୨ ଟଙ୍କାର ଏହି କଏନରୁ ହୁଅନ୍ତୁ ୫ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କିପର...
Advertisement

୨ ଟଙ୍କାର ଏହି କଏନରୁ ହୁଅନ୍ତୁ ୫ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କିପର...

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ୧୯୮୨ ମସିହାରେ ଦେଶରେ ପ୍ରଥମେ ୨ ଟଙ୍କାର ମୁଦ୍ରା ପ୍ରଚଳିତ ହୋଇଥିଲା । 

୨ ଟଙ୍କାର ଏହି କଏନରୁ ହୁଅନ୍ତୁ ୫ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କିପର...

ନୂଆଦିଲ୍ଲୀ: ଆପଣ ମଧ୍ୟ କଠିନ ପରିଶ୍ରମ ବିନା ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି କି, ତେବେ ଆମେ ଆପଣଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ବିଷୟରେ କହୁଛୁ । ଯାହା ମାଧ୍ୟମରେ ଆପଣ ମାତ୍ର ୨ ଟଙ୍କାର କଏନ (2 Rupee Coin) ଦେଇ ୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏହି କାମ କରିବାକୁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ । ଏହା ଏକ ଏପରି ସୁଯୋଗ ଯାହା ମାଧ୍ୟମରେ ଆପଣ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ଅଧିକ ପଢ଼ନ୍ତୁ:-ରାଜଧାନୀରେ ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

୨ ଟଙ୍କାର ଏହି କଏନ ଆପଣଙ୍କୁ କରିବ ଲକ୍ଷପତି

ଯଦି ଆପଣଙ୍କ ପିଗି ବ୍ୟାଙ୍କ କିମ୍ବା ପର୍ସରେ ୧୯୯୪, ୧୯୯୫, ୧୯୯୭ ଏବଂ ୨୦୦୦ ସିରିଜରେ ନିର୍ମିତ ୨ ଟଙ୍କାର କଏନ ଅଛି, ତେବେ ଆପଣ ତୁରନ୍ତ ୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏହି କଏନଗୁଡ଼ିକର ଚାହିଦା ଅଧିକ । ଲୋକମାନେ ଏହି କଏନ୍ ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ । ଆସନ୍ତୁ ଆପଣଙ୍କୁ କହୁଛୁ ରୋଜଗାରର ସମ୍ପୂର୍ଣ୍ଣ ଉପାୟ:-

ଅଧିକ ପଢ଼ନ୍ତୁ:-ଟିକାକରଣ ପରେ ମଧ୍ୟ ସଂକ୍ରମିତ କରିପାରେ କୋରୋନାର ଡେଲ୍ଟା ଭାରିଆଣ୍ଟ, ଏମ୍ସ ରିପୋର୍ଟରୁ ଖୁଲାସା

ଏହିପରି ରୋଜଗାର କରନ୍ତୁ ୨ରୁ ୫ ଲକ୍ଷ ଟଙ୍କା

>> ଯଦି ଆପଣଙ୍କ ପାଖରେ ୨ ଟଙ୍କାର କଏନ୍ ଅଛି ତେବେ ଆପଣ ଏହାକୁ ବିଜ୍ଞାପନ ପ୍ଲାଟଫର୍ମ କ୍ୱିକର (Quikr) ରେ ଅନଲାଇନରେ ବିକ୍ରି କରିପାରିବେ ।

>> ଏହି ୱେବସାଇଟରେ ଏହି ବିରଳ ମୁଦ୍ରା ପାଇଁ କ୍ରେତାମାନେ ବହୁ ପରିମାଣର ଅର୍ଥ ଦେଉଛନ୍ତି ।

>> ୨ ଟଙ୍କା କଏନ୍ ବିକ୍ରୟ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ କ୍ୱିକରରେ ବିକ୍ରେତା ଭାବରେ ପଞ୍ଜିକରଣ କରିବାକୁ ପଡିବ ।

>> ଏହା ପରେ ଆପଣଙ୍କୁ କ୍ଲିକ୍ କରି ମୁଦ୍ରାର ଫଟୋ ଅପଲୋଡ୍ କରିବାକୁ ପଡିବ ।

>> ଏହା ପରେ ଆପଣଙ୍କ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଦାଖଲ କରିବାକୁ ପଡିବ ।

>> ୱେବସାଇଟ୍ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଯାଞ୍ଚ କରିବ ।

>> ଏହା ପରେ କ୍ରେତା ଆପଣଙ୍କୁ ସିଧାସଳଖ ଯୋଗାଯୋଗ କରିବେ । ଏହା ପରେ ଆପଣ ପେମେଣ୍ଟ ଓ ଡେଲିଭରୀ ଅନୁଯାୟୀ ଆପଣଙ୍କର କଏନ୍ ବିକ୍ରି କରିପାରିବେ ।

ଅଧିକ ପଢ଼ନ୍ତୁ:-ବିହାରରେ ପୁଣି ରାଜନୈତିକ ଝଡ଼, LJP ଦି'ଫାଳ!

୨ ଟଙ୍କା କଏନର ଇତିହାସ 

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ୧୯୮୨ ମସିହାରେ ଦେଶରେ ପ୍ରଥମେ ୨ ଟଙ୍କାର ମୁଦ୍ରା ପ୍ରଚଳିତ ହୋଇଥିଲା । ଏହି ପୁରୁଣା ୨ ଟଙ୍କା ମୁଦ୍ରା କପର-ନିକେଲ୍ ଧାତୁରୁ ତିଆରି ହୋଇଥିଲା । ଏହା ବ୍ୟତୀତ ୧୯୧୮ ମସିହାରେ ତିଆରି ହୋଇଥିବା ୧ ଟଙ୍କାର କଏନ୍ ଯାହା ଉପରେ ଜର୍ଜ ପଞ୍ଚମଙ୍କ ଫଟୋ ରହିଛି, ଏହାର ମୂଲ୍ୟ ୯ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।