ଆସନ୍ତାକାଲି କୃଷକ ନେତାଙ୍କ ଭାରତ ବନ୍ଦ, ଜାଣନ୍ତୁ କ’ଣ ଖୋଲା ଓ କ’ଣ ରହିବ ବନ୍ଦ
Advertisement
Article Detail0/zeeodisha/odisha994334

ଆସନ୍ତାକାଲି କୃଷକ ନେତାଙ୍କ ଭାରତ ବନ୍ଦ, ଜାଣନ୍ତୁ କ’ଣ ଖୋଲା ଓ କ’ଣ ରହିବ ବନ୍ଦ

ଆସନ୍ତାକାଲି ଅର୍ଥାତ ସୋମବାର ଦିନ କୃଷକ ନେତାମାନେ ଭାରତ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହି ଆନ୍ଦୋଳନକୁ ମଧ୍ୟ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (AAP), ବାମ ଦଳ ସମେତ ଆନ୍ଧ୍ରର YSRCP ଦ୍ୱାରା ସମର୍ଥନ ମିଳିଛି । ଜାଣନ୍ତୁ ଏହି ସମୟରେ କ’ଣ ଖୋଲା ଓ କ’ଣ ବନ୍ଦ ରହିବ । 

 

ପ୍ରତୀକାତ୍ମକ ଛବି
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ତିନୋଟି ନୂତନ କୃଷି ଆଇନକୁ (Farm Law) ନେଇ ଦେଶରେ ବିବାଦ ଲାଗି ରହିଛି । କିଛି ଦିନ ପୂର୍ବେ ୟୁପିର ମୁଜାଫରନଗରରେ କୃଷକ ନେତାମାନେ 'କିସାନ ମହାପଞ୍ଚାୟତ' ଅନୁଷ୍ଠିତ କରିବା ପରଠାରୁ ସେମାନଙ୍କ କାର୍ଯ୍ୟକଳାପ ଓ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ କୃଷକ ଆନ୍ଦୋଳନକାରୀ ମାନେ ୨୭ ସେପ୍ଟେମ୍ବରରେ ଭାରତ ବନ୍ଦର (Bharat Bandh) ଡାକରା ଦେଇଛନ୍ତି । ଏହି ଆନ୍ଦୋଳନ ସହ ଜଡିତ କୃଷକ ନେତାମାନେ ଏହି ଭରତ ବନ୍ଦ ପାଇଁ ପ୍ରାକ ପ୍ରସ୍ତୁତି ଶେଷ କରିଛନ୍ତି ।

'ବନ୍ଦ ରହିବ ରାଜପଥରେ ଯାତାୟାତ'
କୃଷକ ନେତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ବନ୍ଦ ସମୟରେ ସକାଳ ୬ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ସହ ଜଡିତ ଲୋକମାନେ ଦିଲ୍ଲୀ ସୀମାର ସମସ୍ତ ରାସ୍ତାକୁ ପିକେଟିଂ କରିବେ । ତେବେ ଏଥର ଏକ ପରିବର୍ତ୍ତନ ଘଟିଛି ଯେ ଆନ୍ଦୋଳନ ସ୍ଥଳରେ ଗାଁରୁ ଚାଷୀଙ୍କୁ ଡକାଯିବ ନାହିଁ । ଏଥିସହିତ ଗାଜିପୁର ସୀମାରେ ବସିଥିବା କୃଷକମାନେ NH-୨୪ ଓ NH-୯ ର ଯାତାୟାତରେ ବାଧା ସୃଷ୍ଟି କରିବେ । କୁହାଯାଉଛି ଯେ ୟୁପିର କୃଷକମାନେ ଏଠାକୁ ଆସିବେ ନାହିଁ କାରଣ ସେମାନେ ନିଜ ନିଜ ଅଞ୍ଚଳରେ ଏକ ବନ୍ଦକୁ ଆୟୋଜନ କରିବେ ।

ଏହି ବି ପଢ଼ନ୍ତୁ: ରାଜ କୁନ୍ଦ୍ରା ଜେଲରୁ ଫେରିବା ମାତ୍ରେ ବଦଳିଲା ଶିଳ୍ପାଙ୍କ ମନ, ନେଲେ ଏହି ବଡ ନିଷ୍ପତ୍ତି...  

ବନ୍ଦକୁ ନେଇ BKU ର କ’ଣ ରହିଛି ପ୍ରଭାବ? 
ଭାରତ କିସାନ ୟୁନିଅନ (BKU) ଗଣମାଧ୍ୟମ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି ଯେ ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହି ବନ୍ଦକୁ ସଫଳ କରିବା ପାଇଁ ବି.କେ.ୟୁ  ପାଇଁ ସମସ୍ତ ଜିଲ୍ଲାରେ ବୈଠକ କରି ଚାଲିଛି । କିସାନ ୟୁନିଅନର କର୍ମକର୍ତ୍ତାମାନେ ସକାଳ ୬ ଟାରୁ ୪ ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଏକ ଚକ ଜାମ କରିବେ ।

ଏହା ବି ପଢ଼ନ୍ତୁ: ସର୍ବସାଧାରଣରେ ଲୋକଙ୍କୁ ଫାଶୀ ଦେଉଛି ତାଲିବାନ, ଦେଖନ୍ତୁ ଭାଇରଲ ଭିଡ଼ିଓ

କ’ଣ ଖୋଲା ଓ କ’ଣ ବନ୍ଦ
ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ନେତାଙ୍କ କହିବାନୁସାରେ, ଯଦି ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଚାଷୀମାନେ ଜେଲ ଯିବାକୁ ପସନ୍ଦ କରିବେ କିନ୍ତୁ ରାସ୍ତା ଛାଡ଼ିବେ ନାହିଁ । ଏହି ସମୟ ମଧ୍ୟରେ ଘରୋଇ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ବନ୍ଦ ସମୟରେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବା ବନ୍ଦ ହେବ ନାହିଁ । ଏହାସହିତ ମାଲବାହୀ ଟ୍ରକ୍ ଓ ଟ୍ରେନ୍ ଗୁଡିକୁ ଦିଲ୍ଲୀକୁ ପ୍ରବେଶ କିମ୍ବା ଦିଲ୍ଲୀରୁ ଛାଡିବାକୁ ଦିଆଯିବ ନାହିଁ ।

ଏହା ବି ପଢ଼ନ୍ତୁ: କୃଷକଙ୍କୁ ୨୦୦୦ ପରିବର୍ତ୍ତେ ମିଳିବ ୪୦୦୦ ଟଙ୍କା! ତୁରନ୍ତ ଦାଖଲ କରନ୍ତୁ ଏହି ଡକ୍ୟୁମେଣ୍ଟ୍

ବିରୋଧୀ ଦଳର ସମର୍ଥନ
କଂଗ୍ରେସ 'ଭାରତ ବନ୍ଦ' ପାଇଁ ସମର୍ଥନ ଘୋଷଣା କରିଛି । ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ନେତା ରାଘବ ଛଡ୍ଡା ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ତାଙ୍କ ଦଳ ୨୭ ସେପ୍ଟେମ୍ବରରେ ଭାରତ ବନ୍ଦକୁ ଦଳ ଦୃଢ଼ ସମର୍ଥନ କରୁଛି । ସେହିଭଳି ବାମପନ୍ଥୀ ଦଳ ଓ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି ।

;