BCCI ଜାରି କଲା ଭାରତୀୟ ଖେଳାଳିଙ୍କ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ, ଏହି ସବୁ ଦିଗଜ ଖେଳାଳିଙ୍କୁ ହେଲା କ୍ଷତି
Advertisement

BCCI ଜାରି କଲା ଭାରତୀୟ ଖେଳାଳିଙ୍କ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ, ଏହି ସବୁ ଦିଗଜ ଖେଳାଳିଙ୍କୁ ହେଲା କ୍ଷତି

  Team India, BCCI Central Contract List: ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟା ଏ ଗ୍ରେଡରୁ ସିକୁ ଆସିଛନ୍ତି । ଏହା ବ୍ୟତୀତ ଭେଟେରାନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହାଙ୍କୁ ଟେଷ୍ଟ ଦଳରୁ ବାହାର କରିବାଯିବା ପରେ ବିସିସିଆଇ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ଗ୍ରେଡ୍ B ରୁ C ଗ୍ରେଡ୍ କରାଯାଇଛି ।

BCCI ଜାରି କଲା ଭାରତୀୟ ଖେଳାଳିଙ୍କ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ, ଏହି ସବୁ ଦିଗଜ ଖେଳାଳିଙ୍କୁ ହେଲା କ୍ଷତି

ନୂଆଦିଲ୍ଲୀ: Team India, BCCI Central Contract List: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଟିମ୍ ଇଣ୍ଡିଆ (Team India) ର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଜାରି କରିଛି । ନୂଆ ଚୁକ୍ତି ତାଲିକାରେ ଅନେକ ଖେଳାଳିଙ୍କୁ କ୍ଷତି ସହିବାକୁ ପଡ଼ିଛି । ବିସିସିଆଇର ନୂତନ ବାର୍ଷିକ ଚୁକ୍ତିରେ କ୍ୟାପଟେନ ରୋହିତ ଶର୍ମା (Team India Captain Rohit Sharma), ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଗ୍ରେଡ୍ ଏ + (A+) ରେ ଅଛନ୍ତି ।

ପୂଜାରା ଓ ରାହାନେଙ୍କୁ ହୋଇଛି କ୍ଷତି

ନୂତନ ବାର୍ଷିକ ଚୁକ୍ତିନାମା ତାଲିକାରେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ (Ajinkya Rahane) ଓ ଚେତେଶ୍ୱର ପୂଜାରା (Cheteshwar Pujara) ପ୍ରମୁଖ କ୍ଷତି ସହିଛନ୍ତି । ଏହା ବ୍ୟତୀତ ଆହତ କାରଣରୁ ଦଳ ବାହାରେ ଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ମଧ୍ୟ ଡିମୋଟ ହୋଇଛନ୍ତି । ରାହାନେ ଓ ପୂଜାରା ଏ ଗ୍ରେଡ୍ ବି ରୁ ଗ୍ରେଡ୍ କୁ ଯାଇଛନ୍ତି  | ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟା ଏ ଗ୍ରେଡରୁ ସିକୁ ଆସିଛନ୍ତି । ଏହା ବ୍ୟତୀତ ଭେଟେରାନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହାଙ୍କୁ ଟେଷ୍ଟ ଦଳରୁ ବାହାର କରିବାଯିବା ପରେ ବିସିସିଆଇ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ଗ୍ରେଡ୍ B ରୁ C ଗ୍ରେଡ୍ କରାଯାଇଛି ।

ଏହା ବି ପଢ଼ନ୍ତୁ:-ଋଷ ଦେଲା ଚାଞ୍ଚଲ୍ୟକର ବୟାନ, ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛି ୟୁକ୍ରେନ

ଏହା ବି ପଢ଼ନ୍ତୁ:- ହେଉଛି OTT ର ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍, କାହା ଆଗରେ ଭୁଲରେ ବି କରନ୍ତୁନି କ୍ଲିକ୍

ଏହା ବି ପଢ଼ନ୍ତୁ:-ଭୂମିରୁ ଆକାଶ ପର୍ଯ୍ୟନ୍ତ ...ୟୁକ୍ରେନର ସବୁଆଡ଼େ ପୁଟିନଙ୍କ ଏହି ୮ଟି ଅସ୍ତ୍ର କରୁଛି ଧ୍ୱଂସ ଲୀଳା

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଘାତକ 'ଚେଚେନ ସ୍ପେଶାଲ ଫୋର୍ସ' କ'ଣ, ଯାହାକୁ ୟୁକ୍ରେନର ନେତାମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ଆଦେଶ ଦେଇଛନ୍ତି ପୁଟିନ!

 

ରହିଛି ୪ଟି କ୍ୟାଟୋଗରୀ

ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ଚାରୋଟି କ୍ୟାଟୋଗରୀର ଖେଳାଳିଙ୍କୁ ଦରମା ପ୍ରଦାନ କରେ । ଏଥିରେ ଏ + (A +), ଏ (A), ବି (B) ଏବଂ ସି (C) ଗ୍ରେଡ୍ ସାମିଲ ରହିଛି । ଏ+ ଖେଳାଳିମାନେ ବାର୍ଷିକ ୭ କୋଟି ଟଙ୍କା ପାଆନ୍ତି । ଏଥି ସହିତ ଏ ଗ୍ରେଡ୍ ଥିବା ଖେଳାଳିଙ୍କୁ ୫ କୋଟି ଟଙ୍କା ମିଳିଥାଏ । ଏହା ବ୍ୟତୀତ ବି ଗ୍ରେଡରେ ଥିବା ଖେଳାଳିଙ୍କୁ ୩ କୋଟି ଟଙ୍କା ଓ ସି ଗ୍ରେଡରେ ବାର୍ଷିକ ୧ କୋଟି ଟଙ୍କା ମିଳୁଛି ।