Bhabanipur Bypoll: ରଦ୍ଦ ହୋଇଯିବ କି Mamata Banerjee ଙ୍କ ନାମାଙ୍କନ?

ଭବାନୀପୁର ଉପନିର୍ବାଚନରେ ବାଜିମାତ କରିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Bhabanipur Bypoll: ରଦ୍ଦ ହୋଇଯିବ କି Mamata Banerjee ଙ୍କ ନାମାଙ୍କନ?

କୋଲକାତା: ଚଳିତ ମାସ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନ। ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱବହନ କରୁଛି ଏହି ନିର୍ବାଚନମଣ୍ଡଳୀ। କାରଣ ଉପନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ।

ଭବାନୀପୁର ବିଧାନସଭା ଆସନରେ (Bhabanipur Assembly Constituency ) ହେବାକୁ ଯାଉଥିବା ଉପନିର୍ବାଚନରେ (Bhabanipur Bypoll 2021) ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଶାସକ ତୃଣମୂଳ କଂଗ୍ରେସ (Trinamool Congress) ଟିଏମସି ସୁପ୍ରିମୋ (TMC Supremo) ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ (BJP) ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଟିବେରୱାଲ (Priyanka Tibrewal)।
 
ହେଲେ ଏହି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବା ପୂର୍ବରୁ ଶାସକ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀଙ୍କ ନାମାଙ୍କନକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧି ବିଜେପି। ଏନେଇ ଦଳ ପକ୍ଷରୁ କୁହାଯାଇଛି ପୋଲିସ ପକ୍ଷରୁ ତାଙ୍କ ବିରୁଦ୍ଧରେ ଦାଏର କରାଯାଇଥିବା ୫ଟି ମାମଲା ବାବଦରେ ନିଜେ ଦାଖଲ କରିଥିବା ନାମାଙ୍କନରେ ଏ ବାବଦରେ କୌଣସି ତଥ୍ୟ ପ୍ରଦାନ କରିନାହାଁନ୍ତି। ଏନେଇ ଅଭିଯୋଗ ଆଣି ବିଜେପି ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଏକ ପତ୍ର ଲେଖିଛନ୍ତି।  

Also Read: 'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'

ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଜବାବ ରଖି ଟିଏମସି ପକ୍ଷରୁ କୁହାଯାଇଛି ମମତା ବାନାର୍ଜୀ କେବଳ ସେହି ମାମଲା ବାବଦରେ ପ୍ରକାଶ କରିବା ଆବଶ୍ୟକ ଯେଉଁ ମାମଲାରେ ଦାଏର ଅଭିଯୋଗ ପତ୍ରରେ ତାଙ୍କ ନାଁ ରହିଛି। ପୂର୍ବରୁ ଏପରି ଅଭିଯୋଗ ଟିଏମସି ସୁପ୍ରିମୋଙ୍କ ବିରୁଦ୍ଧରେ ଆସିସାରିଛି। 

ଭବାନୀପୁର ଉପନିର୍ବାଚନରେ ବାଜିମାତ କରିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ସେ ଏଥର ପରାସ୍ତ ହୁଅନ୍ତି ତାହେଲେ ତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଗାଦି ଚାଲିଯିବ। କାରଣ ଭାରତୀୟ ସାମ୍ୱାଧାନିକ ବ୍ୟବସ୍ଥା ଅନୁସାରେ ଦେଶର କୌଣସି ବ୍ୟକ୍ତି ବିନା ନିର୍ବାଚନ ଲଢି ଯଦି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତାହେଲେ ତାଙ୍କୁ ଶପଥ ଗ୍ରହଣ କରିବାର ୬ ମାସ ମଧ୍ୟରେ  ସମ୍ପୃକ୍ତ ରାଜ୍ୟର କୌଣସି ବିଧାନସଭା ଆସନରୁ ବିଧାୟକ ଅଥବା ରାଜ୍ୟ ବିଧାନସଭା ପରିଷଦର ସଭ୍ୟ ଭାବେ ନିର୍ବାଚିତ ହେବା ଆବଶ୍ୟକ।

Also Read: ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା

ପଶ୍ଚିମବଙ୍ଗରେ ବିଧାନ ପରିଷଦ ନଥିବାରୁ ମମତା ବାନାର୍ଜୀ ନିଜର ପାରମ୍ପରିକ ଆସନ ଭବାନୀପୁର ନିର୍ବାଚନମଣ୍ଡଳୀରୁ ଉପନିର୍ବାଚନ ନିର୍ବାଚନ ଲଢୁଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ରାଜ୍ୟର ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ନିଜର ପୂର୍ବତନ ସହଯୋଗୀ ତଥା ବର୍ତ୍ତମାନ ରାଜ୍ୟ ବିଧାନସଭାରେ ବିରୋଧି ଦଳ ନେତା ଆସନରେ ବସିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ।