ଆରଏସଏସ ସହ ଜଡିତ ଥିବା ଭାରତୀୟ ମଜଦୁର ସଂଗଠନ ୟୁପି, ଏମପି ଏବଂ ଗୁଜରାଟ ପରି ରାଜ୍ୟରେ ଆଣି ଥିବା ଶ୍ରମିକ ବିରୋଧୀ ଆଇନ ତଥା ଅନ୍ୟାନ୍ୟ ଶ୍ରମ ପ୍ରସଙ୍ଗ ବିରୋଧରେ ଏକତା ଭିତ୍ତିରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।
Trending Photos
)
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସମର୍ଥିତ ଶ୍ରମ ୟୁନିଟ୍ ଭାରତୀ ମଜଦୁର ସଂଗଠନ (ବିଏମ୍ଏସ୍) ଜୁନ ୧୦ରୁ ଘରୋଇକରଣ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ । ସଂଗଠନର ସ୍ଲୋଗାନ ହେବ, 'ସାର୍ବଜନୀନ କ୍ଷେତ୍ରକୁ ବଞ୍ଚାଅ, ଭାରତକୁ ବଞ୍ଚାଅ' । ଜୁନ୍ ୧୦ରେ ବିଏମ୍ଏସ୍ PSU (ପବ୍ଲିକ୍ ସେକ୍ଟର ଉପକ୍ରମ)) ୟୁନିଟରେ ଦିନ ସାରା ଧାରଣା ପ୍ରଦର୍ଶନ କରିବା ସହିତ ବିରୋଧ ସଭା ମଧ୍ୟ କରିବ ।
ଭାରତୀୟ ଶ୍ରମିକ ସଂଗଠନ ଶ୍ରମିକମାନଙ୍କ ଅଧିକାର ପାଇଁ ସମୟ ସମୟରେ ସ୍ୱର ଉତ୍ତୋଳନ କରି ଆସୁଛି । ଏହାପୂର୍ବରୁ ଏହି ସଂଗଠନ ଶ୍ରମ ଆଇନରେ ପରିବର୍ତ୍ତନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲା । ଗତ ମାସରେ କେତେକ ରାଜ୍ୟ ଶ୍ରମ ଆଇନରେ ପରିବର୍ତ୍ତନ ଆଣିଛନ୍ତି । ଏହି ପରିବର୍ତ୍ତନକୁ ଟ୍ରେଡ ୟୁନିଅନ ଖୋଲାଖୋଲି ବିରୋଧ କରୁଛନ୍ତି । ଏହି କ୍ରମରେ ଆରଏସଏସ ସହ ଜଡିତ ଥିବା ଭାରତୀୟ ମଜଦୁର ସଂଗଠନ ମଧ୍ୟ ଦେଶବ୍ୟାପୀ ଆନ୍ଦୋଳନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।
ଆରଏସଏସ ସହ ଜଡିତ ଥିବା ଭାରତୀୟ ମଜଦୁର ସଂଗଠନ ୟୁପି, ଏମପି ଏବଂ ଗୁଜରାଟ ପରି ରାଜ୍ୟରେ ଆଣି ଥିବା ଶ୍ରମିକ ବିରୋଧୀ ଆଇନ ତଥା ଅନ୍ୟାନ୍ୟ ଶ୍ରମ ପ୍ରସଙ୍ଗ ବିରୋଧରେ ଏକତା ଭିତ୍ତିରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଶ୍ରମିକ ଆଇନ ଉପରେ ସରକାରଙ୍କ ଆଭିମୁଖ୍ୟରେ ଟ୍ରେଡ ୟୁନିଅନମାନେ ମଧ୍ୟ ଖୁସି ନୁହଁନ୍ତି । ଭାରତୀୟ ଟ୍ରେଡ ୟୁନିୟନ କେନ୍ଦ୍ର ଅର୍ଥାତ CITU ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ ଓହ୍ଲାଇଛି ।