁ କୁହାଯାଇଛି ଯେ, ହଁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଏହାର ଗୋଟିଏ କାରଣ ହେଉଛି କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ସେ ଘରୋଇ କ୍ରିକେଟ୍ ପାଇଁ କୌଣସି ଠୋସ୍ ଯୋଜନା ପ୍ରସ୍ତୁତ କରିପାରିନଥିଲେ । ଦେଶରେ କ୍ରମାଗତ କୋରୋନା ବୃଦ୍ଧି ପାଉଥିବାରୁ ଡିସେମ୍ବର ପୂର୍ବରୁ ଘରୋଇ କ୍ରିକେଟ୍ ଆରମ୍ଭ ହେବାର ସମ୍ଭାବନା ନାହିଁ । ଯଦି ଆଇପିଏଲ ସେପ୍ଟମ୍ୱରରୁ ନମ୍ୱର ମଧ୍ୟରେ ହୋଇଥାଏ, ଯାହାର କଳ୍ପନା କରାଯାଉଛି । ତେବେ ଘରୋଇ କ୍ରିକେଟ୍ ଏହି ସମୟରେ ଖେଳାଯାଇପାରିବ ନାହିଁ ।

ଚଳିତ ମାସ ପ୍ରାରମ୍ଭରେ ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୌହରୀଙ୍କ ଇସ୍ତଫା ଗ୍ରହଣ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ବୋର୍ଡର ମୁଖ୍ୟ ଆର୍ଥିକ ଅଧିକାରୀ ସାନ୍ତୋଶ ରଙ୍ଗନେକର ମଧ୍ୟ ଗତ ବର୍ଷ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ନୂତନ ଅଧିକାରୀଙ୍କ ଆଗମନ ପରେ ଇସ୍ତଫା ଦେଇଥିଲେ ।