ଡାକ୍ତରଙ୍କ ଦାବି, ମିଳିଯାଇଛି କୋରୋନା ଔଷଧ

ବେଙ୍ଗାଲୁରୁର ଆନ୍କୋଲୋଜିଷ୍ଟ ଡାକ୍ତର ବିଶାଲ ରାଓଙ୍କ ଅନୁଯାୟୀ କିଛି ଔଷଧ ମିଶାଇ ଏହି ନୂଆ ଔଷଧ ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ, ସାଇଟୋକାଇନ୍ ସାହାଯ୍ୟରେ ଏକ ମିଶ୍ରଣ ତିଆରି କରାଯାଇପାରିବ । ଏହାକୁ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇପାରିବ, ଯାହା ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତାକୁ ପୁନର୍ଜୀବିତ କରିବ । ଏହା ଏପର୍ଯ୍ୟନ୍ତ ପ୍ରାରମ୍ଭିକ ସ୍ଥିତିରେ ଅଛି । ଆମେ ସରକାରଙ୍କ ଠାରୁ ଅନୁମତି ଲୋଡିଛୁ ।

ଡାକ୍ତରଙ୍କ ଦାବି, ମିଳିଯାଇଛି କୋରୋନା ଔଷଧ

ବେଙ୍ଗାଲୁରୁ: ଦେଶରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଦେଶବାସୀ । ବର୍ତ୍ତମାନ ଯାଏ ଦେଶରେ ୮୦୦ରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏଥିରୁ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ବୈଜ୍ଞାନିକମାନେ ମଧ୍ୟ ଏହି ଭୂତାଣୁର ପ୍ରତିକାର ପାଇଁ ଗବେଷଣା ଜାରି ରଖିଛି । ସେପଟେ ବେଙ୍ଗାଲୁରୁର ଜଣେ ଡାକ୍ତର କୋରୋନା ଭାଇରସର ପ୍ରତିକାର ପାଇଁ ଔଷଧ ତିଆରି କରିଥିବା ଦାବି କରିଛନ୍ତି । ଏଥିସହ ଏହି ଔଷଧର ବ୍ୟବହାର ପାଇଁ ସେ ସରକାରଙ୍କ ଠାରୁ ଅନୁମତି ଲୋଡିଛନ୍ତି ।

ବେଙ୍ଗାଲୁରୁର ଆନ୍କୋଲୋଜିଷ୍ଟ ଡାକ୍ତର ବିଶାଲ ରାଓଙ୍କ ଅନୁଯାୟୀ କିଛି ଔଷଧ ମିଶାଇ ଏହି ନୂଆ ଔଷଧ ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ, ସାଇଟୋକାଇନ୍ ସାହାଯ୍ୟରେ ଏକ ମିଶ୍ରଣ ତିଆରି କରାଯାଇପାରିବ । ଏହାକୁ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇପାରିବ, ଯାହା ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତାକୁ ପୁନର୍ଜୀବିତ କରିବ । ଏହା ଏପର୍ଯ୍ୟନ୍ତ ପ୍ରାରମ୍ଭିକ ସ୍ଥିତିରେ ଅଛି । ଆମେ ସରକାରଙ୍କ ଠାରୁ ଅନୁମତି ଲୋଡିଛୁ ।

ଡକ୍ଟର ବିଶାଲ ରାଓ କହିଛନ୍ତି ଯେ ଆମେ ସମୀକ୍ଷା ପାଇଁ ସରକାରଙ୍କୁ ମଧ୍ୟ ଆବେଦନ କରିଛୁ । ମାନବ ଶରୀରର କୋଷଗୁଡ଼ିକରେ ଭୂତାଣୁ ମୁକାବିଲା କରିବାର କ୍ଷମତା ରହିଥାଏ । କୋଷଗୁଡ଼ିକରେ ଇଣ୍ଟରଫେରନ୍ ଥାଏ ଯାହା ଭୂତାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଅବଶ୍ୟ, ଯେତେବେଳେ ରୋଗୀ କୋଭିଡ -19 ଦ୍ୱାରା ସଂକ୍ରମିତ ହୁଏ, ଏହି କୋଷଗୁଡ଼ିକରୁ ଏହି ଇଣ୍ଟରଫେରାନ ବାହାର ପାରିନଥାଏ । ଯେଉଥିପାଇଁ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯାଇଥାଏ । ଏହାସହ ଭୂତାଣୁର ପ୍ରଭାବ ବୃଦ୍ଧି ପାଇଥାଏ ।

ଡକ୍ଟର ରାଓ ଆହୁରି ମଧ୍ୟ ବ୍ୟାଖ୍ୟା କରିଛନ୍ତି ଯେ, ଆମର ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଛୁ ଯେ ଏହି ଇଣ୍ଟରଫେରାନ କୋରୋନା ଭୂତାଣୁ ମୁକାବିଲା କରିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିପାଇଁ ଆମେ ସାଇଟୋକାଇନ୍ସର ଏକ ମିଶ୍ରଣ ପ୍ରସ୍ତୁତ କରିଛୁ ଯାହା ଚିକିତ୍ସା ପାଇଁ କୋରୋନା ରୋଗୀଙ୍କ ଶରୀରରେ ଇଞ୍ଜେକ୍ସନ ଦିଆଯାଇପାରେ । ସେ କହିଛନ୍ତି ଯେ ଏହା ଏକ ଟିକା ନୁହେଁ ଏବଂ ଏଥିରୁ କୋରୋନା ସଂକ୍ରମିତରୁ ରକ୍ଷା ମିଳିବ ପାରିବ ନାହିଁ ।