Bengaluru: ଫେସବୁକ ପୋଷ୍ଟରୁ ଲଙ୍କାକାଣ୍ଡ, ଦଙ୍ଗା ଭଳି ପରିସ୍ଥିତି

Bengaluru: ଫେସବୁକ ପୋଷ୍ଟରୁ ଲଙ୍କାକାଣ୍ଡ। ଏଭଳି କିଛି ପରିସ୍ଥିତି ଦେଖିବାକୁ ମିଳିଛି। ପୂର୍ବ ବେଙ୍ଗାଲୁରୁ ଅଞ୍ଚଳରେ। ଖୁବ କମ ସମୟ ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। 

Bengaluru: ଫେସବୁକ ପୋଷ୍ଟରୁ ଲଙ୍କାକାଣ୍ଡ, ଦଙ୍ଗା ଭଳି ପରିସ୍ଥିତି

Bengaluru: ଫେସବୁକ ପୋଷ୍ଟରୁ ଲଙ୍କାକାଣ୍ଡ। ଏଭଳି କିଛି ପରିସ୍ଥିତି ଦେଖିବାକୁ ମିଳିଛି। ପୂର୍ବ ବେଙ୍ଗାଲୁରୁ ଅଞ୍ଚଳରେ। ଖୁବ କମ ସମୟ ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଫଳରେ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ପୋଲିସକୁ ଲାଠିମାଡ଼ କରିବାକୁ ପଡ଼ିଛି। ଏପରିକି ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିବା ସୂଚନା ମିଳିଛି। ମିଳିଥିଲା ସୂଚନା ମୁତାବକ ପୋଲିସ ଫାୟାରିଂରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା। 

ତେବେ ଏହି ଲଙ୍କାକାଣ୍ଡ ପରିସ୍ଥିତିରେ ୬୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମୀ ଗୁରୁତର ହୋଇଥିବା ସୂଚନା ରହିଛି। ଡିଜେ ହିଲ ଓ କେଜି ହିଲ ଅଞ୍ଚଳରେ ବୁଧବାର ସକାଳ ପର୍ଯ୍ୟନ୍ତ ୧୪୪ ଧାରାକୁ ଲାଗୁ କରାଯାଇଥିଲା। ଏଠାରେ କହି ରଖୁଛୁ ଯେ, ଏଠାରେ କହି ରଖୁଛୁ ଯେ, ମଙ୍ଗଳବାର ରାତିରେ ଶତାଧିକ ଲୋକ ସ୍ଥାନୀୟ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ଘର ଭଙ୍ଗାରୁଜା କରିଥିଲେ। 

ତେବେ ଫେସବୁକ ପୋଷ୍ଟରୁ ଏହି ଦଙ୍ଗା ମୁଣ୍ଡ ଟେକିଥିଲା। ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ସମ୍ପର୍କୀୟ ସୋସିଆଲ ମିଡ଼ିଆରେ ଏକ ସାମ୍ପ୍ରଦାୟିକ ତଥା ବିବାଦୀୟ ମନ୍ତବ୍ୟକୁ ପୋଷ୍ଟ କରିଥିଲେ। ଯାହାକୁ ନେଇ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି କିଛି ଲୋକଙ୍କ ଜମା ହେବା ପରେ ବିଧାୟକଙ୍କ ଘରକୁ ଭଙ୍ଗାରୁଜା କରିଥିଲେ। ପରେ ପରିସ୍ଥିତି ଅଣାୟତ ହୋଇ ପଡ଼ିଥିଲା। ପରିସ୍ଥିତି ନିୟନ୍ତ୍ରଣ ଆଣିବା ପାଇଁ ସ୍ଥାନୀୟ ପୋଲିସ ଲାଠି ଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା। ମାତ୍ର ପରବର୍ତ୍ତି ସମୟରେ ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ୩ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ତେବେ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି ରହିଛି। ଏହି ମାମଲାରେ ପ୍ରାୟ ଡିଜେ ହିଲ ଥାନା ପ୍ରାୟ ୧୧୦ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି। ପୋଲିସ ଉପରକୁ ଆକ୍ରମଣ କରିଥିବା ନେଇ ସୂଚନା ରହିଛି। ପୋଲିସ ଲୋକମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। 

ପୋଲିସ କହିଛି କି, ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ଘର ନିକଟରେ ଏକାଧିକ ଲୋକ ଜମା ହୋଇଥିଲେ ଓ ତାଙ୍କ ଘର ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ଘରେ ଥିବା ଗାଡ଼ି ଗୁଡ଼ିକ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ତେବେ ଏତିକିରେ ଅସନ୍ତୋଷ ଲୋକମାନଙ୍କର ରାଗ ଥମିନଥିଲା। ସେମାନେ ପୋଲିସକୁ ମଧ୍ୟ ଟାର୍ଗେଟ କରିଥିଲେ। ପୋଲିସ ଉପରକୁ ଢେଲା ମାରିବା ସହିତ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ହିଂସାକୁ ରୋକିବା ପାଇଁ ପୋଲିସ ପ୍ରୟାସ ଆରମ୍ଭ କରିଦେଇଥିଲା। ମାତ୍ର ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। 

ପୋଲିସ ଆହୁରି ମଧ୍ୟ କହିଛି ଯେ, ବିଧାୟକଙ୍କ ସମ୍ପର୍କୀୟ କୁହାଯାଉଥିବା ବ୍ୟକ୍ତି ତଥା ଅଭିଯୁକ୍ତ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଯାହାକୁ ଆଧାର କରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ। ତେବେ ବିଧାୟକ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି। ଲଢେଇ କରିବା ମାରପିଟ କରିବା ଦ୍ୱାରା କୌଣସି ଲାଭ ମିଳିବ ନାହିଁ। ଆମେ ସମସ୍ତେ ଭାଇ ଭାଇ। ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।