ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖି ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ, ଏହି ୮ଟି ସହରରେ କୋରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଫଳରେ ସେହି ସହରରୁ ଆସୁଥିବା ସମସ୍ତ ବିମାନ ଉପରେ ରୋକ୍ ଲଗାଯାଉ ।
Trending Photos
)
କୋଲକାତା: ପଶ୍ଚିମବଙ୍ଗର ମମତା ସରକାର କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି କହିଛି ଯେ, ଯେଉଁ ୮ଟି ସହରରେ କୋରୋନା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ସେଠାରୁ ଜୁଲାଇ ୬ରୁ ବେଙ୍ଗଲକୁ ଆସୁଥିବା ବିମାନ ଉପରେ ରୋକ ଲଗାଯାଉ । ସୂତ୍ରରୁ ପ୍ରକାଶ ଯେ ଏହି ସହରଗୁଡ଼ିକରେ ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ, ଇନ୍ଦୌର, ଅହମ୍ମଦାବାଦ ଏବଂ ସୁରଟ ସାମିଲ ରହିଛି ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖି ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ, ଏହି ୮ଟି ସହରରେ କୋରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଫଳରେ ସେହି ସହରରୁ ଆସୁଥିବା ସମସ୍ତ ବିମାନ ଉପରେ ରୋକ୍ ଲଗାଯାଉ । ଅନ୍ୟ ସ୍ଥାନରୁ ବି ପ୍ରତ୍ୟେକ ଏୟାରଲାଇନର ଗୋଟିଏ ହିଁ ବିମାନ ସପ୍ତାହରେ କେବଳ ଚଳାଚଳ କରୁ ।
ରାଜ୍ୟର ୩ଟି ବିମାନବନ୍ଦର କୋଲକାତା, ଅଣ୍ଡାଲ ଏବଂ ବାଗଡୋଗ୍ରାରେ ବିମାନ ସେବା ସୀମିତ କରିବା ଆବଶ୍ୟକ । ଅତୀତରେ କର୍ଣ୍ଣାଟକ ଓ ତାମିଲନାଡୁ ପରି ଅନେକ ରାଜ୍ୟ ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କାରଣ ଏଠାରେ ଅଧିକ କୋରୋନୋ ମାମଲା ସାମ୍ନାକୁ ଆସୁଛି ।