ପୁଟିନଙ୍କ ଏହି ଘୋଷଣା ପରେ ବଢ଼ିଲା ଉତ୍ତେଜନା, ଫୋର୍ସ ପଠାଇବାକୁ ପ୍ରସ୍ତୁତି କରୁଛି ଋଷ
Advertisement

ପୁଟିନଙ୍କ ଏହି ଘୋଷଣା ପରେ ବଢ଼ିଲା ଉତ୍ତେଜନା, ଫୋର୍ସ ପଠାଇବାକୁ ପ୍ରସ୍ତୁତି କରୁଛି ଋଷ

ପୋଲାଣ୍ଡର ପ୍ରଧାନମନ୍ତ୍ରୀ ମାଟିୟୁଶ ମୋରାୱିୟତ୍ସକି କହିଛନ୍ତି ଯେ ଅନ୍ତର୍ଜାତୀୟ ନିୟମର ପ୍ରତିକୂଳ ଉଲ୍ଲଂଘନକୁ ଲୁଚାଇବା ପାଇଁ ରାଷ୍ଟ୍ରପତି ପୁଟିନ (Vladimir Putin) ବେଲାଋଷ (Belarus)ରେ ନିୟନ୍ତ୍ରଣ ନେବାକୁ ଚିନ୍ତା କରୁଛନ୍ତି । ଏହି ଯୋଜନା ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସେ କହିଛନ୍ତି ।

ପୁଟିନଙ୍କ ଏହି ଘୋଷଣା ପରେ ବଢ଼ିଲା ଉତ୍ତେଜନା, ଫୋର୍ସ ପଠାଇବାକୁ ପ୍ରସ୍ତୁତି କରୁଛି ଋଷ

ନୂଆଦିଲ୍ଲୀ: ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) କହିଛନ୍ତି ଯେ, ବେଲାଋଷ (Belarus)ରେ ଆବଶ୍ୟକ ପଡ଼ିଲେ ହସ୍ତକ୍ଷେପ କରିବା ପାଇଁ ସେ ଏକ ପୋଲିସ ରିଜର୍ଭ ଫୋର୍ସ ଗଠନ କରିଛନ୍ତି ।  ତେବେ ତାଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ ଏହି ଫୋର୍ସ ପଠାଇବାର ସମୟ ଆସି ନାହିଁ । ଋଷର ସରକାରୀ ଟିଭିରେ ସେ କହିଛନ୍ତି ଯେ ବେଲାଋଷ ରାଷ୍ଟ୍ରପତି (Belarus President) ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ (Alexander Lukashenko) ମୋତେ ଏକ ନିର୍ଦ୍ଦିଷ୍ଟ ପୋଲିସ୍ ରିଜର୍ଭ କରିବାକୁ କହିଛନ୍ତି ଏବଂ ମୁଁ ଏହା କରିସାରିଛି ।

ରଶା-1 ଟିଭିରେ ସେ କହିଛନ୍ତି ଯେ ଆମେ ଏହା ଉପରେ ସହମତି ବ୍ୟକ୍ତ କରିଛୁ ଯେ ଯେପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ନ ଯାଉଛି, ଆମେ ଏହି ଫୋର୍ସ ବ୍ୟବହାର କରିବୁ ନାହିଁ । ଅଗଷ୍ଟ ୯ରେ ବେଲାଋଷର ବିବାଦୀୟ ନିର୍ବାଚନକୁ ନେଇ ​​ରାଷ୍ଟ୍ରପତି ଲୁକାଶେଙ୍କୋ ଦେଶର ବହୁ ସଂଖ୍ୟକ ଜନତାଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ବିରୋଧୀଙ୍କ ଏକ ପ୍ରଦର୍ଶନ ପୂର୍ବରୁ ବିବିସି ଟିମ ସମେତ ଅତି କମରେ ୧୩ ଜଣ ସାମ୍ବାଦିକଙ୍କୁ ରାଜଧାନୀ ମିନସ୍କରେ ଅଟକ ରଖାଯାଇଛି ।

ଅଧିକ ପଢ଼ନ୍ତୁ:-ସେପ୍ଟେମ୍ୱର ୧ରୁ ବଦଳିଯିବ ଏହି ୮ଟି ଜିନିଷ ! ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ଗୃହ ମନ୍ତ୍ରଣାଳୟ କହିଛି ଯେ ତାଙ୍କ ପରିଚୟ ଯାଞ୍ଚ ପାଇଁ ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଛି । ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ହେତୁ ପ୍ରତିରକ୍ଷା ପ୍ରସଙ୍ଗରେ ବେଲାଋଷକୁ ସାହାଯ୍ୟ କରିବା ତାଙ୍କର କର୍ତ୍ତବ୍ୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଗଭୀର ସାଂସ୍କୃତିକ, ଜାତି ଏବଂ ଭାଷା ସମ୍ବନ୍ଧୀୟ ସମ୍ପର୍କ ରହିଛି ।

ସେପଟେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ମାଟିୟୁଶ ମୋରାୱିୟତ୍ସକି କହିଛନ୍ତି ଯେ ଅନ୍ତର୍ଜାତୀୟ ନିୟମର ପ୍ରତିକୂଳ ଉଲ୍ଲଂଘନକୁ ଲୁଚାଇବା ପାଇଁ ରାଷ୍ଟ୍ରପତି ପୁଟିନ ବେଲାଋଷରେ ନିୟନ୍ତ୍ରଣ ନେବାକୁ ଚିନ୍ତା କରୁଛନ୍ତି । ଏହି ଯୋଜନା ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସେ କହିଛନ୍ତି ।

fallback

ଋଷ ଏବଂ ବେଲାଋଷ ସାମୂହିକ ସୁରକ୍ଷା ଚୁକ୍ତି ସଂଗଠନ (Collective Security Treaty Organization)ର ସଦସ୍ୟ ଅଟନ୍ତି । ଅନେକ ସୋଭିଏତ୍ ଦେଶ ଏହି ସଂଗଠନରେ ଜଡିତ ରହିଛି । ୧୯୯୬ରେ ଦୁଇ ଦେଶ ଏକ ସଂଘ ଗଠନ କରିଥିଲେ, ଯାହା ଉଭୟଙ୍କ ମଧ୍ୟରେ ଅଧିକ ଏକୀକରଣକୁ ପ୍ରୋତ୍ସାହିତ କରିଥିଲା ​​। ନାଗରିକମାନଙ୍କୁ ଉଭୟ ଦେଶରେ ସ୍ୱତନ୍ତ୍ର ଭାବରେ ବାସ କରିବା ଏବଂ କାର୍ଯ୍ୟ କରିବାର ଅଧିକାର ସୁନିଶ୍ଚିତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଚୀନର ୫୧ ପ୍ରତିଶତ ଲୋକଙ୍କୁ ମୋଦି ସରକାର ପସନ୍ଦ: ସର୍ଭେ

ପୁଟିନଙ୍କ ଯୋଜନା ପଛରେ କ'ଣ ରହିଛି ?

ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ କିଛି ସମୟ ପୂର୍ବରୁ ଦାବି କରିଥିଲେ ଯେ ଯଦି ଅବସ୍ଥା ବିଗିଡିଯାଏ ତେବେ ଋଷ ତାଙ୍କୁ ସାହାଯ୍ୟ କରିବାକୁ ଆସିବ । ରାଷ୍ଟ୍ରପତି ପୁଟିନ ଲୁକାଶେଙ୍କୋଙ୍କ ଦାବିକୁ ସିଧାସଳଖ ମୋହର ମାରିଛନ୍ତି ଏବଂ ଏହାର ଫଳ ସ୍ୱରୂପ ବର୍ତ୍ତମାନ ବେଲାଋଷରେ ବିପଦର କଳା ବାଦଳ ଛାଇ ଯାଇଛି ।

ଅନ୍ୟପକ୍ଷେ ସେହି ଶକ୍ତି କ’ଣ ହେବ ସେନେଇ ରାଷ୍ଟ୍ରପତି ପୁଟିନ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାଁନ୍ତି । ତେବେ ତାଙ୍କର ଅର୍ଥ ଏହା ସାଧାରଣ ପୋଲିସ ନୁହେଁ, ବରଂ ଏଥିରେ ଦଙ୍ଗା ବିରୋଧୀ ପୋଲିସ, ନ୍ୟାସନାଲ ଗାର୍ଡ (ରୋସଗାର୍ଡିଆ) ଏବଂ ଏପରିକି FSB ମଧ୍ୟ ସାମିଲ ହେବେ ।

fallback

ତେଣୁ ଋଷର ସମ୍ଭାବ୍ୟ ହସ୍ତକ୍ଷେପ ବିରୋଧୀ ଦଳର ନେତା ତଥା ପ୍ରଦର୍ଶନକାରୀଙ୍କ ପାଇଁ ତଥା ପାଶ୍ଚାତ୍ୟ ଦେଶ ପାଇଁ ବିପଦର ଘଣ୍ଟି ଅଟେ । କାରଣ ପୁଟିନ ମିନସ୍କ ଏବଂ ମସ୍କୋ ମଧ୍ୟରେ ଥିବା ବିଶେଷ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି - ଯେଉଁଥିରେ ସେ ଜାତିଗତ ବନ୍ଧନ, ପାରିବାରିକ ସମ୍ପର୍କ ଏବଂ ଆର୍ଥିକ ସମ୍ପର୍କ ବିଷୟରେ କଥା ହୁଅନ୍ତି ।

ଅଧିକ ପଢ଼ନ୍ତୁ:-ବଦଳିବ ବିହାରର ରାଜନୈତିକ ସମୀକରଣ, ଏକାଠି ହେବେ କହ୍ନେୟା ଓ ତେଜସ୍ୱୀ ଯାଦବ !

ୟୁରୋପୀୟ ୟୁନିଅନ୍ ଲଗାଇବ ପ୍ରତିବନ୍ଧକ

ୟୁରୋପୀୟ ସଂଘ (European Union) ଏବଂ ଆମେରିକା (America) ବେଲାଋଷର ଅଗଷ୍ଟ ୯ର ମତଦାନକୁ ଖାରଜ କରି କହିଛନ୍ତି ଯେ ଏହା ସ୍ୱତନ୍ତ କିମ୍ବା ନିରପେକ୍ଷ ନଥିଲା । ଫଳାଫଳକୁ ନିୟନ୍ତ୍ରଣ କରୁଥିବା ଏବଂ ୟୁରୋପୀୟ ସଂଘ ସେହି ଅଧିକାରୀଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି କରୁଛି ଯେଉଁମାନଙ୍କ ଉପରେ ଲୁକାଶେଙ୍କୋଙ୍କୁ ଜିତିବା ପାଇଁ ଫଳାଫଳରେ ହେରଫେର ଓ ବିରୋଧୀ ଆନ୍ଦୋଳନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଭିଯୋଗ ରହିଛି ।

ଅଧିକ ପଢ଼ନ୍ତୁ:-ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ବେଲାଋଷରେ ଏପରି ବଡ଼ ପ୍ରଦର୍ଶନ କେବେ ହୋଇ ନଥିଲା । ଲୁକାଶେଙ୍କୋ ଷଷ୍ଠ ଥର ପାଇଁ ୮୦ ପ୍ରତିଶତ ଭୋଟ୍ ସହ ରାଷ୍ଟ୍ରପତି ପଦକୁ ନିଜ ନାଁରେ କରିନେଇଛନ୍ତି । ସେ ୨୬ ବର୍ଷ ଧରି ରାଷ୍ଟ୍ରପତି ରହିସାରିଛନ୍ତି । ବିରୋଧୀ କୋ-ଅର୍ଡିନେଶନ କାଉନସିଲ ବିରୋଧରେ ଏକ ଅପରାଧିକ ମାମଲା ଦାୟର କରାଯାଇଛି । ଯାହା ଉପରେ ଲୁକାଶେଙ୍କୋ କ୍ଷମତା ଦଖଲ ପାଇଁ ଚେଷ୍ଟା କରିବାର ଅଭିଯୋଗ ଆଣିଛନ୍ତି  ।